ଶିଳ୍ପ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୧ା୧(ଅନୁରାଧା ମହାରଣା): ଦେଶରେ ପର୍ବପର୍ବାଣି ତଥା ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ସମୟରେ ଚାହିଦା ବୃଦ୍ଧି ହେତୁ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଆକଳନ ସୁଦୃଢ଼ ହୋଇଛି। ୨୦୨୪ ନଭେମ୍ବରରେ ଏହା ବାର୍ଷିକ ଭିତ୍ତିରେ ୫.୨ ପ୍ରତିଶତ ବୃଦ୍ଧି ପାଇ ୬ ମାସର ଉଚ୍ଚତାକୁ ଆସିଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩ ନଭେମ୍ବରରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ୨.୫ ପ୍ରତିଶତ ବୃଦ୍ଧି ପାଇଛି। ଏହାପୂର୍ବରୁ ୨୦୨୪ ମେ’ରେ ଶିଳ୍ପ ଉତ୍ପାଦନରେ ସର୍ବାଧିକ ଅଭିବୃଦ୍ଧି ହାର ୬.୩ ପ୍ରତିଶତ ଥିଲା। ଜୁନ୍‌ ମାସରେ ଅଭିବୃଦ୍ଧି ହାର ୪.୯ ପ୍ରତିଶତ ଥିବାବେଳେ ଜୁଲାଇରେ ଏହା ୫% ଥିଲା। ମାତ୍ର ଅଗଷ୍ଟରେ ଆଇଆଇପି ଅଭିବୃଦ୍ଧି ସ୍ଥିର ରହିଥିଲା । ସେପ୍ଟେମ୍ବରରେ ଏହା ୩.୧ ପ୍ରତିଶତ ବୃଦ୍ଧି ପାଇ ଅକ୍ଟୋବରରେ ୩.୭ ପ୍ରତିଶତ ବୃଦ୍ଧି ପାଇଥିଲା। ତଥ୍ୟ ଅନୁଯାୟୀ, ଆଇଆଇପି ଅନୁଯାୟୀ ମପାଯାଇଥିବା ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୨୦୨୪ ଏପ୍ରିଲ-ନଭେମ୍ବରରେ ୪.୧ ପ୍ରତିଶତ ରହିଥିଲା; ଯାହାକି ପୂର୍ବ ବର୍ଷ ସମାନ ଅବଧିରେ ୬.୫% ଥିଲା। ତଥ୍ୟ ଅନୁଯାୟୀ, ନଭେମ୍ବର ମାସରେ ଖଣି ଉତ୍ପାଦନର ଅଭିବୃଦ୍ଧି ହାର ୧.୯%କୁ ହ୍ରାସ ପାଇଥିଲାବେଳେ ୧ ବର୍ଷ ପୂର୍ବେ ଏହା ୭% ଅଭିବୃଦ୍ଧି ପଞ୍ଜୀକୃତ ହୋଇଥିଲା। ନଭେମ୍ବରରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୫.୮%ରେ ପହଞ୍ଚିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧.୩% ଥିଲା।
ଅନ୍ୟପଟେ ବିଦ୍ୟୁତ୍‌ ଉତ୍ପାଦନର ଅଭିବୃଦ୍ଧି ହାର ୪.୪ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ୧ ବର୍ଷ ପୂର୍ବେ ୫.୮ ପ୍ରତିଶତ ଥିଲା। ବ୍ୟବହାରଭିତ୍ତିକ ବର୍ଗୀକରଣ ଅନୁଯାୟୀ, ୨୦୨୪ ନଭେମ୍ବରରେ ପୁଞ୍ଜି ସାମଗ୍ରୀ ବିଭାଗର ଅଭିବୃଦ୍ଧ ୯% ବୃଦ୍ଧି ପାଇଥିଲା, ଯାହା ପୂର୍ବ ବର୍ଷ ସମାନ ଅବଧିରେ ୧.୧% ହ୍ରାସ ପାଇଥିଲା। ପାର୍ବଣ ସମୟରେ ଅର୍ଥାତ୍‌ ନଭେମ୍ବରରେ ଉପଭୋକ୍ତା ସ୍ଥାୟୀ (ବୃହତ୍‌ ଇଲେକ୍ଟ୍ରୋନିକ୍ସ ଉତ୍ପାଦ) ଉତ୍ପାଦନ ସମୀକ୍ଷାଧୀନ ମାସରେ ୧୩.୧ ପ୍ରତିଶତ ବୃଦ୍ଧି ପାଇଛି । ତେବେ ୨୦୨୩ ନଭେମ୍ବରରେ ଏହା ୪.୮ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୩ ନଭେମ୍ବରରେ ଗ୍ରାହକ ଅଣସ୍ଥାୟୀ ଦ୍ରବ୍ୟ ଉତ୍ପାଦନର ଅଭିବୃଦ୍ଧି ହାର ପ୍ରାୟ ୦.୬%ରେ ସ୍ଥିର ରହିଥିଲାବେଳେ ୨୦୨୩ ନଭମ୍ବରରେ ଏହା ୩.୪ ପ୍ରତିଶତ ହ୍ରାସ ପାଇଥିଲା। ତଥ୍ୟ ଅନୁଯାୟୀ ୨୦୨୪ ନଭେମ୍ବରରେ ନିର୍ମାଣ ସାମଗ୍ରୀ ୧୦% ବୃଦ୍ଧି ପାଇ ୧ ବର୍ଷ ପୂର୍ବେ ସମାନ ଅବଧିରେ ୧.୫% ଥିଲା। ତଥ୍ୟ ଅନୁଯାୟୀ, ୨୦୨୪ ନଭେମ୍ବରରେ ପ୍ରାଥମିକ ଦ୍ରବ୍ୟର ଉତ୍ପାଦନ ୨.୭% ଅଭିବୃଦ୍ଧି ପଞ୍ଜୀକୃତ ହୋଇଥିବାବେଳେ ବର୍ଷ ପୂର୍ବେ ନଭେମ୍ବରରେ ୮.୪ % ଅଭିବୃଦ୍ଧି ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?