Posted inଜାତୀୟ

ପାକିସ୍ତାନରୁ ମିଳିଲା ମୁସେଓ୍ବାଲାଙ୍କ ବାପାଙ୍କୁ ହତ୍ୟା ଧମକ

ଚଣ୍ଡିଗଡ଼,୨୧।୭: ପଞ୍ଜାବ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାପରେ ବର୍ତ୍ତମାନ ତାଙ୍କ ପିତାଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂଙ୍କୁ ଏକ ପୋଷ୍ଟ ଜରିଆରେ ଦିଆଯାଇଥିବା ଜଣାପଡ଼ିଛି। ଉକ୍ତ ଧମକପୂର୍ଣ୍ଣ ଚିଠିରେ ପରବର୍ତ୍ତୀ ନମ୍ବର ବାପାଙ୍କର ବୋଲି ଲେଖାଯାଇଛି। ସିଦ୍ଧୁ ମୁସେୱାଲାଙ୍କ ପିତାଙ୍କ ଅନୁଯାୟୀ, ଗାୟକଙ୍କ କିଛି ବନ୍ଧୁ ଇନ୍‌ଷ୍ଟାଗ୍ରାମରେ ପାକିସ୍ତାନରୁ ଏକ ପୋଷ୍ଟ କରାଯାଇଛି ବୋଲି ତାଙ୍କୁ କହିଥିଲେ। ଉକ୍ତ ପୋଷ୍ଟରେ ଏହି ଧମକ ଦିଆଯାଇଛି। ସୂଚନା ମୁତାବକ, ଇନ୍‌ଷ୍ଟାଗ୍ରାମରେ ଲେଖାଯାଇଛି ପରବର୍ତ୍ତୀ ନମ୍ବର ବାପାଙ୍କର। ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ମୁସେ ୱାଲାଙ୍କ ବାପା ପୋଲିସକୁ ସୂଚନା ଦେଇଛନ୍ତି। ଏନେଇ ପୋଲିସ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ ପୂର୍ବରୁ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ନେଇ ଯେଉଁ ଅନୁସନ୍ଧାନ କରାଯାଇଛି, ତାହା କେବଳ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇଙ୍କ ମଧ୍ୟରେ ସୀମିତ ରହିଛି। କିନ୍ତୁ ବର୍ତ୍ତମାନ ଯଦି ସିଦ୍ଧୁ ମୁସେୱାଲାଙ୍କ ବାପାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି, ତେବେ ପୁଲିସ ପାଇଁ ଏହି ମାମଲା ଜଟିଳ ହୋଇପାରେ। ତେବେ ମୁସେୱାଲାଙ୍କ ବାପାଙ୍କୁ କିଏ ଏଭଳି ଧମକ ଦେଇଛି ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ। ମୁସେୱାଲାଙ୍କ ବନ୍ଧୁମାନେ ଏହାକୁ ପାକିସ୍ତାନ ଲିଙ୍କ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri