Categories: ବାଣିଜ୍ୟ

ଏକକାଳୀନ ୧୧ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ମୁମ୍ବାଇ,୨୯।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଏକକାଳନୀ ଦେଶର ୧୧ଟି ପ୍ରମୁଖ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ବର୍ତ୍ତମାନ ସୁଦ୍ଧା କମ୍ପାନୀର ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିବା ଏକକାଳୀନ ସହର ସଂଖ୍ୟା ମଧ୍ୟରୁ ସର୍ବାଧିକ ସଂଖ୍ୟକ ସହରରେ କରାଯାଇଛି।

ବିଶେଷକରି ଲକ୍ଷ୍ନୌ, ତ୍ରିଭେନ୍ଦ୍ରମ, ମହୀଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼, ମୋହାଲି, ପଞ୍ଚକୁଲା, ଜୀରକପୁର, ଖରଡ଼ ଏବଂ ଡେରାବସୀ ଭଳି ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି। ଅପରପକ୍ଷରେ ପ୍ରଥମ ଟେଲିକମ୍‌ ଅପରେଟର ଭାବେ ଜିଓ ପକ୍ଷରୁ ମୋହାଲି, ପଞ୍ଚକୁଲା, ଜୀରକପୁର, ଖରଡ଼ ଓ ଡେବାବସୀ କ୍ଷେତ୍ର ସମେତ ତ୍ରିଭେନ୍ଦ୍ରମ, ମହୀଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼ ଟ୍ରାଇସିଟି ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହୋଇଥିବା ଉପରୋକ୍ତ ୧୧ଟି ସହରରେ ଜିଓ ବ୍ୟବହାରକାରୀମାନଙ୍କୁ ‘ଜିଓ ୱେଲକମ୍‌ ଅଫର’ ଅଧୀନରେ ଆମନ୍ତ୍ରଣ କରାଯିବ।

ଏହାବ୍ୟତୀତ ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ରେ ଅସୀମିତ ଡାଟା ମିଳିବ।
ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି, ଏକକାଳୀନ ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରି ଆମେ ଗର୍ବିତ ମନେକରୁଛୁ। ଯେବେଠାରୁ ଆମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛୁ, ସେହି ଦିନଠାରୁ ଏହା ହେଉଛି ଆମର ଏକକାଳୀନ ସର୍ବାଧିକ ସହରରେ ୫ଜି ସେବାର ଶୁଭାରମ୍ଭ।

ଏହି ୧୧ଟି ସହରର ଲକ୍ଷ ଲକ୍ଷ ଗ୍ରାହକ ଜିଓର ଟ୍ରୁ-୫ଜି ପ୍ରଯୁକ୍ତିର ଲାଭ ସହ ନୂଆବର୍ଷ ୨୦୨୩କୁ ନୂଆ ରୂପରେ ଆରମ୍ଭ କରିବେ। ସେହିଭଳି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ବ୍ୟତୀତ ଉକ୍ତ ସହରଗୁଡ଼ିକରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଯୋଗୁ ଉକ୍ତ ଅଞ୍ଚଳଗୁଡ଼ିକରେ ଉନ୍ନତ ଟେଲିକମ୍‌ ନେଟ୍‌ୱର୍କ ମିଳିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଇ-ଗଭର୍ନାନ୍ସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଗେମିଂ, ହେଲ୍‌ଥକେୟାର, କୃଷି, ଆଇଟି ଏବଂ ଏସ୍‌ଏମ୍‌ଇ ବ୍ୟବସାୟ କ୍ଷେତ୍ରରେ ବିକାଶର ନୂଆ ପଥ ଉନ୍ମୁକ୍ତ ହେବ। ଉକ୍ତ ଅଞ୍ଚଳଗୁଡ଼ିକର ଡିଜିଟାଇଜ୍‌ କରିବାରେ ନିରନ୍ତର ସହଯୋଗ ଓ ସମର୍ଥନ ପ୍ରଦାନ କରିଥିବା ଚଣ୍ଡିଗଡ଼ ପ୍ରଶାସନ, ପଞ୍ଜାବ, ହରିୟାଣା, କେରଳ, କର୍ନାଟକ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ଆମେ କୃତଜ୍ଞ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share