ଦେଶ ଏକ, ଶିକ୍ଷା ଅନେକ

ଆମ ଦେଶରେ ଶିକ୍ଷା ଏକ ଯୁଗ୍ମ ତାଲିକାଭୁକ୍ତ ବିଷୟ। ତେଣୁ ଏହା ଉଭୟ ରାଜ୍ୟ ଓ କେନ୍ଦ୍ରର ନିୟନ୍ତ୍ରଣାଧୀନ। କେନ୍ଦ୍ରରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଅଛି, ରାଜ୍ୟ ସରକାରଙ୍କ ଅଧୀନରେ ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ ବି ରହିଛି। ଏହି ଉଭୟ ମନ୍ତ୍ରଣାଳୟ ଓ ନିର୍ଦ୍ଦେଶାଳୟ ପୂରା ଶିକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରନ୍ତି। ଏହା ସହ ଉପରୁ ତଳ ଯାଏ ଅନେକ ସଂସ୍ଥା, ସଂଗଠନ ଓ ବିଭାଗଗୁଡ଼ିକ ଶିକ୍ଷାଦାନ, ପାଠ୍ୟକ୍ରମ, ଶିକ୍ଷକ ତାଲିମ, ପରୀକ୍ଷା ପଦ୍ଧତି ଓ ଶିକ୍ଷାନୁଷ୍ଠାନକୁ ପରିଚାଳନା କରନ୍ତି। ଏଠାରେ କହିବା ବାହୁଲ୍ୟ ଯେ ଆମ ଦେଶରେ ଛାତ୍ରୀଛାତ୍ରଙ୍କ ଶିକ୍ଷା ସହିତ ଯେତେ ଗୁଡ଼ିଏ ସଂସ୍ଥା ଓ ସଂଗଠନ ଜଡ଼ିତ ଅନ୍ୟ କୌଣସି ଦେଶରେ ପ୍ରାୟ ଦେଖିବାକୁ ମିଳେ ନାହିଁ।
ଏନ୍‌ସିଇଆର୍‌ଟି ଓ ଏସ୍‌ସିଇଆର୍‌ଟି ମୁଖ୍ୟତଃ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ପ୍ରସ୍ତୁତି, ଶୈକ୍ଷିକ ଗବେଷଣା, ଶିକ୍ଷକ ତାଲିମ ଆଦିର ପରିଚାଳନାକୁ ନିୟନ୍ତ୍ରଣ କରିଥାନ୍ତି। ପ୍ରଶାସନିକ କ୍ଷେତ୍ରରେ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଶିକ୍ଷା ନିର୍ଦ୍ଦେଶାଳୟ, ଜିଲା ଶିକ୍ଷା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ, ସମ୍ବଳ କେନ୍ଦ୍ର ସଂଯୋଜକମାନେ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି। ୧୯୯୬ରେ ପଞ୍ଜୀକୃତ ଓସେପା ଓ ଓପେପା ନାମରେ ଦୁଇଟି ବହିର୍ଦ୍ଦେଶୀୟ ଏନ୍‌ଜିଓ ବର୍ତ୍ତମାନ ରାଜ୍ୟର ଗଣଶିକ୍ଷା ଅଧୀନରେ କାର୍ଯ୍ୟରତ। ଛାତ୍ରୀଛାତ୍ର, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ସମ୍ବଦ୍ଧରେ ତଥ୍ୟାବଳୀ (ୟୁଡାଇସ୍‌) ଓସେପା ପ୍ରସ୍ତୁତ କରୁଥିବା ସ୍ଥଳେ ସମଗ୍ର ଶିକ୍ଷା, ଜାତୀୟ ପ୍ରାଥମିକ ଶିକ୍ଷାର କାର୍ଯ୍ୟକାରିତା ଓ ଗୁଣାତ୍ମକ ଶିକ୍ଷାକୁ ଓପେପା ତତ୍ତ୍ୱାବଧାନ କରୁଛି। ଜିଲା ସ୍ତରରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଲାଗି ଡିପିଇପି ମଧ୍ୟ ଗଠନ ହୋଇଛି।
ଦେଶରେ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହେଲା ୨୦୦୧ରେ। ବିଦ୍ୟାଳୟ ଛାଡ଼ି ଯିଏ ଯେଉଁଠି ବୁଲୁଥିଲା ବିନା ମୂଳ ପ୍ରମାଣପତ୍ରରେ ତାକୁ ଆଣି ନାମ ଲେଖାଇ ଦିଆଗଲା। ପାସ୍‌-ଫେଲ୍‌ ଉଠାଇ ଦିଆଗଲା। ବର୍ଷକ ବାର ମାସ ଚାଲିଲା ଶିକ୍ଷୟିତ୍ରୀଶିକ୍ଷକଙ୍କ ଟ୍ରେନିଂ। ଫଳ ଯାହା ଫଳିଲା ସମସ୍ତଙ୍କୁ ଜଣା। ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଓ ଶିକ୍ଷକ ତାଲିମ କାର୍ଯ୍ୟକ୍ରମକୁ ମିଶ୍ରଣ କରି ୨୦୧୮ରେ କେନ୍ଦ୍ର ସରକାର ଆରମ୍ଭ କଲେ ସମଗ୍ର ଶିକ୍ଷା ଅଭିଯାନ। ୨୦୩୦ ସୁଦ୍ଧା ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟକୁ ଦୂର କରିବା ହେଉଛି ଏହାର ଲକ୍ଷ୍ୟ। ଇତି ମଧରେ ୬ ବର୍ଷ ବିତିଗଲାଣି, ଆଉ ୬ ବର୍ଷ ଅଛି। ଲକ୍ଷ୍ୟ ସ୍ଥଳରେ ଆମେ କେତେ ପହଞ୍ଚତ୍ପାରିଛନ୍ତି, ତାହା ବିଚାର୍ଯ୍ୟ।
ଦେଶରେ ଯେତେ ପ୍ରକାର ଶିକ୍ଷାନୁଷ୍ଠାନ ଚାଲିଛି ସେହି ତଥ୍ୟ କାହା ପାଖରେ ନାହିଁ। ପୂର୍ଣ୍ଣ ସରକାରୀ ବିଦ୍ୟାଳୟ ଛଡ଼ା ସରକାରୀ ଅନୁଦାନପ୍ରାପ୍ତ, ସରକାରୀ ସ୍ବୀକୃତିପ୍ରାପ୍ତ ଏବଂ ଅଗଣିତ ବେସରକାରୀ ଅନୁଷ୍ଠାନ ଦେଶରେ ଅଛି। କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, କସ୍ତୁରବା ବାଳିକା ବିଦ୍ୟାଳୟ, ନେତାଜୀ ସୁଭାଷ ଚନ୍ଦ୍ର ଆବାସିକ ବିଦ୍ୟାଳୟ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ସାଇ ଇଣ୍ଟରନ୍ୟାଶନାଲ୍‌, ସନ୍ଦିପନୀ ବିଦ୍ୟାଳୟ, ପିଏମ୍‌ ଶ୍ରୀ ବିଦ୍ୟାଳୟ, ଶ୍ରମିକ ସ୍କୁଲ, ସୈନିକ ସ୍କୁଲ, ଶିଶୁ ମନ୍ଦିର, ବିବେକାନନ୍ଦ, ଋତପଲ୍ଲୀ, ମଦ୍ରାସା, କନ୍‌ଭେଣ୍ଟ୍‌, ସଂସ୍କୃତ ଟୋଲ୍‌ ଏମିତି ଅନେକ! ସର୍ବନିମ୍ନରେ ଅଛି ସର୍ବବ୍ୟାପୀ ଅଙ୍ଗନୱାଡି। ବୈଷୟିକ ଶିକ୍ଷାନୁଷ୍ଠାନ ହିସାବରେ ନାହିଁ। ପରୀକ୍ଷା ପରିଚାଳନା କରୁଛନ୍ତି ବିଏସ୍‌ଇ, ସିବିଏସ୍‌ଇ, ସିଏଚ୍‌ଏସ୍‌ଇ, ଆଇସିଏସ୍‌ଇ, ସିଆଇଏସ୍‌ଇ, ଏନ୍‌ଆଇଓଏସ୍‌ ଏମିତି ଆହୁରି ଅନେକ! ଗୋଟିଏ ଦେଶ, ବଜାର ଅଶେଷ! ଗ୍ରାହକ ଅସୀମ, ବିପଣୀ ଅପରିସୀମ!
ଦେଶରେ ୨୦୧୮-୧୯ରେ ଘରୋଇ ବିଦ୍ୟାଳୟ ସଂଖ୍ୟା ଥିଲା ୩,୨୫,୭୬୦। ୨୦୨୦-୨୧ରେ ତାହା ବୃଦ୍ଧି ପାଇ ହୋଇଛି ୩, ୪୦, ୭୫୩। ଅନ୍ୟ ପକ୍ଷରେ ଦେଶରେ ୨୦୧୮-୧୯ରେ ସରକାରୀ ବିଦ୍ୟାଳୟ ସଂଖ୍ୟା ଥିଲା ୧୦,୮୩,୬୭୮। ୨୦୨୦-୨୧ରେ ତାହା ହ୍ରାସ ପାଇ ହୋଇଛି ୧୦,୩୨,୦୪୯। ଦେଶର ଶତକଡ଼ା ୫୦ ଭାଗ ପିଲା ପଢ଼ନ୍ତି ଘରୋଇ ବିଦ୍ୟାଳୟରେ। ଏହା ହେଉଛି ସରକାରଙ୍କର ୟୁଡାଇସ୍‌ ରିପୋର୍ଟ। ଇତି ମଧ୍ୟରେ ରାଜ୍ୟ ସରକାର ଘରୋଇ ବିଦ୍ୟାଳୟ ଖୋଲିବାକୁ ଦରଖାସ୍ତ ଆହ୍ବାନ କରିଛନ୍ତି। ଅପର ପକ୍ଷରେ ଛାତ୍ରସଂଖ୍ୟା କମ୍‌ ଦର୍ଶାଇ କେତେକ ବିଦ୍ୟାଳୟ ବନ୍ଦ କରିଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକନ୍ତୁ କେନ୍ଦ୍ର ସରକାର ୧୪ଟି ବିଦେଶୀ ବିଶ୍ୱବିଦ୍ୟାଳୟକୁ ଚଳିତ ବର୍ଷ କ୍ୟାମ୍ପସ୍‌ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆମ ଦେଶରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୪୯୫ ଥିବା ସ୍ଥଳେ ବେସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା୧,୦୪୩।
ଦେଶରେ ଶିକ୍ଷା କ୍ଷେତ୍ରରେ ଶହ ଶହ ସଂସ୍ଥା, ସଂଗଠନ ଓ ଶିକ୍ଷାନୁଷ୍ଠାନ। ତଳୁ ଉପର ଯାଏ ଲକ୍ଷ ଲକ୍ଷ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧିକାରୀ, ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ। କିନ୍ତୁ ଫଳ? ଦଶମର ୭୦ ଭାଗ ପିଲା ନିଜ ନାମ ଠିକ୍‌ ଭାବରେ ଲେଖିପାରୁ ନାହାନ୍ତି। ପଞ୍ଚମ ଶ୍ରେଣୀର ପିଲା ତୃତୀୟ ଶ୍ରେଣୀ ବହି ପଢ଼ି ପାରନ୍ତି ନାହିଁ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଶତକଡ଼ା ୬୯.୫ ପିଲାଙ୍କୁ ଫେଡ଼ାଣ ଆସେ ନାହିଁ, ଶତକଡ଼ା ୪୮.୮ ଭାଗ ପିଲାଙ୍କୁ ହରଣ ଆସେ ନାହିଁ। ଏ ହେଉଛି ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବେସରକାରୀ ସଂଗଠନ ‘ଅସର୍‌’ ର ରିପୋର୍ଟ। ଆମ ରାଜ୍ୟରେ ଶତକଡ଼ା ୭.୩୪ ପିଲା ଉଚ୍ଚପ୍ରାଥମିକ ସ୍ତରରେ ଏବଂ ଶତକଡ଼ା ୨୭.୨୬ ପିଲା ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ି ଚାଲି ଯାଉଛନ୍ତି। ସେମାନଙ୍କୁ ଏବେ ଖୋଜା ଚାଲିଛି। ଶିକ୍ଷକମାନେ ଘର ଘର ବୁଲି ପିଲାଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କେତେକ ରାଜ୍ୟର ବିରୋଧ ସତ୍ତ୍ୱେ ଆମ ସରକାର ଜାତୀୟ ଶିକ୍ଷାନୀତି-୨୦୨୦କୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ମାତ୍ର ଏହା ଦ୍ୱାରା ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାଟି ଯେ ଅବ୍ୟବସ୍ଥିତ ହୋଇପଡ଼ିବ, ଏଥିରେ ଦ୍ୱିଧା ନାହିଁ। ସରକାର ରାଜନୈତିକ ଉଦ୍ଦେଶ୍ୟ ନ ରଖି ନିଜ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ଯାହା ଛାତ୍ରୀଛାତ୍ର ତଥା ସମାଜ ଓ ଦେଶର ହିତରେ ପ୍ରଯୁଜ୍ୟ ତାହା ହିଁ କରନ୍ତୁ।
ଏପରି ସ୍ଥଳେ ନେଲସନ୍‌ ମଣ୍ଡେଲାଙ୍କ ଉକ୍ତି ବେଶ୍‌ ପ୍ରଣିଧାନ ଯୋଗ୍ୟ। ‘ସାରା ବିଶ୍ୱକୁ ବଦଳାଇବା ପାଇଁ ଏକ ମାତ୍ର ହତିଆର ହେଉଛି ଶିକ୍ଷା। ଯଦି ଦେଶବାସୀଙ୍କୁ ମୂର୍ଖ କରିବାକୁ ହୁଏ, ତା’ର ଏକ ମାତ୍ର ଉପାୟ ଧର୍ମ।’ ନୂତନ ଜାତୀୟ ଶିକ୍ଷା ନୀତିରେ ଏହା ପ୍ରଚ୍ଛନ୍ନ ଭାବେ ଅପ୍ରଚ୍ଛନ୍ନ। ସରକାର ଏଥି ପ୍ରତି ସତର୍କ ରହନ୍ତୁ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ମିଳିଲା ଶର୍କରା: ଖୋଲିବ ଜୀବନ ଉତ୍ପତ୍ତିର ରହସ୍ୟ

ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri