କରୋନା କାଳର ନୀରବ କଥା

ସାରଦା କର

ମସ୍ତିଷ୍କର ପ୍ରତିକ୍ରିୟା ଫଳ ସ୍ବରୂପ ଆଖି ପଛରେ ଥିବା ଟିୟରଡକ୍ଟରୁ ଝରିଆସୁଥିବା ଅମ୍ଳମିଶା ଲୁହ ଦ୍ୱାରା ଆଖିର ପଟଳ ସଫା ହୋଇଯାଏ। ଭାରତୀୟ ଦର୍ଶନ ଆଉ ଏକ ପାଦ ଆଗକୁ ଯାଇ ତା’ର ଅଶ୍ରୁଳ ଆଖି ପୋଛି ଦେଖେ ଭୂମିରୁ ଭୂମା ପର୍ଯ୍ୟନ୍ତ ବିସ୍ତାରିତ ହାତରେ ପ୍ରଭୁ ଜଗନ୍ନାଥ ବନ୍ଧୁ ମହାନ୍ତି କି ଭକ୍ତ ଦାସିଆ ହାତରୁ ପ୍ରଣାମୀ ଗ୍ରହଣ କରୁଛନ୍ତି। କୋଭିଡ୍‌ ସଂକ୍ରମଣରେ ଅସହାୟ ମଣିଷ ସରକାରଙ୍କୁ ହାତ ଯୋଡ଼ୁଥିବାବେଳେ ଆଉ ଦୈନନ୍ଦିନ ଆମତ୍ହତ୍ୟା ପ୍ରବଣତା ବୃଦ୍ଧି ପାଉଥିବାବେଳେ ସରକାର ପ୍ରସଙ୍ଗଠାରୁ ଦୂରେଇ ଯାଇ ପଡ଼ୋଶୀ ଦେଶରେ କେତେ ଆମ ଦେଶରେ କେତେ ତୁଳନା କରି, ଦେଶ ଜିତିବ କହି ନିସ୍ତରି ଯିବାକୁ ଚାହୁଁଛନ୍ତି। ସରକାର ଜାଣିବା ଉଚିତ୍‌, ରାସ୍ତାକଡ଼ର ବେସାହାରା, ଭୋକିଲା, ଋଣଚପଟରେ ଆମତ୍ହତ୍ୟାକୁ ଅପେକ୍ଷାରତ ଲୁହ ଆଖିଆ ମଣିଷଗୁଡ଼ାକଙ୍କ ଲୁହ ଶାଶୁଘର ଯିବା ଝିଅ ଲୁହ ନୁହେଁ। କିମ୍ବା ଫେସ୍‌ବୁକ୍‌ କି ମଞ୍ଚ ନାଟକ ପ୍ରେମିକା ଆଖିର ଅମୃତାଞ୍ଜନ ବୋଳା ଲୁହ ନୁହେଁ।
ସରକାର କହୁଛନ୍ତି କରୋନା ହାରିବ, ମଣିଷ ଜିତିବ। କିଛି ମଣିଷ ଏବେ ଆମ ଦେଶରେ ଜିତିସାରିଲେଣି ବିଲିୟନେୟାର ହେବାରେ। କିଏ ସରକାରଙ୍କ ନାଁ ଧରି ଔଷଧ ବାହାର କରିସାରିଲାଣି କହି ଅପେକ୍ଷାରତ ଆଉ କିଏ ମାସ୍କ, ସାନିଟାଇଜର ବ୍ରାଣ୍ଡିଂ କରି ମହାଧନୀ। ୬ ମାସର ମାଗଣା ରାଶନ ଖିଆ ଆଉ ସରକାରୀ ଚାକିରିଆଙ୍କୁ ଛାଡ଼ିଦେଲେ ଲୁହ-ଲହୁରେ ଏକାକାର ହେଉଥିବା ଦେଶବାସୀ ଗୋଟିଏ ସଂଖ୍ୟାଲଘୁରେ ପରିଣତ ହୋଇସାରିଲେଣି। ଭିକ୍ଟୋରିଆ ଯୁଗର ଇଂରାଜୀ କବି ଆଲ୍‌ଫ୍ରେଡ୍‌ ଲର୍ଡ ଟେନିସନ୍‌ ତାଙ୍କ ରଚିତ ‘ଟିୟର୍ସ, ଆଇଡିଲ୍‌ ଟିୟର୍ସ’ରେ ଲେଖିଥିଲେ, ”ସମୟର ପ୍ରବାହ ଓ ବନ୍ଧୁମାନଙ୍କ ବିଚ୍ଛେଦରେ ତାଙ୍କ ଆଖିର ଲୁହ ଶୁଖିଯାଏ।“ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୪୬ ଲକ୍ଷରୁ ଊର୍ଦ୍ଧ୍ୱ ଓ ମୃତକଙ୍କ ସଂଖ୍ୟା ୭୭ ହଜାର ଟପିିଲାଣି। ଆଗକୁ ଆହୁରି ବଢ଼ିବ ବୋଲି ଶାକୁନ କଲେଣି ଡବ୍ଲ୍ୟୁଏଚ୍‌ଓ।
‘ଆଖୋଁ ମେଁ ଆ ଗଏଥେ ଆଶୁଁ, ମେଁ ଦେଖତାହିଁ ରହା। ବଢ଼ା ନା ସକା ହାଥ୍‌ ପୋଛ୍‌ନେକୋ, ମେଁ ଦେଖ୍‌ତାହିରହା।’ କବି ଆଲୋକଙ୍କର ସେହି ପ୍ରେମକବିତା ପ୍ରଭୁ ଶ୍ରୀରାମଙ୍କ ବିଳାପକୁ ପ୍ରତିପାଦନ କରୁଥାଇପାରେ। ମାତଙ୍ଗ ଋଷିଙ୍କ ଶିଷ୍ୟା ଶବରୀ ଆଖିର ଲୁହ ପୋଛିବାର ସମର୍ଥ ହାତଟା ପନତ୍ୀ ସୀତାଙ୍କ ଆଖିର ଲୁହ ପୋଛି ନ ପାରି ନିଶ୍ଚୟ ଭାଙ୍ଗିପଡ଼ିଥିବେ ଶ୍ରୀରାମ। କରୋନା ବିପର୍ଯ୍ୟୟ କାଳରେ ନାରୀ ପ୍ରତି ବଢ଼ୁଥିବା ଅସହିଷ୍ଣୁତା, ଘରୋଇ ହିଂସା ସଂପୃକ୍ତିରେ ସରକାର ଯେତେ ମନର କଥା ମାଧ୍ୟମରେ ଦେଶକୁ ଆଶ୍ୱାସନା ଦେଲେ ବି ସରକାରଙ୍କ ଆଖି ତଳର ଲୁହ ବାରି ହୋଇପଡ଼ୁଛି। ଅଗଷ୍ଟ ୫ ତାରିଖ ରାମ ମନ୍ଦିର ପ୍ରତିଷ୍ଠା ଦିନ ଦେଶକୁ ସମ୍ବୋଧନ କରି ମୋଦି ଅନୁରୋଧ କରିଥିଲେ କି ଗୋଟିଏ ଦିନ ଦୀପ ପ୍ରଜ୍ୱଳନ କରିବା ସହ ଆମିଷ ନ ଖାଇବାକୁ। ଗୋଟିଏ ଦିନ ଅନ୍ତତଃ ମଦ ବନ୍ଦ କରି ଘରୋଇ ହିଂସାରେ ଭାଙ୍ଗିପଡ଼ୁଥିବା ନାରୀ ଆଖିର ଲୁହକୁ ପୋଛି ପାରିଥାନ୍ତେ ସରକାର। ପ୍ରାଚୀନ କିମ୍ବଦନ୍ତୀ ‘ଅମୃତ ଫଳ’ ଉପାଖ୍ୟାନ ବର୍ଣ୍ଣିତ ଉଜ୍ଜୟିନୀର ଲୋକପ୍ରିୟ ଶାସକ ଭର୍ତ୍ତୃହରି ରାଜସଭାର ନର୍ତ୍ତକୀ ହାତରୁ ଅମୃତ ଫଳଟିଏ ପ୍ରତ୍ୟାବର୍ତ୍ତନ ହେବାରେ ତାଙ୍କ ଆଖିରେ ଲୁହ ଆସିଗଲା ସେଦିନ। ସେହି ମୁହୂର୍ତ୍ତରୁ ଚକ୍ରବର୍ତ୍ତୀର ମୋହ ତୁଟାଇ ରାଜା ସନ୍ନ୍ୟାସ ନେଲେ। ଏ ଦେଶର ନାରୀ ସେହି ଅମୃତ ଫଳ ମାଗଣା ଅନ୍ନ, ରାଶନ କାର୍ଡଟି ସରକାରଙ୍କୁ ଫେରେଇବା ଯେବେ ଆରମ୍ଭ କରିବେ ସରକାରଙ୍କ ଆଖିରେ ଲୁହ ଆସିବା ନିଶ୍ଚିତ।
ମଣିଷ କେବେଠାରୁ ଓ କେମିତି କାନ୍ଦି ଶିଖିଲା ଅବା କେଉଁ ଆବାହମାନ କାଳରୁ କାନ୍ଦର ଶୈଳୀ ନିର୍ଣ୍ଣୟ କରାଗଲା ତା’ର ହିସାବ କିଏ ରଖିଛି! ତେବେ କାନ୍ଦିବା କ’ଣ ହସିବାର ବିକଳ୍ପ ନା କାନ୍ଦିବା ଅନିବାର୍ଯ୍ୟ, ବିଧାତା ନିର୍ଦ୍ଦିଷ୍ଟ? ଗୋଟିଏ କଥା ସ୍ପଷ୍ଟ ଯେ ଯନ୍ତ୍ରଣା ଉପଶମ ପାଇଁ କାନ୍ଦିବା ଆଉ ହସି ହସି ଲୁହ ନିଗାଡ଼ିବା ଦୁଇଟିଯାକ ମଣିଷ ହୃଦୟର କଥା। କାନ୍ଦିବା ହୃଦୟର ପରିଭାଷା ନିଶ୍ଚୟ। କରୋନାଜନିତ ତାଲା ବନ୍ଦ ହେତୁ ଫସଲ ବିଲମୁଣ୍ଡରେ ଅମଳ ନ ହୋଇ ପଡ଼ିରହିବା ଏବଂ ଅଭାବୀ ବିକ୍ରି ହେବା ଦ୍ୱାରା ଚାଷୀ ଆଖିରେ ଲୁହ ଆଣିଥିବ। ୨୦୧୬ ଫେବୃୟାରୀ ୨୮ ବରେଲିଠାରେ ସମ୍ବୋଧନ କରି ଚାଷରେ ଦେଶକୁ ଦୁଇଗୁଣା ସ୍ବପ୍ନ ଦେଇଥିବା ଭାରତ ସରକାରଙ୍କ ଆଖି ଲୁହ ଆଖିରେ ମରୁଥିବ। ପର୍ଯ୍ୟାପ୍ତ ଚାଷ ଜମି, ବ୍ୟବସାୟ କି ସରକାରୀ ଚାକିରି ଥାଇ ସ୍ବଚ୍ଛଳ ବର୍ଗର ଲୋକ ଭତ୍ତା ଏବଂ ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ଲୁଟୁଥିବାବେଳେ ବାଡ଼ି ଏଣ୍ଡୁଅ ପରି ସରକାର ଜଳ ଜଳ ଚାହିଁଥିବା ଆଉ ନିଜ ଲୋକ ବୋଲି କିଛି ନିଷ୍ପତ୍ତି ନେଇପାରୁ ନ ଥିବାକୁ ଆମେ ନା ଅନିବାର୍ଯ୍ୟ ନା ବିଧାତାକୃତ କହିପାରିବା। ମନ୍ଦିର ପାଇଁ ହଜାର ହଜାର କୋଟି ଆଶାବାନ୍ଧିଥିବା ସରକାର ଧର୍ମଦ୍ୱାହିରେ କରୋନା ଆକ୍ରାନ୍ତ ମଣିଷ ପାଇଁ ନିଜ ପରାକ୍ରମକୁ ଫାଙ୍କ ିଦେବାକୁ ବସିଲେଣି।
ଜଣେ ନେତାଙ୍କ ବିୟୋଗରେ ବେଢ଼ିପଡ଼ିଥିବା ପୁଷ୍ପାଳକ ସ୍ବେଚ୍ଛାସେବୀ ସେବକମାନେ ସମସ୍ତେ ଯେ ହିତାଧିକାରୀ ନୁହନ୍ତି, ହେଲେ ଲୁହ ଗଡ଼େଇବାବେଳେ ଖାଉ-ଅଖାଉ ଏକାଠି। ଯଦି ଗଣତନ୍ତ୍ର ଗୁଣଯୁକ୍ତ ହୁଏ ଗଣଲୁହର ନିର୍ଯାସରେ ଆଉ ତାହା ଦାଣ୍ଡ ସୁନ୍ଦର ହୁଏ ତେବେ ସେ ଲୁହକୁ ବୋହିବାକୁ ଦିଆ ପେଟର ଭୋକ ଓ ସର୍ବନିମ୍ନରୁ ବଞ୍ଚିତ ହେବାରେ କଣ୍ଠଫଟା ଚିକତ୍ାର ସହ ଆଖିରୁ ଦୁଇଧାର ଲୁହ ବାହାରିଆସୁଥିବାର ଦେଖି ଯଦି ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରୁଛି ତେବେ ସେ ଲୁହକୁ ବିଜୟର ଲୁହ ଭାବି ବୋହିବାକୁ ଦଅ (ପେଟର ଭୋକ ଆଉ ଅବହେଳା ଯଦି ସ୍ବୀକାର ନ ହୁଏ ତେବେ କାନ୍ଦିବା ଭଲ)। କରୋନା ମହାମାରୀରେ ଭାରତର ୩୭ ଭାଗ ନିଯୁକ୍ତି ବଞ୍ଚିତ ମଣିଷ ଓ ଜାତିସଂଘ ଅନୁସାରେ ପୃଥିବୀରେ ସୃଷ୍ଟି ହେବାକୁ ଥିବା ୧୪୦ମିଲିୟନ୍‌ ଭୋକିଲାଙ୍କ ମଧ୍ୟରୁ ଭାରତରେ ସର୍ବାଧିକ ହେବାକୁ ଥିବାର ଆକଳନ ସରକାରଙ୍କୁ ଅଡୁଆରେ ପକାଇଥିବେ। ଦେଶର ସରକାର ଖାଦ୍ୟ ନିରାପତ୍ତାର ସମସ୍ତ ବ୍ୟବସ୍ଥା କରି ଭୋକିଲା ପେଟ ରଖି ନ ଥିବା କହିବା ଲୁହ ପୋଛିଦେବାର ଗୋଟେ ଭଲ କଳା-କୌଶଳ କଥା।
୧୩୫ କୋଟି ଜନତାଙ୍କ ମଧ୍ୟରୁ ୮୦ କୋଟିକୁ ୫ ମାସର ମାଗଣା ୨୦ କେଜି ଚାଉଳ, ୫ କେଜି ଡାଲିର ରାଶନ ବ୍ୟବସ୍ଥା, ତେବେ ଅନ୍ୟ ସମସ୍ତ ୫୫ କୋଟି ଲୋକ କ’ଣ ପୁଞ୍ଜିପତି, ଶିଳ୍ପପତି, ସର୍ବଭାରତୀୟ ସେବା ନିଯୁକ୍ତ ନା ସରକାରୀ ଚାକିରିଆ? ଅଧିକାଂଶ ଘରୋଇ ଚାକିରିଆ ଓ ନିମ୍ନମଧ୍ୟବିତ୍ତ କରୋନା କାଳରେ ସର୍ବହରା। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୯ କୋଟି ପାଖ କୃଷକଙ୍କୁ ମୁଣ୍ଡପିଛା ୨ ହଜାର କରି ଦିଆଯାଇଛି। ତେବେ ଅନୂ୍ୟନ ୮୦ କୋଟି ଥିବା ଦେଶରେ ସେହି ଭାଗ୍ୟବାନ୍‌ ୯ କୋଟି କିଏ ଏବଂ ସରକାରଙ୍କ ଧନ ହଜମ କରୁଛନ୍ତି ତାହାର ତଥ୍ୟ ଟିକିଏ ପ୍ରକାଶ କରିବେ କି?
ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତର ଦେଶରେ ୮୭ ମିଲିୟନ୍‌ ଗରିବ ଶିଶୁ ସୃଷ୍ଟି ହେବାର ୟୁନିସେଫ୍‌ ଆକଳନ ଆଧାରରେ ଭାରତର ଭାଗ କେତେ ସରକାର ସ୍ପଷ୍ଟ କରନ୍ତୁ। ସରକାର ଶିଶୁମାନଙ୍କ ନିରାପତ୍ତା ବାର୍ତ୍ତା ଦେଉଥିବାବେଳେ ଦିଲ୍ଲୀ ସମେତ ଅନ୍ୟ କେତେକ ସ୍ଥାନରେ ଶିଶୁ ନିରାପତ୍ତା ବିପର୍ଯ୍ୟସ୍ତ ହୋଇଛି। ମଦ, ନିଶା, ରାଜନୈତିକ ପକ୍ଷପାତିତାକୁ ରୋକ ନ ଲଗାଇ କୁମ୍ଭୀର କାନ୍ଦଣା କାନ୍ଦିଲେ ଏ ଦେଶର ଜନତା ଠିକଣା ସମୟରେ ସରକାରଙ୍କୁ କନ୍ଦେଇପାରନ୍ତି।
ମୋ- ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri