ପ୍ରଦଶନୀ ପଡ଼ିଆରେ ସିଲ୍କ ଫାବ୍‌ ପ୍ରଦର୍ଶନୀ

ଭୁବନେଶ୍ୱର,୯ା୯: ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ଡେଭଲପମେଣ୍ଟ କର୍ପୋରେଶନ୍‌ (ଏନଏଚଡିସି) ଲିମିଟେଡ୍‌ ଏବଂ ବୟନ ମନ୍ତ୍ରଣାଳୟ ଓ ଅଫିସ ଅଫ ଡେଭଲପମେଣ୍ଟ କମିଶନରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ (ଏକ୍ରାମ ହାଟ ଆଇଡିସିଓ) ଠାରେ ଏକ ୧୪ ଦିନିଆ ସିଲ୍କ ଫାବ ପ୍ରଦର୍ଶନୀ ଓ ବିକ୍ରୟ ମେଳା ନିକଟରେ ଉଦଘାଟିତ ହୋଇଯାଇଛି। ବିଶେଷ କରି ଏହି ମେଳା ୨୦୨୩ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ଜାରି ରହିବ। ଉକ୍ତ ମେଳାରେ ୧୬ ରାଜ୍ୟର ୬୦ବ୍ୟବସାୟୀ (ଏଜେନ୍ସି) ଅଂଶ ଗ୍ରହଣ କରିଛନ୍ତି। ବିଶେଷ କରି ଉକ୍ତ ମେଳାରେ ବନାରସୀ, ଜାମଦାନି,ବାଲୁଚାରି, ମଧୁବାଣୀ, କୋସା ଏବଂ ଇକ୍କାଟ ଭଳି ରେଶମ ଦ୍ରବ୍ୟର ଅନେକ ରାଜ୍ୟର ସ୍ବତନ୍ତ୍ର ପୋଷାକ ଉପଲବ୍ଧ। ଅପରପକ୍ଷରେ ଭାରତ ସରକାର ହ୍ୟାଣ୍ଡଲୁମ୍‌ ଉତ୍ପାଦ ପାଇଁ ହ୍ୟାଣ୍ଡଲୁମ୍‌ ମାର୍କ ଯୋଜନା, ରେଶମ ଦ୍ରବ୍ୟର ସିଲ୍କ ମାର୍କ ଏବଂ ଉଚ୍ଚ ମାନର ହ୍ୟାଣ୍ଡଲୁମ୍‌ ଉତ୍ପାଦର ବ୍ରାଣ୍ଡିଂ ପାଇଁ ଇଣ୍ଡିଆ ହ୍ୟାଣ୍ଡଲୁମ୍‌ ବ୍ରାଣ୍ଡ ଯୋଜନା ଆରମ୍ଭ କରିଛନ୍ତି। ଯାହା ଶୂନ୍ୟ ତ୍ରୁଟି ଏବଂ ପରିବେଶ ଉପରେ ଶୂନ୍ୟ ପ୍ରଭାବ ପକାଇବ। ସେହିଭଳି ରେଶମ ଉତ୍ପାଦଗୁଡିକର ସ୍ବତନ୍ତ୍ରତାକୁ ଆଲୋକିତ କରିବା ସହିତ ଉକ୍ତ ଉତ୍ପାଦଗୁଡିକୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ କ୍ରେତାଙ୍କ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ବିଶେଷ କରି ସିଲ୍କ ଫାବରେ ଥିବା ସମସ୍ତ ପ୍ରଦର୍ଶକଙ୍କୁ ଉତ୍ପାଦଗୁଡ଼ିକରେ ‘ହ୍ୟାଣ୍ଡଲୁମ୍‌ ମାର୍କ’, ‘ସିଲ୍କ ମାର୍କ’ ଏବଂ ‘ଇଣ୍ଡିଆ ହ୍ୟାଣ୍ଡଲୁମ୍‌ ବ୍ରାଣ୍ଡ’ ଟ୍ୟାଗ୍‌ ପ୍ରଦର୍ଶନ କରିବାକୁ ଆୟୋଜକଙ୍କ ପକ୍ଷରୁ ଉତ୍ସାହିତ ସହ ହ୍ୟାଣ୍ଡଲୁମ୍‌ ବୁଣାକାର ସମ୍ପ୍ରଦାୟର ରୋଜଗାରରେ ମଧ୍ୟ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରଦର୍ଶନୀ ୨୦୨୩ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୧ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତର ହ୍ୟାଣ୍ଡଲୁମ୍‌ ସେକ୍ଟରରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ୩୫ ଲକ୍ଷ ଲୋକଙ୍କୁ ନିୟୋଜିତ କରାଯାଇଛି,ଯାହା ଦେଶର କୃଷି କ୍ଷେତ୍ରର ପରବର୍ତ୍ତୀ କାର୍ଯ୍ୟ କ୍ଷେତ୍ର ଭାବେ ମାନ୍ୟତା ହାସଲ କରିଛି। ଉକ୍ତ ପ୍ରଦର୍ଶନୀରେ ରାଜ୍ୟ ସରକାରଙ୍କ ଏଜେନ୍ସି, ଆପେକ୍ସ ବଡି, ପ୍ରାଥମିକ ହ୍ୟାଣ୍ଡଲୁମ୍‌ ବୁଣାକାର ସମବାୟ ସମିତି, ଉତ୍ପାଦକ କମ୍ପାନୀ, ବୁଣାକାର ଏବଂ ଅନ୍ୟାନ୍ୟ ହ୍ୟାଣ୍ଡଲୁମ୍‌ ଏଜେନ୍ସି ଅନ୍ତର୍ଭୁକ୍ତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri