ପ୍ୟାସି ହୁଁ ମେଁ ତୁମ୍‌କୋ ପିଲାକେ…

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ କର୍ନାଟକର ଗାୟକ ବାସୁ ମୁଖ୍ୟ ଆକର୍ଷଣ ସାଜିଥିଲେ। ଫ୍ୟୁଜନ୍‌ର ତାଳେତାଳେ ଉପସ୍ଥିତ ଶ୍ରୋତାଙ୍କୁ ମତୁଆଲା କଲେ ଗାୟକ ବାସୁ। ପ୍ୟାସି ହୁଁ ମେଁ ତୁମକୋ ପିଲାକେ… ଥକ୍‌ ଗେୟି ହୁଁ ମୋଡ଼ ପେ ରୁକେ ସଙ୍ଗୀତରୁ ଆରମ୍ଭ ହୋଇଥିଲା ବାସୁଙ୍କ ଝଲକ। ତାମିଲନାଡ଼ୁ ଓ କର୍ନାଟକ ମଧ୍ୟରେ ୨୦୦ବର୍ଷ ଧରି କାବେରୀ ନଦୀକୁ ନେଇ ସୃଷ୍ଟ ବିବାଦକୁ ନେଇ ପ୍ରସ୍ତୁତ ଏହି ଗୀତକୁ ଖୁବ୍‌ ସୁନ୍ଦର ଭାବରେ ସେ ଶ୍ରୋତାଙ୍କ ପାଖେ ଉପସ୍ଥାପନ କରିଥିଲେ। ପରେ ୟେସୁ ଆଲା ଔର କ୍ରିଷ୍ଣା କୋନ ଭଗବାନ ହେ ଅପ୍‌ନା ସଙ୍ଗୀତ ପରିବେଷଣ କରିଥିଲେ। ନିଜ ମୁହଁରେ ପଲିଥିନ୍‌କୁ ଘୋଡ଼ାଇ ଦେଲେ ଆମେ କିଭଳି ଅଣନିଶ୍ୱାସୀ ହୋଇ ଯାଉଛନ୍ତି ସେହିପରି ପଲିଥିନ୍‌ ବା ପ୍ଲାଷ୍ଟିକ ଦ୍ୱାରା ପରିବେଶ, ମୃତ୍ତିକା କିଭଳି ନଷ୍ଟ ହେଉଛି , ପୋଡ଼ା ହେବା ଦ୍ୱାରା ମଣିଷ କିଭଳି ରୋଗର ଶିକାର ହେଉଛନ୍ତି, ପଶୁମାନେ ଏହାକୁ ଖାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଏଭଳି କିଛି ବାର୍ତ୍ତାକୁ ଏକ କ୍ଷୁଦ୍ର ଭିଡିଓ ମାଧ୍ୟମରେ ଅଭିନୟ କରି ଉପସ୍ଥିତ ଶ୍ରୋତାଙ୍କ ନିକଟରେ ପହଞ୍ଚାଇଥିଲେ। ପରେ ପରେ କେହତି ହେ ପ୍ୟାର ତୁଝକୋ ବଢ଼ତି ଦିୱାରେ, କନ୍ନଡ଼ ସଙ୍ଗୀତ ରାଗି ତନ୍ଦିରା, କାଣ୍ଟୋ କି ମୋସମ ମେ ଫୁଲୋକି ଖୁସବୁ ପ୍ରମୁଖ ସଙ୍ଗୀତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଗାୟକ ବାସୁ କହିଛନ୍ତି, କହିବା ସହ କାମରେ କରିବା ଆବଶ୍ୟକ, ଯାହା ଧରିତ୍ରୀରେ ଯୋଗଦେବା ପରେ ଅନୁଭବ କଲି। ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ସଙ୍ଗୀତ ମାଧ୍ୟମରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ବାର୍ତ୍ତା ପହଞ୍ଚି ପାରିବ। ସମସ୍ତେ ଏଭଳି ସମସ୍ୟାର ସମାଧାନ ପାଇଁ ସଜାଗ ରହିବା ଆବଶ୍ୟକ।