Posted inଜାତୀୟ

ପ୍ରଥମ ପରୀକ୍ଷାରେ ସିନ୍ଧେ ପାସ୍‌

ମୁମ୍ବାଇ,୪ା୭: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆସ୍ଥାଭୋଟର ସମ୍ମୁଖୀନ ହେବାର ଦିନକ ପୂର୍ବରୁ ତାଙ୍କ ଶିବିରକୁ ବଡ଼ ସଫଳତା ମିଳିଛି। ସିନ୍ଧେ ଗୋଷ୍ଠୀ ସମର୍ଥିତ ଭାଜପା ପ୍ରାର୍ଥୀ ରାହୁଲ ନରଓ୍ବେକର ରବିବାର ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (ଏମ୍‌ଭିଏ)ର ରାଜନ ସାଲ୍‌ଭିଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ମୁମ୍ବାଇର କୋଲାବା ନିର୍ବାଚନମଣ୍ଡଳୀରୁ ବିଧାନସଭାରେ ପ୍ରଥମ ଥର ପାଇଁ ପ୍ରତିନିଧିତ୍ୱର ସୁଯୋଗ ପାଇଥିବା ରାହୁଲଙ୍କୁ ୧୬୪ ଭୋଟ ମିଳିଥିବାବେଳେ ରାଜାପୁର ବିଧାୟକ ରାଜନ ୧୦୭ ଭୋଟରେ ସୀମିତ ରହିଛନ୍ତି। ୪୫ ବର୍ଷୀୟ ନରଓ୍ବେକର ଦେଶର ସର୍ବକନିଷ୍ଠ ବାଚସ୍ପତି ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ସୂଚନା ଦେଇଛନ୍ତି।

୨୦୨୧ ଫେବୃୟାରୀରେ କଂଗ୍ରେସ ବିଧାୟକ ନାନା ପାଟୋଲେଙ୍କୁ ଦଳର ମହାରାଷ୍ଟ୍ର ସଭାପତି ରୂପେ ନିଯୁକ୍ତ କରାଯିବା ପରେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ବିଧାୟକ ନରହରି ଜିର୍‌ଓ୍ବାଲଙ୍କୁ ଉପବାଚସ୍ପତି ନିର୍ବାଚିତ କରାଯାଇଥିଲା, ଯିଏକି କାର୍ଯ୍ୟକାରୀ ବାଚସ୍ପତି ରୂପେ ଦାୟିତ୍ୱ ତୁଲାଉଥିଲେ। ପ୍ରାୟ ଦୁଇ ସପ୍ତାହ ତଳେ ଶିବସେନା ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେ ନିଜ ସମର୍ଥକ ବିଧାୟକମାନଙ୍କୁ ନେଇ ବିଦ୍ରୋହ କରିଥିଲେ। ଗତ ବୁଧବାର ସୁପ୍ରିମକୋର୍ଟ ଉଦ୍ଧବ ଠାକ୍‌ରେଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ଗୁରୁବାର ରାତିରେ ସିନ୍ଧେ ମୁଖ୍ୟମନ୍ତ୍ରୀ ଓ ଭାଜପାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ରବିବାର ବାଚସ୍ପତି ନିର୍ବାଚନ କରାଯାଇଛି। ବିଧାନସଭା ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ଶିବସେନାର ଦୁଇଗୋଷ୍ଠୀଙ୍କ ପକ୍ଷରୁ ବିଧାୟକମାନଙ୍କ ପାଇଁ ହୁଇପ୍‌ ଜାରି କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ନିଜ ନିଜ ପକ୍ଷର ବାଚସ୍ପତି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସୁନିଶ୍ଚିତ କରାଇଥିଲେ। ବିଧାନସଭାର ମୋଟ ଆସନ ସଂଖ୍ୟା ୨୮୮। ଶିବସେନାର ଜଣେ ବିଧାୟକଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୨୮୭କୁ ଖସିଥିବାବେଳେ ସଂଖ୍ୟାଗରିଷ୍ଠତା ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୧୪୪। ଉପବାଚସ୍ପତି ନରହରି ଜିରଓ୍ବାଲ ପୂର୍ବାହ୍ନ ୧୧ଟାରେ ନିର୍ବାଚନ ପରିଚାଳନା କରି ମୁଣ୍ଡଗଣତି କରାଇଥିଲେ। ବିଧାୟକମାନେ ନିଜ ପକ୍ଷର ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା ବେଳେ ଗୋଟି ଗୋଟିକରି ସଂଖ୍ୟା କହିଥିଲେ। ମୋଟ ୨୭୧ ଖଣ୍ଡ ଭୋଟ ପଡ଼ିଥିଲା। ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଭାଜପାର ରାହୁଲ ନରଓ୍ବେକରଙ୍କୁ ସିନ୍ଧେ ଗୋଷ୍ଠୀର ପୂର୍ଣ୍ଣ ସମର୍ଥନ ମିଳିଥିବାରୁ ତାଙ୍କ ସପକ୍ଷରେ ମୋଟ ୧୬୪ ବିଧାୟକ ଭୋଟ ଦେଇଥିଲେ। ଅନ୍ୟପକ୍ଷେ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକ ରାଜନ ସାଲ୍‌ଭିଙ୍କୁ ୧୦୭ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ମୁଣ୍ଡଗଣତି ଜରିଆରେ ଭୋଟିଂ ବେଳେ ମୋଟ ୩ ଜଣ ବିଧାୟକ ମତଦାନରୁ ବିରତ ରହିଥିଲେ। ସେମାନେ ହେଲେ ସମାଜବାଦୀ ପାର୍ଟି (ଏସ୍‌ପି)ର ଅବୁ ଆଜ୍‌ମି ଓ ରଇସ୍‌ ଶେଖ୍‌ ଏବଂ ଏଆଇଏମ୍‌ଆଇଏମ୍‌ ବିଧାୟକ ଶେଖ୍‌ ଫାରୁକ୍‌ ଅନଓ୍ବର।
ସୋମବାର ନୂଆ ମୁଖ୍ୟମନ୍ତ୍ରୀ ସିନ୍ଧେ ଆସ୍ଥାଭୋଟର ସମ୍ମୁଖୀନ ହେବେ। ତେଣୁ ବାଚସ୍ପତି ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିଲା। ବିଶେଷଜ୍ଞଙ୍କ ମତରେ ନୂଆ ବାଚସ୍ପତି ସିନ୍ଧେଙ୍କ ସମେତ ତାଙ୍କ ଶିବିରର ୧୬ ଶିବସେନା ବିଧାୟକଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ପ୍ରକ୍ରିୟାକୁ ରଦ୍ଦ କରିପାରନ୍ତି, ଯାହାକୁ ଗତମାସରେ ଉପବାଚସ୍ପତି ନରହରି ଜିରଓ୍ବାଲ ନୋଟିସ ପଠାଇଥିଲେ। ସେହିପରି ବାଚସ୍ପତି ଯଦି ସିନ୍ଧେ ଗୋଷ୍ଠୀକୁ ‘ପ୍ରକୃତ ଶିବସେନା’ ମାନ୍ୟତା ଦିଅନ୍ତି, ତେବେ ଏହି ଗୋଷ୍ଠୀକୁ କୌଣସି ରାଜନୈତିକ ଦଳ ସହ ମିଶ୍ରଣ ହେବାକୁ ପଡ଼ିବ ନାହିଁ। ବିଧାନସଭାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ରହିଛି ବୋଲି ଦାବି କରୁଥିବା ସିନ୍ଧେ ରବିବାର ରାତିରେ ୩୯ ଶିବସେନା ବିଦ୍ରୋହୀଙ୍କ ସମେତ ୫୦ ବିଧାୟକଙ୍କୁ ନେଇ ଗୋଆରୁ ମୁମ୍ବାଇ ଫେରିଥିଲେ। ବାଚସ୍ପତି ନିର୍ବାଚନ ପୂର୍ବରୁ ଦୁଇଗୋଷ୍ଠୀ ମଧ୍ୟରେ ବିଧାନସଭାରେ ଥିବା ଶିବସେନା ଅଫିସକୁ ନେଇ ଟଣାଓଟରା ହେବାରୁ ତାକୁ ସିଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri