ଆଇନଜୀବୀଙ୍କୁ ଦୁର୍ବ୍ୟବହାର ନେଇ ବିବାଦ ତେଜୁଛି

ନୟାଗଡ଼ ଅଫିସ,୨୬।୫:ନୟାଗଡ଼ ଜିଲା ରଣପୁର ଖମାରସାହିର ଲିତାଞ୍ଜଳି ସାହୁ(୫୨) ନାମ୍ନୀ ଜଣେ ମହିଳା ଆଇନଜୀବୀଙ୍କୁ ରଣପୁର ତହସିଲଦାର ର୍ଦୁବ୍ୟବହାର କରିବା ଘଟଣା ବିବାଦୀୟ ହୋଇପଡିଛି । ତହସିଲଦାରଙ୍କୁ ବଦଳି କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ସଂଘ ଅଡି ବସିଥିବାବେଳେ ରଣପୁରର କେତେଜଣ ବ୍ୟକ୍ତି ତହସିଲଦାରଙ୍କୁ ବଦଳି ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଭଳି ସ୍ଥଳେ ତହସିଲଦାର ଦୁର୍ବ୍ୟବହାର ଘଟଣା ଧିରେ ଧିରେ ନୂଆ ମୋଡ ନେବା ଆରମ୍ଭ କରିଛି । ତେବେ ରଣପୁର ମହିଳା ଆଇଜୀବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ନୟାଗଡ଼ ବାର ଆସୋସିଏଶନ ନିନ୍ଦା କରିଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତହସିଲଦାରଙ୍କୁ ବଦଳି କରିବାକୁ ନୟାଗଡ଼ ବାର ଆସୋସିଏଶନର ସଭାପତି ମନୋରଞ୍ଜନ ମହାପାତ୍ର ଓ ସମ୍ପାଦକ ସ୍ବଦେଶ ମିଶ୍ର ଦାବି କରି ପ୍ରେସ ବିବୃତ୍ତି ଦେଇଛନ୍ତି । ଅନ୍ୟପକ୍ଷେ ନୟାଗଡ଼ ବାର ଆସୋସିଏଶନର ପୂର୍ବତନ ସଭାପତି ରଣଜିତ ଦାଶ ଓ ବରିଷ୍ଠ ଆଇନଜୀବୀ ଅମୀୟ ପଟ୍ଟନାୟକ କହିଛନ୍ତି, ମହିଳା ଆଇନଜୀବୀଙ୍କ ଅଭିଯୋଗ ପରେ ଜଣେ ତହସିଲଦାରଙ୍କ ବିରୋଧରେ ରଣପୁର ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଛି । ତେବେ ତହସିଲଦାରଙ୍କୁ ପୋଲିସ କାହିଁକି ଗିରଫ କରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଆଇନକୁ ତା’ବାଟରେ ଯିବାକୁ କାହିଁକି ଦିଆଯାଉନି। ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି । ଅପରପକ୍ଷେ ରଣପୁର ତହସିଲଦାରଙ୍କୁ ବଦନାମ ଓ ନିନ୍ଦିତ କରିବାକୁ ଗୁପ୍ତମନ୍ତ୍ରଣା ହୋଇଛି । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଆରଡିସି, ଜିଲାପାଳ, ଉପଜିଲାପାଳ, ଏସପିଙ୍କ ନିକଟରେ ରଣପୁରର କେତେଜଣ ବ୍ୟକ୍ତି ବିଚିତ୍ର କୁମାର ପାଇକରାୟଙ୍କ ନେତୃତ୍ୱରେ ଫେରାଦ୍‌ ହୋଇଛନ୍ତି । ଅଭିଯୋଗ ଅନୁସାରେ ରଣପୁର ତହସିଲ ଅଞ୍ଚଳରେ ବେଆଇନ ମାଙ୍କଡା ଖଣି ଖନନ ଓ ପରିବହନ ବଢ଼ି ଚାଲିଥିଲା । ଏନ୍‌ଜିଟିରେ ମାମଲା ପରେ ରଣପୁର ତହସିଲଦାର ଈପ୍‌ସିତା ସାହୁ ଚଢ଼ାଉ ଓ ଧରପଗଡକୁ ତ୍ୱରାନ୍ବିତ କରିଛନ୍ତି । ଏଣୁ ଅନେକ ଖଣି ବ୍ୟବସାୟୀ, ଚାନ୍ଦା ନେଉଥିବା ବ୍ୟକ୍ତିଙ୍କ କ୍ଷତି ହେଉଛି । ଯେଉଁମାନେ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ ସହଯୋଗରେ ରଣପୁର ତହସିଲଦାରଙ୍କୁ ବଦଳି କରିବାକୁ ଚାପ ପ୍ରୟୋଗ କରୁଛନ୍ତି । ଏଥିପାଇଁ ତହସିଲଦାରଙ୍କୁ ନିନ୍ଦିତ ଓ ବଦନାମ କରିବାକୁ ଗୁପ୍ତମନ୍ତ୍ରଣା କରାଯାଇ ସବୁ ଯୋଜନା ମୁତାବକ ହେଉଛି । ସେହିଭଳି ରଣପୁରରେ ଏକ କମନ ସର୍ଭିସ ସେଣ୍ଟର ୪୦ ହଜାର ଟଙ୍କା ସରକାରଙ୍କୁ ନ ଦେଇ ବକେୟା ରଖିଛି । ବକେୟା ଅର୍ଥ ତୁରନ୍ତ ପଇଠ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେବା ପରେ ତାଙ୍କୁ ହଟାଇବାକୁ ଯୋଜନା କରା ଯାଇଛି । ଏକ କମନ ସର୍ଭିସ ସେଣ୍ଟର ୪୦ ହଜାର ଟଙ୍କା ବକେୟା ଘଟଣାର ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବ । ଏଣୁ ଅଯଥାରେ ତହସିଲଦାରଙ୍କୁ ବଦଳି ନ କରିବାକୁ ଦାବି ଉଠିଲାଣି ।
ସୂଚନାଯୋଗ୍ୟ, ଖମାରସାହିର ଲିତାଞ୍ଜଳି ସାହୁ(୫୨) ନାମ୍ନୀ ଜଣେ ମହିଳା ଆଇନଜୀବୀଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗ କରି ରଣପୁର ଥାନାରେ ଏତଲା ଦେବା ପରେ ତହସିଲଦାରଙ୍କ ବିରୋଧରେ ମାମଲା ହୋଇଛି । ସେହିପରି ରଣପୁର ତହସିଲଦାର ଈପ୍‌ସିତା ସାହୁ ମହିଳା ଆଇନଜୀବୀଙ୍କ ବିରୋଧରେ ରଣପୁର ଥାନାରେ ପାଲଟା ଅଭିଯୋଗ କରିବା ପରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। କିଛି ଦିନ ହେଲା ତହସିଲଦାର ଛୁଟିରେ ଥିଲେ । ଗୁରୁବାର କାର୍ଯ୍ୟରେ ଯୋଗ ଦେବା ପରେ ପୁଣି ବିବାଦ ବଢ଼ିବା ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?