ଗାଉଛନ୍ତି ୮ ଭାଷାରେ ଗୀତ

ଢେଙ୍କାନାଳ ଅଫିସ, ୧୭।୪: ନିଜର ଅସାଧାରଣ ପ୍ରତିଭା ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଢେଙ୍କାନାଳର ସାଇସମ୍ପନ୍ନା। ସ୍ଥାନୀୟ ମଣ୍ଟଫର୍ଟ ସ୍କୁଲ ଏଲ୍‌କେଜିରେ ପଢୁଥିବା ଏହି କୁନିଝିଅ ନିଜର ବିଚକ୍ଷଣ ବୁଦ୍ଧି, ସଙ୍ଗୀତ ଗାନ କୌଶଳ ପାଇଁ ଚର୍ଚ୍ଚା ସାଉଁଟୁଛନ୍ତି। ବୟସ ଯେ ପ୍ରତିଭା ବିକାଶର ଏକ ମାପକାଠି ନୁହେଁ, ତାହାକୁ ପ୍ରମାଣିତ କରିଛନ୍ତି ଏହି ଶିଶୁ କଳାକାର।
ସାଇସମ୍ପନ୍ନା ହେଉଛି ବାଜିଚୌକ ନିବାସୀ ବ୍ୟବସାୟୀ ନୃସିଂହ କୁମାର ପୃଷ୍ଟି ଏବଂ ମା’ ସ୍ବର୍ଣ୍ଣଲକ୍ଷ୍ମୀ ସାହୁଙ୍କ ଏକମାତ୍ର କନ୍ୟା। ସାଧାରଣ ପିଲା ତୁଳନାରେ ତାଙ୍କ ଧୀଶକ୍ତି ବେଶ୍‌ ପ୍ରଖର। ଗୀତ ହେଉ କି ପାଠ ସବୁଥିରେ ସେ ଆଗୁଆ। କୌଣସି ବିଷୟକୁ ଥରେ ଦୁଇଥର ଦେଖିଦେଲେ କିମ୍ବା ପଢ଼ିଦେଲେ ତାହାକୁ ମୁଖସ୍ଥ କରିଦେଉଛନ୍ତି। ମାତ୍ର ଅଢ଼େଇ ବର୍ଷର ହୋଇଥିବାବେଳେ ତାଙ୍କର ପ୍ରତିଭା ଲୋକଲୋଚନକୁ ଆସିଥିଲା। ସେତେବେଳେ ସେ ଇଂଲିଶ, ହିନ୍ଦୀ ରାଇମ୍ସ, ଇଂଲିଶ ବର୍ଣ୍ଣମାଳା, ସଂସ୍କୃତ ଶ୍ଳୋକ ସହ ଓଡ଼ିଆ ଓ ହିନ୍ଦୀ ଗୀତ ନିର୍ଭୁଲ ଭାବେ ବୋଲିପାରୁଥିଲେ। ସ୍ମରଣଶକ୍ତି ପାଇଁ ଇଣ୍ଡିଆ ବୁକ ଅଫ୍‌ ରେକର୍ଡସ୍‌ରେ ତାଙ୍କ ନାମ ସାମିଲ ହୋଇଥିଲା। ସେହିପରି ମାତ୍ର ୫୪ ସେକେଣ୍ଡରେ ଜାତୀୟ ସଙ୍ଗୀତ ଗାନ କରି ଓ୍ବାଲର୍‌ଡ ବୁକ୍‌ ଅଫ୍‌ ଇଣ୍ଡିଆ, ଓ୍ବାଲର୍‌ଡ ବୁକ୍‌ ଅଫ୍‌ ନାଇଜେରିଆ ରେକର୍ଡସ୍‌ର ଅଧିକାରୀ ହୋଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ପ୍ରତିଭା ସମ୍ମାନ, ବାଲ୍‌ରତ୍ନ ପୁରସ୍କାର-୨୦୨୧ରେ ମଧ୍ୟ ସମ୍ମାନିତ କରାଯାଇଛି। ଏକଦା ୫ ମିନିଟରେ ୨୮ଟି ବଲିଉଡ୍‌ ଗୀତର କୋରସ ଗାଇ ସମସ୍ତଙ୍କୁ ଚମତ୍କୃତ କରିଥିବା ସାଇସମ୍ପନ୍ନା ଏବେ ଓଡ଼ିଆ, ହିନ୍ଦୀ, ଇଂଲିଶ, ତେଲୁଗୁ ସମେତ ୮ ଭାଷାରେ ଗୀତ ଗାଇପାରୁଛନ୍ତି। ସେ ଏବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ତାଙ୍କ ମା’ବାପା ତାଙ୍କୁ ସହାୟତା କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri