ଅବହେଳିତ ପର୍ଯ୍ୟଟନସ୍ଥଳୀ ସିଦିଙ୍ଗି ଘାଇ

ଖଜୁରିପଡ଼ା/ବଳସକୁମ୍ପା, ୨।୧(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଶୀତଦିନର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ମାତ୍ର କନ୍ଧମାଳର ଶୀତ ନିଆରା। ଜିଲାର ବିଭିନ୍ନ ସ୍ଥାନରେ ଶୀତଦିନେ ତୁଷାରପାତ ହେଉଥିବାରୁ ଏଠାକୁ ପ୍ରତିବର୍ଷ ଡିସେମ୍ବର ଓ ଜାନୁୟାରୀରେ ପର୍ଯ୍ୟଟକଙ୍କ ସୁଅ ଛୁଟେ। ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକ ଶୀତର ମଜା ନେବାସହ ବଣଭୋଜି କରିଥାନ୍ତି। ମାତ୍ର ଏବେବି ଜିଲାର ବହୁ ପର୍ଯ୍ୟଟନସ୍ଥଳୀ ଅବହେଳିତ ଅବସ୍ଥାରେ ରହିଛି। ସେଥି ମଧ୍ୟରୁ ଜିଲାର ପ୍ରବେଶ ପଥ ଖଜୁରିପଡା ବ୍ଲକର ସିଦିଙ୍ଗି ଘାଇ ଅନ୍ୟତମ। ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ବଣଭୋଜି କରିବାକୁ ବେଶୀ ପସନ୍ଦ କରନ୍ତି। ଡ଼୍ୟାମ ହୁଡାରେ ଛିଡ଼ା ହୋଇ ଶୀତୁଆ ସକାଳ ସହ ସୂର୍ଯ୍ୟୋଦୟର ଭରପୁର ମଜା ନେଇଥାନ୍ତି ପର୍ଯ୍ୟଟକ। ବିସ୍ତୀର୍ଣ୍ଣ ଜଳାରାଶି ସହ ଘଞ୍ଚ ଜଙ୍ଗଲ ଓ ପାହାଡ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ ଏହି ସ୍ଥାନକୁ।
କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଠାକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଏଥିସହ ମହିଳା ମାନଙ୍କ ପାଇଁ ଶୌଚାଳୟ କିମ୍ବା ବଣଭୋଜି ପାଇଁ ପିଣ୍ଡି ସହ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ନାହିଁ। କିନ୍ତୁ ଏହା ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ଏହି ସ୍ଥାନକୁ ଯିବାକୁ ହେଲେ ଖାଲଖମା ଭର୍ତ୍ତି ପିଚୁ ରାସ୍ତା ଦେଇ ଯିବାକୁ ପଡ଼େ। ସେହିପରି ଏହି ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ନାହିଁ। ବିଭିନ୍ନ ସମୟରେ ଅଘଟଣ ଘଟିବାର ମଧ୍ୟ ନଜିର ରହିଛି।
ପ୍ରକାଶଥାଉକି, ୨୦୧୯ ଜାନୁୟାରୀ ୨ରେ କେତେଜଣ ଯୁବତୀ ଯୁବକ ବଣ ଭୋଜି କରିବାକୁ ଆସିଥିବାବେଳେ ଦୁର୍ଘଟଣା ଘଟିଥିଲା। ଡ଼୍ୟାମ୍‌ ଭିତରେ ଅହୁଲା ଡଙ୍ଗାରେ ସେମାନେ ବୁଲୁଥିବା ବେଳେ କୌଣସି କାରଣରୁ ଡଙ୍ଗାଟି ଓଲଟି ପଡିଥିଲା ଓ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଦୁର୍ଘଟଣା ଏବଂ ଡ଼୍ୟାମର ସମସ୍ୟାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଜିଲା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଡ୍ୟାମ ହୁଡାରେ ଗାଡ଼ି ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବା ସତ୍ତ୍ୱେ କେହି ଆକଟ କରୁ ନଥିବାରୁ ଗାଡି ଚଳାଚଳ କରୁଛି। ଅର୍ଥନେଇ ହୁଡାକୁ ଗାଡି ଛଡା ଯାଉଥିବାମଧ୍ୟ ପର୍ଯ୍ୟଟକମାନେ କହୁଛନ୍ତି। ହୁଡାରେ ମାଟି ଧୋଇ ନଯିବା ପାଇଁ ଘାସ ଲଗାଯାଇଥିବାବେଳେ ଗୋରୁ ଚରି ନଷ୍ଟ କରିଦେଉଛନ୍ତି। ତେଣୁ ଜିଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ସୁରକ୍ଷା ବ୍ୟବସ୍ଥା ଓ ଗମନାଗମନ ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟଟକ ଓ ଅଞ୍ଚଳବାସୀ ଦାବି କରିଛନ୍ତି।

(ବୈଦ୍ୟନାଥ ବେହେରା)


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri