ମୌଳିକ ସୁବିଧାରୁ ବଞ୍ଚିତ ସିମନବାଡ଼ି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୩।୮(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଥିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ମିଳିବା କଷ୍ଟ ହୋଇପଡିଛି। ବିଦ୍ୟାଳୟରେ ୨୦୦୩ରୁ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା କରାଯାଇଥିଲା କିନ୍ତୁ ତାହା କିଛିଦିନ ପରେ ଅଚଳ ହୋଇ ଦୀର୍ଘ ୨୦ ବର୍ଷ ହେଲା ଆଉ କମ୍ପ୍ୟୁଟର ଶିକ୍ଷା ହେଉନି ଏବଂ ତା’ର ଆଉ ବିକାଶ କରାଯାଉନାହିଁ। ସେହିପରି ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ଖେଳ ପଡିଆ ନ ଥିବାରୁ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ, ଶାରୀରିକ ଉନ୍ନତିରେ ବାଧକ ସୃଷ୍ଟି ହେଉଛି। ସେହିପରି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମୋଟ ୨୭୦ ଛାତ୍ରୀଛାତ୍ର ପଢୁଛନ୍ତି । ଆବଶ୍ୟକ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି ହେଲେ ୮ ଟି ଶ୍ରେଣୀ କୋଠାର ଆବଶ୍ୟକତା ରହିଥିବା ବେଳେ ରହିଛି ମାତ୍ର ୪ଟି। ତେଣୁ ବାଧ୍ୟ ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଭଙ୍ଗା ଦଦରା ଘରେ ଶିକ୍ଷାଦାନ କରାଯାଉଛି। ବର୍ଷା ଦିନରେ ଘରେ ପାଣି ଗଳୁଥିବା ବେଳେ ଖରା ଦିନରେ ପଙ୍ଖା ନ ଥିବାରୁ ପିଲାଙ୍କ ପାଠପଢ଼ାରେ ବହୁ ସମସ୍ୟା ଦେଖାଯାଉଛି। ଏକ ଭଙ୍ଗା ଦଦରା ଘରେ ରୋଷେଇ କରାଯାଉଥିବା ବେଳେ ଅଧା କିଲୋମିଟର ଦୂର ଯାଇ ଅଙ୍ଗନାୱାଡି କେନ୍ଦ୍ରରେ ରହିଥିବା ନଳକୂପରୁ ପାଣି ଆଣି ମଧ୍ୟାହ୍ନଭୋଜନ ରୋଷେଇ କରାଯାଉଥିବା ରୋଷେଇ ଦାୟିତ୍ୱରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ସେମାନେ ଆହୁରି କହିଛନ୍ତି ଯେ ଡାଇନିଂ ହଲ ନ ଥିବାରୁ ଛାତ୍ରୀଛାତ୍ରମାନେ ଖରା, ବର୍ଷାରେ ବାହାରେ ଏଣେ ତେଣେ ବୁଲି ଖାଉଛନ୍ତି ତେଣୁ ଏହି ସବୁ ସମସ୍ୟାର ସମାଧାନ କରିବାକୁ ମହିଳାମାନେ କହିଛନ୍ତି। ବିଦ୍ୟାଳୟକୁ ରୂପାନ୍ତର କରାଗଲେ ଛାତ୍ରୀଛାତ୍ରଙ୍କୁ ଅତ୍ୟାଧୁନିକ ଶ୍ରେଣୀଗୃହ ମିଳିବ, ଯେଉଁଥିରେ ସ୍ମାର୍ଟ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ସହ ଲାଇବ୍ରେରୀ, ଖେଳପଡିଆ, ଶୁଦ୍ଧ ପାନୀୟ ଜଳ, କମ୍ପ୍ୟୁଟର ଶିକ୍ଷା, ବିଜ୍ଞାନ କକ୍ଷ, ସ୍ଥାୟୀ ପାଚେରି ନିର୍ମାଣ, ଅତିରିକ୍ତ ଶ୍ରେଣୀ କୋଠା ନିର୍ମାଣ ଆଦି ସୁବିଧା ହୋଇପାରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ପୁରାତନ ବିଦ୍ୟାଳୟକୁ ଅନ୍ୟ ସ୍ମାର୍ଟ ସ୍କୁଲ ଭଳି ରୂପାନ୍ତର କରିବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ବିଦେଶୀ ନାୟକ କହିଛନ୍ତି। ଏ ନେଇ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ପାଚେରି ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏମ୍‌ସିଏଲ (ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌) ପକ୍ଷରୁ ଅନୁଦାନରେ ଉକ୍ତ ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟ କରାଯିବାକୁ ଏକ ପ୍ରସ୍ତାବ ଦିଆଯାଇଛି ଏବଂ ଏବେ ବିଦ୍ୟାଳୟର ଶ୍ରେଣୀକୋଠା ମରାମତି କରାଯାଇଛି ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri