ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର,୬ା୮(ବ୍ୟୁରୋ): କୋଭିଡ୍‌ ଯୋଦ୍ଧାମାନଙ୍କ ଉସତ୍ର୍ଗୀକୃତ ସେବା ଓ ସର୍ବଶ୍ରେଷ୍ଠ ତ୍ୟାଗ ପାଇଁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ଆଗଧାଡିରେ ରହି ଦିନରାତି ସଂଗ୍ରାମ କରୁଥିବା ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବୁଧବାର ସନ୍ଧ୍ୟା ୬ ଟାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମୁଖ୍ୟ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ ପଦାଧିକାରୀ ଓ କର୍ମଚାରୀ ସାମାଜିକ ଦୂରତା ରକ୍ଷା କରି କୋଭିଡ୍‌ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିବା ସହିତ କୋଭିଡ୍‌ ଯୋଦ୍ଧାମାନଙ୍କୁ ପୂରା ସହଯୋଗ କରିବା, ଏ ଲଢେଇରେ ନିଜେ ସାମିଲ ହେବା, କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉସତ୍ର୍ଗୀକୃତ ସେବାକୁ ଉସତ୍ାହିତ କରିବା, କରୋନା ବିରୁଦ୍ଧରେ ଲଢେଇକୁ ମଜବୁତ କରିବା ଏବଂ ସମସ୍ତେ କୋଭିଡ୍‌ ନିୟମାବଳୀ ପାଳନ କରିବାକୁ ଶପଥ ନେଇଥିଲେ ା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ସମସ୍ତ ପଦାଧିକାରୀ,ଉପବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏହି ନୀରବ ପ୍ରାର୍ଥନା ଓ ଶପଥପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।