କ୍ଷତିକାରକ ଏକକ ବ୍ୟବହୃତ ପ୍ଲାଷ୍ଟିକ

ଦିନେ ଅଧକ୍ଷଙ୍କ ପ୍ରକୋଷ୍ଠରେ ବସିଥିବା ବେଳେ ଏକ ମୁଦଦିଆ ପ୍ଲାଷ୍ଟିକ ପାଣି ବୋତଲର ମୁଦ ଖୋଲି ପାଣି ପିଉ ପିଉ ମୋର ଜଣେ ସହକର୍ମୀ ପରିହାସ ଛଳରେ ପଚାରିଲେ ରସାୟନ ବିଜ୍ଞାନ ସାର୍‌ ମୋତେ ଟିକେ ବୁଝେଇ ଦେଲେ ଯେ, ପୃଥିବୀ ପୃଷ୍ଠରେ ଥିବା ଜଳର ବୈଧ ସମୟ (expiry date) ନଥିବା ବେଳେ ପ୍ଲାଷ୍ଟିକ ବୋତଲର ଜଳର ବୈଧ ସମୟ ରହୁଛି କିପରି? ମୁଁ ଟିକେ ସ୍ମିତ ହାସ୍ୟ ଦେଇ ଉତ୍ତର ଦେଲି, ସେ ବୈଧ ସମୟ ଜଳର ନୁହେଁ, ପ୍ଲାଷ୍ଟିକ ବୋତଲର। ପାଣି ବୋତଲ ସାଧାରଣତଃ ‘ପଲିଥିଲିନ ଟେରପଥାଲେଟ’ (polyethylene terephthalate) ନାମକ ରସାୟନରୁ ତିଆରି। ଏହା ଅଧିକ ଦିନ ତାପ ଓ ଚାପରେ ରହିଲେ ଭାଙ୍ଗିକରି ଅତି କ୍ଷୁଦ୍ର ବିଷାକ୍ତ ରସାୟନ ପାଣି ମଧ୍ୟକୁ ନିର୍ଗତ କରିବାର ସମ୍ଭାବନା ଥାଏ। ସେଥିପାଇଁ ବୈଧ ସମୟ ପରେ ଏହି ଜଳ ପାନ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ପ୍ଲାଷ୍ଟିକ ପ୍ରସ୍ତୁତ ବସ୍ତୁ ଆମ ଜୀବନଧାରାକୁ ସରଳ ଓ ସୁଗମ କରିଥିବା ବେଳେ ଏହାର ବ୍ୟବହାରରେ ଲୁକ୍କାୟିତ ବିପଦ ବିଷୟରେ ସାଧାରଣ ଜନତା ଜାଣିବା ନିହାତି ଆବଶ୍ୟକ। ଆମ ଥଣ୍ଡା ପାନୀୟର ପ୍ଲାଷ୍ଟିକ ନଳୀ, ପ୍ରୀତି ଉପହାରର ପ୍ଲାଷ୍ଟିକ ଆବରଣ, ପ୍ରୀତି ଭୋଜନରେ ବ୍ୟବହୃତ ପ୍ଲାଷ୍ଟିକ ଚାମଚ, ଗ୍ଲାସ, କପ୍‌, ପ୍ଲାଷ୍ଟିକ ପାଣି ବୋତଲ, ପଲିଥିନ ଜରି ଆମ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ଏହି ପଦାର୍ଥଗୁଡ଼ିକ ଶସ୍ତା, ହାଲୁକା ଓ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଚାହିଦା ଓ ଲୋକପ୍ରିୟତା ବହୁତ ଏବଂ ଏହା ବହୁଳ ବ୍ୟବହୃତ। ଏହି ପ୍ଲାଷ୍ଟିକ ପଦାର୍ଥଗୁଡ଼ିକ ସାଧାରଣତଃ ଏକକ ବ୍ୟବହାର ପରେ ଏଗୁଡ଼ିକୁ ପରିତ୍ୟକ୍ତ କରିଦିଆଯାଏ। ଏହି ଏକକ ବ୍ୟବହାର ପରେ ପରିତ୍ୟକ୍ତ ମାନସିକତା ଆମ ସାମାଜିକ ଜୀବନରେ ମଧ୍ୟ ପରିଲକ୍ଷିତ ହେଲାଣି ଓ ଆଧୁନିକ ମାନବ ସମାଜର ଏହା ମାନସିକତା ଓ ସଂସ୍କୃତିରେ ପାଲଟି ଗଲାଣି। ଏକକ ବ୍ୟବହୃତ ପ୍ଲାଷ୍ଟିକ, ଏକକ ବ୍ୟବହାର ପରେ ପରିତ୍ୟକ୍ତ ସଂସ୍କୃତିର ଜ୍ୱଳନ୍ତ ଉଦାହରଣ। ଆମ ପୂର୍ବ ପୁରୁଷଙ୍କ ପରି ଦୀର୍ଘସ୍ଥାୟୀ ଉତ୍କର୍ଷ ପଦାର୍ଥ ଉପରେ ନିର୍ଭର କରିବା ପରିବର୍ତ୍ତେ ସହଜରେ ଉପଲବ୍ଧ ଏକକ ବ୍ୟବହୃତ ପଦାର୍ଥ ଉପରେ ବେଶି ଭରସା ରଖୁଛୁ। ଏହି ଏକକ ବ୍ୟବହାର ପରେ ପରିତ୍ୟକ୍ତ ସଂସ୍କୃତିର ଦୂରଗାମୀ ପରିଣାମ ସମ୍ବନ୍ଧରେ ଆମେ ସମସ୍ତେ ଅଜ୍ଞ। ଏକକ ବ୍ୟବହୃତ ପ୍ଲାଷ୍ଟିକ ପାଇଁ ମଧ୍ୟ ମାନବକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଆମର ପ୍ଲାଷ୍ଟିକ ପ୍ରତି ଆସକ୍ତି ମହାସାଗର, ଜୀବଜନ୍ତୁ ତଥା ଆମର ସ୍ବାସ୍ଥ୍ୟ ଉପରେ ଗଭୀର ନକାରାତ୍ମକ ପ୍ରଭାବ ପକାଉଛି। ଏହାର ପ୍ରଭାବ ପରିବେଶ ତଥା ମାନବ ସମାଜ ଉପରେ ହଜାର ହଜାର ବର୍ଷ ପଯ୍ୟନ୍ତ ରହିବ।
ସରଳ ଭାଷାରେ କହିଲେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଏପରି ପଦାର୍ଥ ଯାହା ସାଧାରଣତଃ ପେଟ୍ରୋଲିୟମଜାତ ରସାୟନରୁ ପ୍ରସ୍ତୁତ କରାଯାଏ ଏବଂ ଥରେ ବ୍ୟବହୃତ ହେଲା ପରେ ଏହାକୁ ଫୋପାଡି ଦିଆଯାଏ। ଅଧିକାଂଶ ସମୟରେ କେତେକ ମୁହୂର୍ତ୍ତ ପାଇଁ ବ୍ୟବହୃତ ଏହି ପ୍ଲାଷ୍ଟିକ ପଦାର୍ଥ ପରିବେଶ ପାଇଁ ହଜାର ହଜାର ବର୍ଷ ପାଇଁ ବିପଦ ହୋଇଯାଆନ୍ତି। ଏକକ ବ୍ୟବହୃତ ପ୍ଲାଷ୍ଟିକ ସାଧାରଣତଃ ଆବରଣ ଜରି, ପ୍ଲାଷ୍ଟିକ କପ୍‌, ଗ୍ଲାସ, ମୁଣି ଓ ବୋତଲରେ ବ୍ୟବହୃତ ହୁଏ।
ପ୍ଲାଷ୍ଟିକ ଏକ ସଂଶ୍ଳେଷିକ ପଲିମରର କଡି, ଯାହା ଅନେକ କ୍ଷୁଦ୍ର ଅଣୁମାନଙ୍କ ସଂଯୋଗରେ ଗଠିତ। ଏହାର ଉଦ୍ଭାବନ ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ହୋଇଥିଲା। ଏହି ଅଦ୍ଭୁତ ବସ୍ତୁ ଶସ୍ତା, ହାଲୁକା ଓ ସହଜ ଉପଲବ୍ଧ ହୋଇଥିବାରୁ ୧୯୭୦ ମସିହା ପରେ ଏହାର ଲୋକପ୍ରିୟତା ଗଗନଚୁମ୍ବୀ ହେଇଯାଇଥିଲା। ଏହାପରେ କାଗଜ, କପଡା, କାଚ ଓ ପତ୍ରରୁ ତିଆରି ହେଉଥିବା ଦୈନନ୍ଦିନ ବ୍ୟବହାର୍ଯ୍ୟ ପାରମ୍ପରିକ ସାମଗ୍ରୀ ବଦଳରେ ପ୍ଲାଷ୍ଟିକରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ବୃଦ୍ଧି ପାଇଲା। ୧୯୫୦ ମସିହା ପରଠାରୁ ୮.୩ ଲକ୍ଷ କୋଟି କିଲୋଗ୍ରାମ (୮.୩ billion metric ton) ପ୍ଲାଷ୍ଟିକ ପ୍ରସ୍ତୁତ ହୋଇ ସାରିଲାଣି ଓ ସେମାନଙ୍କ ମଧ୍ୟରୁ ଅଧା ଏହି ବିଗତ ୧୫ ବର୍ଷ ମଧ୍ୟରେ ହୋଇଛି। ଏହା ସହିତ ପ୍ରାୟ ୨ କୋଟି ଟନ୍‌ ପ୍ଲାଷ୍ଟିକ ପ୍ରତି ବର୍ଷ ପ୍ରସ୍ତୁତ ହେଉଛି। ଏହା ମଧ୍ୟରୁ ଏକ ଅଧା ଏକକ ବ୍ୟବହୃତ ପ୍ଲାଷ୍ଟିକ। ବ୍ୟବହାର ପରେ ବର୍ଜ୍ୟ ପ୍ଲାଷ୍ଟିକ ପରିବେଶ ତଥା ଜୀବଜଗତ ପାଇଁ ବିପଦ ସୃଷ୍ଟି କରିଛି। ଜୀବଜଗତର ସମସ୍ତ ପ୍ରକ୍ରିୟା ଚକ୍ରରେ ଚାଲିଥାଏ। ଉତ୍ପାଦକମାନେ ପ୍ରକୃତିରେ ମିଳୁଥିବା ମୌଳିକ ପଦାର୍ଥରୁ ବିଭିନ୍ନ ଯୌଗିକ ପଦାର୍ଥ ପ୍ରସ୍ତୁତ କରନ୍ତି। ଏହି ପଦାର୍ଥଗୁଡିକ ଭକ୍ଷକମାନଙ୍କୁ ସ୍ଥାନାନ୍ତରିତ ହୁଏ ଓ ସେମାନଙ୍କ ମୃତ୍ୟୁ ପରେ ଅପଘଟକ ବା କ୍ଷୁଦ୍ର ଅଣୁଜୀବମାନେ ସେହି ଯୌଗିକଗୁଡ଼ିକୁ ଭାଙ୍ଗି ପୁନର୍ବାର ମୌଳିକରେ ପରିଣତ କରନ୍ତି। ତେଣୁ ସମସ୍ତ ପ୍ରାକୃତିକ ପଦାର୍ଥ ଭଙ୍ଗୁର। କିନ୍ତୁ ପ୍ଲାଷ୍ଟିକଗୁଡ଼ିକ ମନୁଷ୍ୟକୃତ ଅତି ବିଶାଳକାୟ ଅଣୁ। ଏହାକୁ ଭାଙ୍ଗି ପୁନର୍ବାର ମୌଳିକକୁ ପରିବର୍ତ୍ତନ କରିବା ପାଇଁ ପ୍ରକୃତି କୌଣସି ଅଣୁଜୀବ ବା ଅପଘଟକ ସୃଷ୍ଟି କରିନାହିଁ। ତେଣୁ ପରିତ୍ୟକ୍ତ ପ୍ଲାଷ୍ଟିକଗୁଡିକ ପୃଥିବୀପୃଷ୍ଠରେ ଜମାହୋଇ ପରିବେଶ ତଥା ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଆମ ଦ୍ୱାରା ବହୁଳ ବ୍ୟବହୃତ ପଲିଥିନ ଜରି ପୃଥିବୀ ପୃଷ୍ଠରେ ପଡ଼ିରହି ଏକ ଆବରଣ ସୃଷ୍ଟି କରୁଛନ୍ତି, ଯାହା ଯୋଗୁ ଭୂତଳ ଜଳ ପୁନଃ ସୃଷ୍ଟିରେ ବାଧକ ସାଜୁଛି। ଏକ ଆକଳନରୁ ଜଣାପଡ଼ିଛି ଯେ, ୨୦୫୦ ସୁଦ୍ଧା ମହାସାଗରରେ ପ୍ଲାଷ୍ଟିକ ବର୍ଜ୍ୟଜଳ ଜୀବମାନଙ୍କ ସଂଖ୍ୟାଠାରୁ ମଧ୍ୟ ଅଧିକ ହୋଇଯିବ। ଏହା ଜଳଚରଙ୍କ ଜୀବନ ପ୍ରତି ମହାବିପଦ ସୃଷ୍ଟି କରିବ। କେବଳ ଏତିକିରେ ବିପଦ ସୀମିତ ନୁହେଁ। ପ୍ଲାଷ୍ଟିକଗୁଡ଼ିକ ବିଘଟିତ ହେଇ ମୌଳିକକୁ ପରିବର୍ତ୍ତିତ ହୋଇ ପାରନ୍ତି ନାହିଁ, କିନ୍ତୁ ସୂର୍ଯ୍ୟକିରଣ, ତାପ ଓ ଚାପ ପାଇ ସେମାନେ କ୍ଷୁଦ୍ର ଓ ଅତିକ୍ଷୁଦ୍ର ପ୍ଲାଷ୍ଟିକ କଣିକାକୁ ପରିବର୍ତ୍ତିତ ହୋଇଯାଆନ୍ତି। ଏହି ଅତି କ୍ଷୁଦ୍ର ପ୍ଲାଷ୍ଟିକର ଆକାର ୫ ମିଲିମିଟରରୁ କମ୍‌। ଏମାନଙ୍କ ସନ୍ଧାନ ପାଇବା ଅତି କଷ୍ଟ, କିନ୍ତୁ ବର୍ତ୍ତମାନ ଏମାନେ ସର୍ବ ବିଦ୍ୟମାନ। ଏହି ଅତି କ୍ଷୁଦ୍ର ପ୍ଲାଷ୍ଟିକ ଜଳ ମାଧ୍ୟମରେ ପ୍ରଥମେ ଉଦ୍ଭିଦ, ତା’ ପରେ ଅନ୍ୟାନ୍ୟ ଜୀବଜନ୍ତୁ ଓ ଶେଷରେ ମନୁଷ୍ୟ ଶରୀରରେ ପ୍ରବେଶ କରନ୍ତି। କିଛି ଜୀବଜନ୍ତୁ ପ୍ଲାଷ୍ଟିକ ପ୍ୟାକେଟକୁ ଖାଦ୍ୟ ସହ ଖାଇ ଦେଉଛନ୍ତି। ଏଥିପାଇଁ କେତେକଙ୍କର କିଛି ଅଙ୍ଗ ଅକାମୀ ହୋଇଯାଉଥିବା ବେଳେ ଆଉକିଛି ପାକସ୍ଥଳୀ ଅବରୋଧ ଯୋଗୁ ମୃତ୍ୟମୁଖରେ ପଡ଼ୁଛନ୍ତ। ଅତି କ୍ଷୁଦ୍ର ପ୍ଲାଷ୍ଟିକର ଜୈବ ସଞ୍ଚୟ (bio accumulation) ମନୁଷ୍ୟ ସମାଜ ପାଇଁ ମଧ୍ୟ ସତର୍କ ଘାଣ୍ଟି ବଜାଇ ସାରିଲାଣି। ଏମାନଙ୍କ ଯୋଗୁ ହର୍ମୋନ ସନ୍ତୁଳନ, ପ୍ରଜନନ ସମସ୍ୟା ଓ ନପୁଂସକତା ଭଳି ସମସ୍ୟା ମନୁଷ୍ୟ ମଧ୍ୟରେ ଦେଖାଦେଉଛି। (କ୍ରମଶଃ..)

ଡ. ଦେବାଶିଷ ମହାନ୍ତି
-ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ
ମୋ : ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri