ସିନ୍‌ ରିକ୍ରିଏଶନ୍‌ କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୪ା୧୨: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସବ୍‌ଜେଲ ଭିତରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚତ୍ଛି। ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୋବିନ୍ଦଙ୍କ ଆତ୍ମହତ୍ୟାର ପୂରା ଘଟଣାକ୍ରମ ବୁଝିବାକୁ ସିନ୍‌ ରିକ୍ରିଏସନ୍‌ କରିଛି। କ୍ରାଇମବ୍ରାଞ୍ଚ ସାଇଣ୍ଟିଫକ୍‌ ଟିମ୍‌ ଦିନତମାମ ଏଥିରେ ଲାଗିଥିବା କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଇଜି ସିହ୍ନା ଆହୁରି ମଧ୍ୟ କହିଥିଲେ ଯେ, ଗୋବିନ୍ଦ ଆତ୍ମହତ୍ୟା ଘଟଣାର ବିଭିନ୍ନ ସୂଚନା ଗଣମାଧ୍ୟମକୁ ଜଣାଇ ଦିଆଯାଉଛି। ଗୋବିନ୍ଦ ସାହୁଙ୍କ ପାଖରୁ କିଛି ଡକ୍ୟୁମେଣ୍ଟ ସିଜ୍‌ ହୋଇଛି। ସେଥିରେ କିଛି ହାତଲେଖା ରହିଛି। ସେସବୁ ଜିନିଷକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋ ପାଖକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ସିହ୍ନା ଗଣମାଧ୍ୟମକୁ କହିଛନ୍ତି। କଣ୍ଟାବାଞ୍ଜି ସବ୍‌ଜେଲରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପାଇଁ ଶୁକ୍ରବାର ବଲାଙ୍ଗୀରରୁ ଦୁଇଜଣିଆ ସିସି ଟିଭି ଏକ୍ସପର୍ଟଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲକୁ ଡକାଯାଇଥିବା ଜଣାପଡିଛି।
କ୍ରାଇମବ୍ରାଞ୍ଚ ଆଇଜି ସିହ୍ନା ଅପରାହ୍ଣ ପ୍ରାୟ ୧ଟାରେ କଣ୍ଟାବାଞ୍ଜି ସବ୍‌ଜେଲରେ ପହଞ୍ଚତ୍ ଚାଲିଥିବା ତଦନ୍ତ ନିରୀକ୍ଷଣ କରିଥିଲେ। କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୧୧ ଜଣିଆ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଦଳ ବୁଧବାର ଠାରୁ କଣ୍ଟାବାଞ୍ଜିରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। କ୍ରାଇମବ୍ରାଞ୍ଚ ସାଇଣ୍ଟିଫିକ୍‌ ଟିମ୍‌ କିଭଳି ଭାବେ ଗୋବନ୍ଦ ଆତ୍ମହତ୍ୟା କଲେ ତାର ସିନ୍‌ ରିକ୍ରିଏସନ୍‌ କରିବାକୁ ଉଦ୍ୟମ କରିଛି। ୨୦ ତାରିଖ ଦିନ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଚାଲିଥିବା ଶୁଣାଣିରେ ହାଜର ହେବାର ଥିଲା। ଏଣୁ ପୋଲିସ ଏସକର୍ଟ ଟିମ୍‌ ତାଙ୍କୁ ନେବା ପାଇଁ ଜେଲରେ ପହଞ୍ଚତ୍ଥିଲେ। ଏତିକି ବେଳେ ଗୋବିନ୍ଦ ଜେଲ ରନ୍ଧାଘର ଝରକା ରେଲିଂରେ ଝୁଲି ପଡିଥିତ୍ବା ଏବଂ ତାଙ୍କୁ କଣ୍ଟାବାଞ୍ଜ ସିଏଚ୍‌ସିକୁ ନିଆଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋବିନ୍ଦଙ୍କ କାକା ଶ୍ୱଶୁର ମହେନ୍ଦ୍ର ସାହୁଙ୍କ କହିବା ମୁତାବକ ୨୦ ତାରିଖ ସକାଳ ୭ଟା ୪୦ ମିନିଟରେ ଗୋବିନ୍ଦ ଜେଲ ଭିତରୁ ଜୁନାଗଡରେ ଥିବା ତାଙ୍କ ଭଉଣୀ ଜ୍ୱାଇଁ ଭୁବନେଶ୍ୱର ସାହୁଙ୍କୁ ଫୋନ୍‌ କରି କଥା ହୋଇଥିଲେ। ଏହାପରେ ଏମିତି କ’ଣ ହେଲା ଯେ, ସେ ଆତ୍ମହତ୍ୟା କଲେ। ଏନେଇ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି। ୨୦ ତାରିଖ ସକାଳେ ଘଟିଥିବା ସମ୍ପୂର୍ଣ୍ଣ ଘଟଣାକ୍ରମକୁ ସିନ୍‌ ରିକ୍ରେସନ୍‌ ଜରିଆରେ ବୁଝିବାକୁ ଚେଷ୍ଟା କରୁଛି। ସାଥୀ ଅନ୍ତେବାସୀ ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ବିଭିନ୍ନ ସୂଚନା ସଂଗ୍ରହ କରାଯାଇ ଘଟଣାକୁ ଏକ ନାଟକୀୟ ରୂପ ଦେବାକୁ ଚେଷ୍ଟା କରୁଛି। ଏଥିରେ ସିସିଟିଭି ଫୁଟେଜ୍‌ର ମଧ୍ୟ ସହାୟତା ନିଆଯାଉଛି। କିଭଳି ଭାବେ ଗୋବିନ୍ଦ ଜେଲ ଭିତରେ ଆତ୍ମହତ୍ୟା କରିବାର ସୁଯୋଗ ପାଇଲେ ଏବଂ କେଉଁଠି ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ରହିଥିଲା ତାକୁ ମଧ୍ୟ ବୁଝିବାକୁ ଚେଷ୍ଟା କରୁଥିବା କ୍ରାଇମବ୍ରାଞ୍ଚ ଆଇଜି ସିହ୍ନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri