ଦୀପାବଳି ପରେ ଖସିଲା ରୂପା ଦାମ୍, କ’ଣ ଏବେ ବି ଏଥିରେ ନିବେଶ ଲାଭଦାୟକ ?

ନୂଆଦିଲ୍ଲୀ,୨୦।୧୦: ଦୀପାବଳି ବ୍ୟବସାୟ ପରେ ରୂପାର ଦାମ୍ କମିଛି। ଧନତେରସ୍ ପରେ ଗୋଟିଏ ଦିନରେ ପ୍ରତି କିଲୋରେ ୭,୦୦୦ ଟଙ୍କା ହ୍ରାସ ହୋଇଛି। ଗତ ବର୍ଷ ରୂପା ପ୍ରତି କିଲୋ ୧,୧୦,୦୦୦ ଟଙ୍କା ଥିଲା, ଏବେ ୧,୭୦,୦୦୦ରୁ ଅଧିକ। ଦକ୍ଷିଣ ଭାରତରେ କିଛି ଦିନ ପୂର୍ବେ ୨ ଲକ୍ଷ ଟଙ୍କା ଛୁଇଁଥିଲା, ଯାହା ବିଶ୍ୱରେ ପ୍ରଥମ ଥର।

ଚଳିତ ବର୍ଷରେ ଏହା ୯୮% ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମୋଟିଲାଲ୍ ଓସ୍ୱାଲ୍ ରିପୋର୍ଟରେ କୁହାଯାଇଛି ଯେ ଏହି ବୃଦ୍ଧି ୨୦୩୦ ଯାଏ ଚାଲିପାରେ। ଅତୀତରେ ୧୯୮୦ ଓ ୨୦୧୧ରେ ଦାମ୍ ଖସିଥିଲା, କିନ୍ତୁ ଏବେ ରୂପାର ବ୍ୟବହାର ବଢ଼ିଛି। ଇଭି, ସେମିକଣ୍ଡକ୍ଟର, ସୋଲାର ପ୍ୟାନେଲରେ ୫୯% ଶିଳ୍ପ ବ୍ୟବହାର। ସୌର ଶକ୍ତି ଏକା ବର୍ଷରେ ୨୦୦ ମିଲିୟନ୍ ଔଂସ୍ ରୂପା ଖର୍ଚ୍ଚ କରେ।

୨୦୨୪ରେ ବିଶ୍ୱରେ ରୁପାର ଯୋଗାଣ ୩୧,୦୦୦ ଟନ୍ ରହିଥିବା ବେଳେ ୩୫,୦୦୦ ଟନ୍ ଚାହିଦା ରହିଥିଲା। ଏବେ ରୁପାର ଷ୍ଟକ୍ ୩୦% କମିଛି। ରିପୋର୍ଟ ଅନୁଯାୟୀ, ୨୦୨୬ରେ ୭୫ ଡଲାର୍ ପ୍ରତି ଔଂସ୍, ଭାରତରେ ୨.୪ ଲକ୍ଷ ଟଙ୍କା ପ୍ରତି କିଲୋ ହୋଇପାରେ। ଟଙ୍କା ଦୁର୍ବଳ ହେଲେ ଅଧିକ ଲାଭ।

ଦୀପାବଳି ପରେ ୧୦-୨୦% ସୁଧାର ହୋଇପାରେ, କିନ୍ତୁ ଦୀର୍ଘକାଳୀନ ବଜାର ମଜବୁତ୍ ରହିବ। ରୂପା ଏବେ କେବଳ ଗହଣା ନୁହେଁ, ଶିଳ୍ପର ଆବଶ୍ୟକତା। ନିବେଶ ପାଇଁ ଏବେ ବି ଭଲ ବିକଳ୍ପ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ…

SCBରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ମୃତ, ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା…

ଆଜି ରାଜ୍ୟ ସଭା ଭୋଟ, ମଇଦାନରେ ୫ ପ୍ରାର୍ଥୀ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ସୋମବାର ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍‌ କୁମାର, ମମତା ମହନ୍ତ,…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ: ଭାଜପା ଉପରେ ବଡ ଅଭିଯୋଗ ଲଗାଇଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ.…

ମୃତ୍ୟୁ ଗୁଜବକୁ ନେତନ୍ୟାହୁଙ୍କ ଜବାବ: କହିଲେ “ମୁଁ କଫି ପାଇଁ ମରିବାକୁ ପ୍ରସ୍ତୁତ”

ନୂଆଦିଲ୍ଲୀ,୧୫।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଗୁଜବ ଉପରେ ପଡିଛି ପୂର୍ଣ୍ଣଚ୍ଛେଦ। ଏକ ନୂଆ ଭିଡିଓ ଜାରି କରି ନେତନ୍ୟାହୁ ଇରାନକୁ ଚମତ୍କାର…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର, ଆସୁଛି ୮୦ ହଜାର ଟନ୍ ଅଶୋଧିତ ତୈଳ

ନୂଆଦିଲ୍ଲୀ,୧୫।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଭାରତୀୟ ପତାକା ଲାଗିଥିବା ଅଶୋଧିତ ତୈଳ ଟ୍ୟାଙ୍କର୍ ଜଗ୍ ଲାଡକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri