Posted inଖେଳ

ସିନ୍ଧୁ, ଶ୍ରୀକାନ୍ତ, ପ୍ରଣୟ କ୍ୱାର୍ଟରଫାଇନାଲରେ

କୁଆଲାଲମ୍ପୁର, ୨୫ା୫ :ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ, ଏଚ.ଏସ୍‌ ପ୍ରଣୟ ଓ କିଡାମ୍ବି ଶ୍ରୀକାନ୍ତ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଡବଲ ଅଲିମ୍ପିକ ପଦକ ବିଜେତା ୬ଷ୍ଠ ସିଡ୍‌ ସିନ୍ଧୁ ମହିଳା ସିଙ୍ଗଲ୍ସରେ ଜାପାନର ଆୟା ଓହୋରିଙ୍କୁ ସିଧାସଳଖ ଗେମ୍‌ରେ ହରାଇ ଦେଇଥିବା ବେଳେ ପ୍ରଣୟ ୩ ଗେମ୍‌ ବିଶିଷ୍ଟ ପୁରୁଷ ସିଙ୍ଗଲ୍ସରେ ଚାଇନାର ଶି’ ଫେଙ୍ଗ୍‌ ଲି’ଙ୍କୁ ପରାସ୍ତ କରିଛନ୍ତି। ଶ୍ରୀକାନ୍ତ ଇଣ୍ଡିଆ ଓପନ ଚାମ୍ପିୟନ ଏବଂ ୮ମ ସିଡ୍‌ ଥାଇଲାଣ୍ଡର କୁନ୍‌ଲାଭଟ ଭିଟିଡସରନଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ବିଶ୍ୱର ୧୩ ନମ୍ବର ସିନ୍ଧୁ ୨୮ ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଓହୋରିଙ୍କ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ପ୍ରି-କ୍ୱାର୍ଟରରେ ସେ ଜାପାନୀ ଖେଳାଳିଙ୍କୁ ୨୧-୧୬, ୨୧-୧୧ରେ ପରାସ୍ତ କରିଥିଲେ। ଜାପାନୀ ଖେଳାଳିଙ୍କ ବିପକ୍ଷରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୧୩ଟି ଗେମ୍‌ରେ ସିନ୍ଧୁ ବିଜୟ ଲାଭ କରିଛନ୍ତି। କ୍ୱାର୍ଟରଫାଇନାଲରେ ସେ ଚାଇନାର ୟି ମାନ୍‌ ଝାଙ୍ଗ୍‌ଙ୍କୁ ଭେଟିବେ। ବିଶ୍ୱର ୯ ନମ୍ବର ପ୍ରଣୟ ବିଶ୍ୱର ୧୧ ନମ୍ବର ତଥା ଅଲ ଇଂଲଣ୍ଡ ଚାମ୍ପିୟନ ଲି’ଙ୍କ ବିପକ୍ଷରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୧୩-୨୧, ୨୧-୧୬, ୨୧-୧୧ରେ ବିଜୟୀ ହୋଇଛନ୍ତି। ଏହି ମ୍ୟାଚ ୧ଘଣ୍ଟା ୧୦ମିନିଟ ଧରି ଚାଲିଥିଲା। ପ୍ରଣୟ ପରବର୍ତ୍ତୀ ରାଉଣ୍ଡରେ ଜାପାନର କେଣ୍ଟା ନିଶିମୋତୋଙ୍କୁ ଭେଟିବେ, ଯିଏକି ୨୦୨୨ ଜାପାନ ଓପନ ଓ ସ୍ପେନ ମାଷ୍ଟର୍ସ ଜିତିଥିଲେ। ସେହିପରି ଶ୍ରୀକାନ୍ତ ୨୧-୧୯, ୨୧-୧୯ରେ ଭିଦିତଶରଣଙ୍କୁ ପରାସ୍ତ କରିଛନ୍ତି। ୨୦୨୧ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା କ୍ୱାର୍ଟରଫାଇନାଲରେ ଇଣ୍ଡୋନେସିଆର କ୍ୱାଲିଫାୟର ଖ୍ରିଷ୍ଟିିଆନ୍‌ ଆଦିନାତାଙ୍କ ସହ ମୁକାବିଲା କରିବେ। ଅନ୍ୟପକ୍ଷରେ ଲକ୍ଷ୍ୟ ସେନ୍‌ କିନ୍ତୁ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ହଂକଂର ଆଙ୍ଗସ ଏଙ୍ଗ କା ଲଙ୍ଗ୍‌ଙ୍କଠାରୁ ସେ ୧୪-୨୧, ୧୯-୨୧ରେ ପରାଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri