ଶିଳ୍ପ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୧ା୧(ଅନୁରାଧା ମହାରଣା): ଦେଶରେ ପର୍ବପର୍ବାଣି ତଥା ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ସମୟରେ ଚାହିଦା ବୃଦ୍ଧି ହେତୁ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଆକଳନ ସୁଦୃଢ଼ ହୋଇଛି। ୨୦୨୪ ନଭେମ୍ବରରେ ଏହା ବାର୍ଷିକ ଭିତ୍ତିରେ ୫.୨ ପ୍ରତିଶତ ବୃଦ୍ଧି ପାଇ ୬ ମାସର ଉଚ୍ଚତାକୁ ଆସିଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩ ନଭେମ୍ବରରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ୨.୫ ପ୍ରତିଶତ ବୃଦ୍ଧି ପାଇଛି। ଏହାପୂର୍ବରୁ ୨୦୨୪ ମେ’ରେ ଶିଳ୍ପ ଉତ୍ପାଦନରେ ସର୍ବାଧିକ ଅଭିବୃଦ୍ଧି ହାର ୬.୩ ପ୍ରତିଶତ ଥିଲା। ଜୁନ୍‌ ମାସରେ ଅଭିବୃଦ୍ଧି ହାର ୪.୯ ପ୍ରତିଶତ ଥିବାବେଳେ ଜୁଲାଇରେ ଏହା ୫% ଥିଲା। ମାତ୍ର ଅଗଷ୍ଟରେ ଆଇଆଇପି ଅଭିବୃଦ୍ଧି ସ୍ଥିର ରହିଥିଲା । ସେପ୍ଟେମ୍ବରରେ ଏହା ୩.୧ ପ୍ରତିଶତ ବୃଦ୍ଧି ପାଇ ଅକ୍ଟୋବରରେ ୩.୭ ପ୍ରତିଶତ ବୃଦ୍ଧି ପାଇଥିଲା। ତଥ୍ୟ ଅନୁଯାୟୀ, ଆଇଆଇପି ଅନୁଯାୟୀ ମପାଯାଇଥିବା ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୨୦୨୪ ଏପ୍ରିଲ-ନଭେମ୍ବରରେ ୪.୧ ପ୍ରତିଶତ ରହିଥିଲା; ଯାହାକି ପୂର୍ବ ବର୍ଷ ସମାନ ଅବଧିରେ ୬.୫% ଥିଲା। ତଥ୍ୟ ଅନୁଯାୟୀ, ନଭେମ୍ବର ମାସରେ ଖଣି ଉତ୍ପାଦନର ଅଭିବୃଦ୍ଧି ହାର ୧.୯%କୁ ହ୍ରାସ ପାଇଥିଲାବେଳେ ୧ ବର୍ଷ ପୂର୍ବେ ଏହା ୭% ଅଭିବୃଦ୍ଧି ପଞ୍ଜୀକୃତ ହୋଇଥିଲା। ନଭେମ୍ବରରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୫.୮%ରେ ପହଞ୍ଚିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧.୩% ଥିଲା।
ଅନ୍ୟପଟେ ବିଦ୍ୟୁତ୍‌ ଉତ୍ପାଦନର ଅଭିବୃଦ୍ଧି ହାର ୪.୪ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ୧ ବର୍ଷ ପୂର୍ବେ ୫.୮ ପ୍ରତିଶତ ଥିଲା। ବ୍ୟବହାରଭିତ୍ତିକ ବର୍ଗୀକରଣ ଅନୁଯାୟୀ, ୨୦୨୪ ନଭେମ୍ବରରେ ପୁଞ୍ଜି ସାମଗ୍ରୀ ବିଭାଗର ଅଭିବୃଦ୍ଧ ୯% ବୃଦ୍ଧି ପାଇଥିଲା, ଯାହା ପୂର୍ବ ବର୍ଷ ସମାନ ଅବଧିରେ ୧.୧% ହ୍ରାସ ପାଇଥିଲା। ପାର୍ବଣ ସମୟରେ ଅର୍ଥାତ୍‌ ନଭେମ୍ବରରେ ଉପଭୋକ୍ତା ସ୍ଥାୟୀ (ବୃହତ୍‌ ଇଲେକ୍ଟ୍ରୋନିକ୍ସ ଉତ୍ପାଦ) ଉତ୍ପାଦନ ସମୀକ୍ଷାଧୀନ ମାସରେ ୧୩.୧ ପ୍ରତିଶତ ବୃଦ୍ଧି ପାଇଛି । ତେବେ ୨୦୨୩ ନଭେମ୍ବରରେ ଏହା ୪.୮ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୩ ନଭେମ୍ବରରେ ଗ୍ରାହକ ଅଣସ୍ଥାୟୀ ଦ୍ରବ୍ୟ ଉତ୍ପାଦନର ଅଭିବୃଦ୍ଧି ହାର ପ୍ରାୟ ୦.୬%ରେ ସ୍ଥିର ରହିଥିଲାବେଳେ ୨୦୨୩ ନଭମ୍ବରରେ ଏହା ୩.୪ ପ୍ରତିଶତ ହ୍ରାସ ପାଇଥିଲା। ତଥ୍ୟ ଅନୁଯାୟୀ ୨୦୨୪ ନଭେମ୍ବରରେ ନିର୍ମାଣ ସାମଗ୍ରୀ ୧୦% ବୃଦ୍ଧି ପାଇ ୧ ବର୍ଷ ପୂର୍ବେ ସମାନ ଅବଧିରେ ୧.୫% ଥିଲା। ତଥ୍ୟ ଅନୁଯାୟୀ, ୨୦୨୪ ନଭେମ୍ବରରେ ପ୍ରାଥମିକ ଦ୍ରବ୍ୟର ଉତ୍ପାଦନ ୨.୭% ଅଭିବୃଦ୍ଧି ପଞ୍ଜୀକୃତ ହୋଇଥିବାବେଳେ ବର୍ଷ ପୂର୍ବେ ନଭେମ୍ବରରେ ୮.୪ % ଅଭିବୃଦ୍ଧି ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶଛୁଆଁ ହେଲା ଆଦାନୀ ଗ୍ରୁପର ଶେୟାର, ୧୫୦ ବିଲିଅନ କ୍ଷତି କରିଥିବା ହିଣ୍ଡେନବର୍ଗରେ ପଡିଲା ତାଲା

ନୂଆଦିଲ୍ଲୀ,୧୬।୧:ଆଦାନୀ ଗ୍ରୁପର ୧୫୦ ବିଲିଅନର ପର୍ଦ୍ଦାଫାଶ କରି କମ୍ପାନୀକୁ ଦୋହଲାଇ ଦେଇଥିବା ହିଣ୍ଡେନଗ୍ରୁପରେ ତାଲା ପଡିଛି। ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବା ନେଇ...

ମୋତେ ଚାଲାକି କରି ଆସେନି…ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିବା ହିଣ୍ଡେନବର୍ଗ କମ୍ପାନୀ ବନ୍ଦ

ନୂଆଦିଲ୍ଲୀ,୧୬।୧: ଆଦାନୀ ଗ୍ରୁପର ବଡ଼ ଖୁଲାସା କରିଥିବା ଏବଂ ଆମେରିକୀୟ ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏବେ ନିଜ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।...

ବଡ଼ ଘୋଷଣା, ଆଜିଠୁ BSNL ବନ୍ଦ କଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୧୫।୧:ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।  ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା...

ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର...

ମୁଥୁଟ୍‌ ଫାଇନାନ୍ସକୁ ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କର ମାନ୍ୟତା

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍‌ ବ୍ରାଣ୍ଡ ମୁଥୁଟ୍‌ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍‌ ପ୍ଲେସ୍‌ ଟୁ...

ରିଲାଏନ୍ସ ଜୁଏଲ୍ସର ଡ୍ରିମ୍‌ ଡାଇମଣ୍ଡ ସେଲ୍‌

ମୁମ୍ବାଇ,୧୫।୧ (ଅଭୟ ଦାଶ): ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ଅଭିଯାନ ‘ଡ୍ରିମ୍‌ ଡାଇମଣ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି...

ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ...

ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri