ରୁପା ଛାଉଣି ହେବ କଳାହାଟ ଦ୍ୱାର

ପୁରୀ ଅଫିସ,୨୬।୬: ଶ୍ରୀମନ୍ଦିରର ୮ ଦ୍ୱାର ମଧ୍ୟରୁ ବାକି ଗୋଟିଏ ରହିଯାଇଥିବା କଳାହାଟ ଦ୍ୱାର ଖୁବ୍‌ଶୀଘ୍ର ରୁପା ଛାଉଣି ହେବାକୁ ଯାଉଛି। ଏଥିପାଇଁ ଆବଶ୍ୟକ ରୁପାକୁ କଡ଼ା ସୁରକ୍ଷା ମଧ୍ୟରେ ଶନିବାର ଭକ୍ତନିବାସକୁ ପଠାଯାଇଛି। ଜିଲା କୋଷାଗାରରେ ରଖାଯାଇଥିବା ୫ଶହ କିଲୋଗ୍ରାମ୍‌ର ରୁପାକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପୋଲିସ ଅଧିକାରୀ ଓ ଫୋର୍ସଙ୍କ ଉପସ୍ଥିତିରେ ରୁପାକୁ ଭକ୍ତନିବାସକୁ ଅଣାଯାଇଛି। ଗତବର୍ଷ ନଭେମ୍ବର ୨୬ରେ ରୁପାକୁ କୋଷାଗାରରେ ଆଣି ରଖାଯାଇଥିଲା। ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପା ଛାଉଣି କାର୍ଯ୍ୟ ମଧ୍ୟରୁ ୭ଟି ଦ୍ୱାରର କାର୍ଯ୍ୟ ଗତବର୍ଷ ରଥଯାତ୍ରା ବେଳେ ଶେଷ ହୋଇଯାଇଥିଲା। ତନ୍ମଧ୍ୟରେ ବେହରଣ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଜୟବିଜୟ ଦ୍ୱାର, ଲକ୍ଷ୍ମୀ, ଆଦି ନୃସିଂହ ଓ ବିମଳା ମନ୍ଦିର ଦ୍ୱାରର ରୁପା ଛାଉଣି ଶେଷ ହୋଇଥିଲା। କେବଳ କଳାହାଟ ଦ୍ୱାରର ରୁପା ଛାଉଣି ହୋଇପାରି ନ ଥିଲା। କଳାହାଟ ଦ୍ୱାର ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ହୋଇଥିବା ହେତୁ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବା ପରେ ଏହାର ରୁପା ଛାଉଣି କାର୍ଯ୍ୟ କରାଯିବ। ଏ ନେଇ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଗତବର୍ଷ କଳାହାଟ ଦ୍ୱାର ରୁପା ଛାଉଣି ହୋଇପାରି ନ ଥିଲା। ଶ୍ରୀଗୁଣ୍ଡିଚା ପରଦିନଠାରୁ କାଠ କାମ ଓ ରୁପା କାମ କରାଯିବ। ତେବେ ରୁପା ଛାଉଣି ପୂର୍ବରୁ ଅନେକ କାର୍ଯ୍ୟ କରାଯିବାର ଆବଶ୍ୟକ ଥାଏ। ସମ୍ପୃକ୍ତ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି। ରୁପା ଟ୍ରେଜେରିରୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ ନୀଳାଦ୍ରି ଭକ୍ତନିବାସରେ ରଖିଛୁ। ଆସନ୍ତା ୩୧ ପର୍ଯ୍ୟନ୍ତ ରୁପା କାର୍ଯ୍ୟ କରାଯିବ। ଏହା ପରେ ନବଦିନାତ୍ମକ ଯାତ୍ରା ସମୟରେ ରୁପା ଶ୍ରୀମନ୍ଦିର ଭିତରକୁ ଯାଇ କଳାହାଟ ଦ୍ୱାରରେ ଛାଉଣି ହେବ। ନୀଳାଦ୍ରି ଭକ୍ତନିବାସ ମଧ୍ୟରେ ସୁରକ୍ଷା କର୍ମୀମାନଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରାଯାଇଥିଲା। ରୁପା ଟ୍ରଙ୍କରେ ଭର୍ତ୍ତିହୋଇ ଭକ୍ତନିବାସରେ ପହଞ୍ଚିବା ପରେ ସୁରକ୍ଷାକର୍ମୀଙ୍କ ତତ୍ତ୍ବାବଧାନରେ ଏହା ନୀଳାଦ୍ରି ଭକ୍ତନିବାସର ଷ୍ଟ୍ରଙ୍ଗ୍‌ରୁମ୍‌କୁ ନିଆଯାଇଥିଲା। ତେବେ ରୁପା କାମ ୩୫ ଜଣ କାରିଗର କରିବେ। ଫ୍ରେମ୍‌ ନିର୍ମାଣ ସରିଛି, ଏବେ କେବଳ ରୁପାରେ ସୂକ୍ଷ୍ମକାର୍ଯ୍ୟ କରାଯିବା ସହ ଶେଷ ସ୍ପର୍ଶ ଦିଆଯିବ ବୋଲି ପ୍ରଶାସନ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri