ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୯।୧୧ (ଅଭୟ ଦାଶ): ଚଳିତ ବର୍ଷର ପାର୍ବଣ ପାଇଁ ଘରୋଇ ଅଟୋ ବଜାରରେ ରେକର୍ଡ ପରିମାଣର କାରବାର ହୋଇଛି। ଏପରିକି ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସାଙ୍ଗକୁ ସବୁ କ୍ଷେତ୍ରର ଯାନ ବିକ୍ରିରେ ଚାହିଦା ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷକରି ପାର୍ବଣ ଉପହାର ଓ ଆକର୍ଷଣୀୟ ରିହାତି ସୁବିଧା ଖୁଚୁରା ଯାନ ବିକ୍ରିର ପରିମାଣକୁ ପୂର୍ବ ବର୍ଷ ଅପେକ୍ଷା ବଢ଼ାଇ ଦେଇଛି ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ ( ଏଫ୍‌ଏଡିଏ ବା ଫାଡା)ର ଓଡ଼ିଶା ଶାଖା ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବରରେ ଓଡ଼ିଶା ଅଟୋ ବଜାରର ଯାନ ବିକ୍ରି ୧,୦୮,୧୦୪ ୟୁନିଟ୍‌ ଥିଲାବେଳେ ୨୦୨୩ ଏହି ଅବଧି ମଧ୍ୟରେ ଗାଡି ବିକ୍ରି ୮୭,୨୭୪ ୟୁନିଟ୍‌ ଥିଲା। ଏପରିକି ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଗାଡ଼ି ବିକ୍ରି ପ୍ରାୟ ୨୪% (୨୩.୮୭%) ବୃଦ୍ଧି ଘଟିଛି ବୋଲି ଫାଡା ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବଜାରରେ ଦୁଇଚକିଆ ଯାନ ବିକ୍ରିର ଚାହିଦା ଅଧିକ ରହିଛି। ଏପରିକି ୨୦୨୪ ଅକ୍ଟୋବରରେ ୨ ଚକିଆ ଯାନ ୮୯,୧୫୯ ୟୁନିଟ୍‌ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୭୧,୫୯୪ ୟୁନିଟ୍‌ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୨୪.୫୩% ବୃଦ୍ଧି ହୋଇଛି। ସେହିପରି ଯାତ୍ରୀବାହୀ (ପାସେଞ୍ଜର ଭେଇକିଲ ବା ପିଭି) ଯାନ ବିକ୍ରିରେ ଉତ୍ସାହଜନକ କାରବାର ଦେଖିବାକୁ ମିଳିଥିଲା। ଏପରିକି ୨୦୨୪ ଅକ୍ଟୋବରରେ ପିଭି ୧୧,୧୭୭ ୟୁନିଟ୍‌ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୮,୭୭୫ ୟୁନିଟ୍‌ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୨୭.୩୭% ବୃଦ୍ଧି ହୋଇଛି। ଅପରପକ୍ଷରେ ବାଣିଜ୍ୟକ ଯାନ (କମର୍ସିଆଲ ଭେଇକିଲ ବା ସିଭି ) କ୍ରୟରେ ବୃଦ୍ଧି ଘଟିଛି। ଏପରିକି ୨୦୨୪ ଅକ୍ଟୋବରରେ ସିଭି ୩,୯୧୭ ୟୁନିଟ୍‌ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୩,୩୮୫ୟୁନିଟ୍‌ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୧୫.୭୨% ବୃଦ୍ଧି ହୋଇଛି। ୨୦୨୪ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ବଜାରରେ ୧୬% ରୁ ଅଧିକ ୩ ଚକିଆ ମଡେଲ ବିକ୍ରି ହୋଇଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ୩ ଚକିଆ ମଡେଲ ୨,୬୬୪ ୟୁନିଟ୍‌ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୨,୨୯୨ ୟୁନିଟ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୧୬.୨୩% ବୃଦ୍ଧି ହୋଇଛି। ୨୦୨୪ ଅକ୍ଟୋବରରେ ମଧ୍ୟ ଟ୍ରାକ୍ଟର ୧୧୮୭ ୟୁନିଟ୍‌ ବିକ୍ରିହୋଇଥିଲା ବେଳେ ୨୦୨୩ ଅକ୍ଟୋବରରେ ଏହାର ପରିମାଣ ୧୨୨୮ ୟୁନିଟ୍‌ ଥିଲା।
ଏ ସମ୍ପର୍କରେ ଫାଡା ଓଡ଼ିଶାର ରାଜ୍ୟ ଅଧ୍ୟକ୍ଷ ଅଖିଳ ପୋଦ୍ଦାର କହିଥିଲେ, ଆମେ ଆମର ଖୁଚୁରା ଗାଡ଼ି ବିକ୍ରିର ଫଳାଫଳ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଚଳିତ ବର୍ଷ ପାର୍ବଣରେ ଓଡ଼ିଶା ଅଟୋ ବଜାର ନୂଆ ମାଇଲଖୁଣ୍ଟ ସହ ୧ ଲକ୍ଷ ଗାଡ଼ି ବିକ୍ରିର ଐତିହାସିକ ସଫଳତା ହାସଲ କରିଛି। ଏହି ଧାରା ଆଗକୁ ମଧ୍ୟ ଜାରି ରହିବା ଆଶା କରାଯାଉଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?