Posted inଫୁରସତ

ବର୍ଷକର ଛୁଆକୁ କୋଳରେ ଧରି ଅଟୋ ଚଲାଉଛନ୍ତି ମା’

ନୋଏଡା,୨୬।୯: ନୋଏଡାର ଚଞ୍ଚଳ ଶର୍ମା ଉତ୍ତର ପ୍ରଦେଶରେ ଇ-ରିକ୍ସା ଚଲାଇ ପରିବାର ପାଳୁଛନ୍ତି। ଭାଗ୍ୟର ବିଡମ୍ବନା ଯୋଗୁ ଚଞ୍ଚଳଙ୍କୁ ବର୍ଷକର ପୁଅକୁ ସାଥୀରେ ନେଇ ଅଟୋ ଚଳାଇବାକୁ ପଡ଼େ। ପୁଅକୁ କୋଳରେ ଧରି ପ୍ରତିଦିନ ସକାଳୁ ଘରକାମ ସାରି ବାହାରି ଯାନ୍ତି କାମରେ। ବାହାଘରର ମାତ୍ର କେଇଟା ଦିନ ପରେ ସ୍ବାମୀ ତାଙ୍କୁ ଛାଡ଼ିଦେଇଥିଲେ। ପରିବାର ପାଳିବା ପାଇଁ ସେ ଅଟୋ ରିକ୍ସା ଚଲାଇବା ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ଅନ୍ୟ ଅଟୋ ଚାଳକ ଚଞ୍ଚଳଙ୍କ କାର୍ଯ୍ୟରେ ବାଧକ ସାଜୁଥିବା ବେଳେ ଏବେ ସେ ସୁରୁଖୁରୁରେ ଅଟୋ ଚଳାଇ ଦିନକୁ ୬ଶହରୁ ୭ଶହ ଟଙ୍କା ରୋଜଗାର କରୁଛନ୍ତି। ଆୟ ଟଙ୍କାର ଅଧା ଚାଲିଯାଉଛି ଅଟୋ ଲୋନ୍‌ରେ। ବାକି ଟଙ୍କାରେ ଘର ଖର୍ଚ୍ଚ ହେଇଯାଉଛି। ଚଞ୍ଚଳାଙ୍କ ମା’ ଘର ପାଖ ବଜାରରେ ପିଆଜ ବିକ୍ରି କରୁଥିବା ବେଳେ ତାଙ୍କ ଭାଇ ଘରେ ରୁହନ୍ତି ନାହିଁ। ପିଲାର ଯତ୍ନ ନେବା ପାଇଁ ଘରେ କେହି ନ ଥିବାରୁ ସେ ପ୍ରତିଦିନ ପୁଅକୁ ସାଥୀରେ ନେଇ ଅଟୋ ଚଲାଇବାକୁ ଯାଉଛନ୍ତି। ବିଶେଷକରି ମହିଳା ଯାତ୍ରୀ ତାଙ୍କ ଆଟୋରେ ଯାଆସ କରିବାକୁ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି। ତେବେ ଚଞ୍ଚଳାଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ସେ ସମସ୍ତ ମହିଳାଙ୍କ ପାଇଁ ଏକ ପ୍ରେରଣାଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri