ପ୍ରଦଶନୀ ପଡ଼ିଆରେ ସିଲ୍କ ଫାବ୍‌ ପ୍ରଦର୍ଶନୀ

ଭୁବନେଶ୍ୱର,୯ା୯: ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ଡେଭଲପମେଣ୍ଟ କର୍ପୋରେଶନ୍‌ (ଏନଏଚଡିସି) ଲିମିଟେଡ୍‌ ଏବଂ ବୟନ ମନ୍ତ୍ରଣାଳୟ ଓ ଅଫିସ ଅଫ ଡେଭଲପମେଣ୍ଟ କମିଶନରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ (ଏକ୍ରାମ ହାଟ ଆଇଡିସିଓ) ଠାରେ ଏକ ୧୪ ଦିନିଆ ସିଲ୍କ ଫାବ ପ୍ରଦର୍ଶନୀ ଓ ବିକ୍ରୟ ମେଳା ନିକଟରେ ଉଦଘାଟିତ ହୋଇଯାଇଛି। ବିଶେଷ କରି ଏହି ମେଳା ୨୦୨୩ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ଜାରି ରହିବ। ଉକ୍ତ ମେଳାରେ ୧୬ ରାଜ୍ୟର ୬୦ବ୍ୟବସାୟୀ (ଏଜେନ୍ସି) ଅଂଶ ଗ୍ରହଣ କରିଛନ୍ତି। ବିଶେଷ କରି ଉକ୍ତ ମେଳାରେ ବନାରସୀ, ଜାମଦାନି,ବାଲୁଚାରି, ମଧୁବାଣୀ, କୋସା ଏବଂ ଇକ୍କାଟ ଭଳି ରେଶମ ଦ୍ରବ୍ୟର ଅନେକ ରାଜ୍ୟର ସ୍ବତନ୍ତ୍ର ପୋଷାକ ଉପଲବ୍ଧ। ଅପରପକ୍ଷରେ ଭାରତ ସରକାର ହ୍ୟାଣ୍ଡଲୁମ୍‌ ଉତ୍ପାଦ ପାଇଁ ହ୍ୟାଣ୍ଡଲୁମ୍‌ ମାର୍କ ଯୋଜନା, ରେଶମ ଦ୍ରବ୍ୟର ସିଲ୍କ ମାର୍କ ଏବଂ ଉଚ୍ଚ ମାନର ହ୍ୟାଣ୍ଡଲୁମ୍‌ ଉତ୍ପାଦର ବ୍ରାଣ୍ଡିଂ ପାଇଁ ଇଣ୍ଡିଆ ହ୍ୟାଣ୍ଡଲୁମ୍‌ ବ୍ରାଣ୍ଡ ଯୋଜନା ଆରମ୍ଭ କରିଛନ୍ତି। ଯାହା ଶୂନ୍ୟ ତ୍ରୁଟି ଏବଂ ପରିବେଶ ଉପରେ ଶୂନ୍ୟ ପ୍ରଭାବ ପକାଇବ। ସେହିଭଳି ରେଶମ ଉତ୍ପାଦଗୁଡିକର ସ୍ବତନ୍ତ୍ରତାକୁ ଆଲୋକିତ କରିବା ସହିତ ଉକ୍ତ ଉତ୍ପାଦଗୁଡିକୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ କ୍ରେତାଙ୍କ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ବିଶେଷ କରି ସିଲ୍କ ଫାବରେ ଥିବା ସମସ୍ତ ପ୍ରଦର୍ଶକଙ୍କୁ ଉତ୍ପାଦଗୁଡ଼ିକରେ ‘ହ୍ୟାଣ୍ଡଲୁମ୍‌ ମାର୍କ’, ‘ସିଲ୍କ ମାର୍କ’ ଏବଂ ‘ଇଣ୍ଡିଆ ହ୍ୟାଣ୍ଡଲୁମ୍‌ ବ୍ରାଣ୍ଡ’ ଟ୍ୟାଗ୍‌ ପ୍ରଦର୍ଶନ କରିବାକୁ ଆୟୋଜକଙ୍କ ପକ୍ଷରୁ ଉତ୍ସାହିତ ସହ ହ୍ୟାଣ୍ଡଲୁମ୍‌ ବୁଣାକାର ସମ୍ପ୍ରଦାୟର ରୋଜଗାରରେ ମଧ୍ୟ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରଦର୍ଶନୀ ୨୦୨୩ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୧ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତର ହ୍ୟାଣ୍ଡଲୁମ୍‌ ସେକ୍ଟରରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ୩୫ ଲକ୍ଷ ଲୋକଙ୍କୁ ନିୟୋଜିତ କରାଯାଇଛି,ଯାହା ଦେଶର କୃଷି କ୍ଷେତ୍ରର ପରବର୍ତ୍ତୀ କାର୍ଯ୍ୟ କ୍ଷେତ୍ର ଭାବେ ମାନ୍ୟତା ହାସଲ କରିଛି। ଉକ୍ତ ପ୍ରଦର୍ଶନୀରେ ରାଜ୍ୟ ସରକାରଙ୍କ ଏଜେନ୍ସି, ଆପେକ୍ସ ବଡି, ପ୍ରାଥମିକ ହ୍ୟାଣ୍ଡଲୁମ୍‌ ବୁଣାକାର ସମବାୟ ସମିତି, ଉତ୍ପାଦକ କମ୍ପାନୀ, ବୁଣାକାର ଏବଂ ଅନ୍ୟାନ୍ୟ ହ୍ୟାଣ୍ଡଲୁମ୍‌ ଏଜେନ୍ସି ଅନ୍ତର୍ଭୁକ୍ତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri