ନୀରବତା ସନ୍ଦେହ ସୃଷ୍ଟି କରୁଛି

ତାଳଚେର,୬ା୩ (ନି.ପ୍ର.)

ମାର୍ଚ୍ଚ ୩୧ ତାରିଖ ପରେ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଚଳାଇବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ଅନୁମତି ନାହିଁ। ଏ ଦିଗରେ ଏନ୍‌ଟିପିସି କର୍ତ୍ତୃପକ୍ଷ ଏଯାଏ ନୀରବ ରହିଥିବାରୁ ଏହି ପ୍ଲାଣ୍ଟ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଫଳରେ ଟିଟିପିଏସ୍‌ କର୍ମଚାରୀ, ଶ୍ରମିକମାନଙ୍କ ମଧ୍ୟରେ ହତାଶାଭାବ ଦେଖାଦେଇଛି। ପ୍ଲାଣ୍ଟ ଚାଲୁ ରଖିବା ଓ ଫେଜ-୩ରେ ୧୩୨୦ ମେଗାଓ୍ବାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ୨ଟି ୟୁନିଟ୍‌ ସ୍ଥାପନ ଦାବିରେ ଗତ ୧୩ ଦିନ ହେଲା ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନେ ଗଣଧାରଣା ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଉ ନାହିଁ। ଏପରି କି ପ୍ରଶାସନ,ଏନ୍‌ଟିପିସି ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ତ ଦୂରର କଥା, ଆନ୍ଦୋଳନସ୍ଥଳକୁ ଯାଇ ସମବେଦନା ଜଣାଉ ନାହାନ୍ତି। ଏହାକୁ ନେଇ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବ
ଏନ୍‌ଟିପିସର ଅବହେଳା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ଟିଟିପିଏସ୍‌ ବନ୍ଦ ହେବାକୁ ଯିବାର ପ୍ରମୁଖ କାରଣ। ଏହାଦ୍ୱାରା ବହୁ ସଂଖ୍ୟକ ଠିକାଶ୍ରମିକଙ୍କ ପେଟ ପାଟଣା ଚାଲିଯିବ। ତାଳଚେରର ଅର୍ଥନୀତି ପ୍ରଭାବିତ ହେବ।
-ସମର ସାହୁ, ସମ୍ପାଦକ, ଏନ୍‌ଟିପିସି ପାୱାର ୱାର୍କର୍ସ ୟୁନିୟନ
ଦୁର୍ବଳ ରାଜନୀତି ଦାୟୀ
ଏନ୍‌ଟିପିସି ପରିଚାଳନାରେ ୪ ହଜାର କୋଟି ଟଙ୍କା ଲାଭ କରିଥିବା ଏହି ପ୍ଲାଣ୍ଟ ବନ୍ଦ ହେଲେ ତାଳଚେର ଶିଳ୍ପାଞ୍ଚଳ କରିଡର ବାଧାପ୍ରାପ୍ତ ହେବ। ଏହା ବନ୍ଦ ହେବାକୁ ଯାଉଥିବା ପଛରେ ଦୁର୍ବଳ ରାଜନୀତି ଦାୟୀ। ପ୍ଲାଣ୍ଟ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କଲେ ଟିଟିପିଏସ୍‌ ଚାଲୁ ରହିପାରିବ।
-ଅରବିନ୍ଦ ମିଶ୍ର, ସାଧାରଣ ସମ୍ପାଦକ, ଆଇଏନ୍‌ଟିୟୁସି
ଶ୍ରମିକଙ୍କ ଜୀବନ ସହ ଖେଳ
୨୨ବର୍ଷ କାମ କରିବା ପରେ ଏବେ ଆମ ଦାନାପାଣି ଚାଲିଯିବ। ଏଭଳି ସମସ୍ୟା ସମ୍ପର୍କରେ ଏନ୍‌ଟିପିସି, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସ୍ଥାନୀୟ ନେତାମାନେ କ’ଣ ଜାଣି ନ ଥିଲେ। ଜାଣିଶୁଣି ଶ୍ରମିକଙ୍କ ଜୀବନ ସହ ଖେଳ ଖେଳାଯାଉଛି।
-ଜିତେନ୍ଦ୍ର ବେହେରା,ଶ୍ରମିକ
ଏଫ୍‌ସିଆଇ ଭଳି ପରିସ୍ଥିତି ହେବ
ଖୁବ୍‌ କମ ଦରମାରେ କାମ କରୁଥିଲୁ। ଏବେ ଚାକିରି ଯିବ। ଏନ୍‌ଟିପିସିର ଅବହେଳା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ତାଳଚେର ସାର କାରଖାନା ପରି ଟିଟିପିଏସ୍‌ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ହେବାକୁ ଯାଉଛି।
-ମାତୃକା ପ୍ରସାଦ ରଥ, ଶ୍ରମିକ
ରାଜନୀତି ପାଇଁ ବଳିପଡ଼ିବ ଟିଟିପିଏସ୍‌
୧୩ ଦିନ ହେଲା ଆମେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଛୁ। ପ୍ରଶାସନିକ ଅଧିକାରୀ, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଦେଖାନାହିଁ। ଏନ୍‌ଟିପିସି ଭିତରେ ଭିତରେ ବଡ଼ ଚକ୍ରାନ୍ତ ଚାଳାଇଛି। କେନ୍ଦ୍ର ଓ ରାଜ୍ୟ ରାଜନୀତିର ପଶାପାଲିରେ ଟିଟିପିଏସ୍‌ ବଳି ପଡ଼ିବାକୁ ଯାଉଛି।
-ନୀର୍ମଳ ସେଠୀ, ଶ୍ରମିକ


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri