ଏସ୍‌ବିଆଇ ଟ୍ରାଞ୍ଜିଟ୍‌ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୯ା୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏସ୍‌ବିଆଇ ଟ୍ରାଞ୍ଜିଟ୍‌ କାର୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ୍‌ ଫିନଟେକ୍‌ ଫେଷ୍ଟ-୨୦୨୩ ଅବସରରେ ଦେଶର ପ୍ରଥମ ଟ୍ରାଞ୍ଜିଟ୍‌ କାର୍ଡର ଉନ୍ମୋଚନ କରାଯାଇଥିଲା। ଏପରିକି ଏହି କାର୍ଡ ଏକ ରୂପେ ନ୍ୟାସନାଲ୍‌ କମନ ମୋବିଲିଟି କାର୍ଡ (ଏନ୍‌ସିଏମ୍‌ସି) ପ୍ରିପେଡ୍‌ କାର୍ଡ ଭଳି କାର୍ଯ୍ୟ କରିବ। ଯାହା ଗ୍ରାହକମାନଙ୍କ ଯାତାୟାତ ଅନୁଭୂତିକୁ ନିରବଚ୍ଛିନ୍ନ କରିବା ସହିତ ସେଥିରେ ଉନ୍ନତି ଆଣିବ ଏବଂ ଗୋଟିଏ କାର୍ଡ ଜରିଆରେ ମେଟ୍ରୋ, ବସ୍‌, ଜଳପଥରେ ଗମନାଗମନ, ପାର୍କିଂ ଆଦିରେ ସହଜ ଡିଜିଟାଲ୍‌ ପେମେଣ୍ଟକୁ ଏହା ସୁନିଶ୍ଚିତ କରିବ। ଏହି କାର୍ଡକୁ ରିଟେଲ୍‌ ଓ ଇ-କମର୍ସ ପେମେଣ୍ଟ ପାଇଁ ବ୍ୟବହାର କରାଯାଇପାରିବ। ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି, ଗ୍ରାହକମାନଙ୍କ ଦୈନନ୍ଦିନ ଜୀବନ ଓ ବ୍ୟାଙ୍କିଙ୍ଗ୍‌କୁ ସହଜ କରିବା ଲାଗି ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ। ଏପରିକି ରୂପେ ଓ ଏନ୍‌ସିଏମ୍‌ସି ପ୍ରଯୁକ୍ତି ସହିତ ଦେଶର ପ୍ରଥମ ଟ୍ରାଞ୍ଜିଟ୍‌ କାର୍ଡର ଯାତାୟାତ ଅନୁଭୂତିରେ ବିପ୍ଳବ ଆଣିବ ଏବଂ ଗୋଟିଏ ଦେଶ ଗୋଟିଏ କାର୍ଡ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଛି। ସେହିଭଳି ଆମେ ଗର୍ବର ସହିତ ଏକ କାର୍ଡ ଉପସ୍ଥାପନ କରୁଛୁ, ଯାହା ଆମ ଗ୍ରାହକମାନଙ୍କ ଜୀବନକୁ ସହଜ କରିବ ଏବଂ ଆମ ଦେଶର ଅଭିବୃଦ୍ଧିରେ ଯୋଗଦାନ ପ୍ରଦାନ କରିବ। ନବସୃଜନ ଓ ଗ୍ରାହକ କୈନ୍ଦ୍ରୀକତା ଉପରେ ନିରନ୍ତର ଓ ନିରବଚ୍ଛିନ୍ନ ଗୁରୁତ୍ୱ ପ୍ରଦାନ କରି ଏସ୍‌ବିଆଇ ୨୦୧୯ରେ ଯାତାୟାତ ଅପରେଟରମାନଙ୍କ ସହିତ ଏନ୍‌ସିଏମ୍‌ସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା।
ଏହି ଏନ୍‌ସିଏମ୍‌ସି କାର୍ଯ୍ୟକ୍ରମର ଅଂଶ ଭାବେ ଏସ୍‌ବିଆଇ ପକ୍ଷରୁ ସଫଳତାର ସହ ନାଗପୁର ମେଟ୍ରୋ, ନୋଏଡା ମେଟ୍ରୋ, ଏମ୍‌ଏମ୍‌ଆଡିଏ ମେଟ୍ରୋ ଲାଇନ୍‌ ୨ଏ ଓ ୭, କାନପୁର ମେଟ୍ରୋ ଓ ଚେନ୍ନାଇ ମେଟ୍ରୋରେ ସିଟି୧କାର୍ଡ, ନାଗପୁର ମେଟ୍ରୋ ମହାକାର୍ଡ, ମୁମ୍ବାଇ୧ କାର୍ଡ, ଗୋ-ସ୍ମାର୍ଟ କାର୍ଡ ଓ ସିଙ୍ଗାରା ଚେନ୍ନାଇ କାର୍ଡର ଶୁଭାରମ୍ଭ କରାଯାଇଥିଲା। ଏମ୍‌ଏମ୍‌ଆର୍‌ସି ମେଟ୍ରୋ ଲାଇନ୍‌-୩ ଓ ଆଗ୍ରା ମେଟ୍ରୋରେ ଏସବିଆଇ ପକ୍ଷରୁ ଏନ୍‌ସିଏମ୍‌ସିଭିତ୍ତିକ ଟିକେଟ୍‌ ସମାଧାନକୁ କାର୍ଯ୍ୟକାରୀ କରାଯାଉଛି, ଯାହା ସର୍ବସାଧାରଣଙ୍କ ପାଇଁ ଖୁବଶୀଘ୍ର ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?