ଶେହନାଜଙ୍କ ଛଡ଼ା ଏହି ୭ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ସିଦ୍ଧାର୍ଥ; ଅନେକ ଭାଙ୍ଗିଥିଲେ ହୃଦୟ…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତା ତଥା ବିଗ୍‌ ବସ୍‌ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ସେ ନିଜ ଅଭିନୟ ଜୀବନର ଏପରି ଏକ ସୋପାନରେ ଥିଲେ ଯେଉଁଠି ତାଙ୍କ ପାଖରେ ଗୋଟିଏ ପରେ ଗୋଟିଏ ବଡ଼ ପ୍ରୋଜେକ୍ଟ ରହିଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ସବୁକିଛି ଛାଡ଼ି ସେ ଚିରବିଦାୟ ନେଇଛନ୍ତି। ତାଙ୍କର ମୃତ୍ୟୁ ଖବର ପରିବାରଲୋକଙ୍କ ସହ ପ୍ରଶଂସକଙ୍କୁ ଆଘାତ ଦେଇଛି।

ଏସବୁ ଭିତରେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କର କଥିତ ପ୍ରେମିକା ଶେହନାଜ ଗିଲ। ସେ ସିଦ୍ଧାର୍ଥଙ୍କୁ ହରାଇ ବେଶ ଭାଙ୍ଗି ପଡ଼ିଛନ୍ତି।
ସିଦ୍ଧାର୍ଥଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିଲେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡାଯାଇଛି। ଆସନ୍ତୁ ଜାଣିବାଁ

ଶେହନାଜ ଗିଲ: ସିଦ୍ଧାର୍ଥ ସବୁଠାରୁ ଅଧିକ ଶେହନାଜଙ୍କୁ ନେଇ ଚର୍ଚ୍ଚାରେ ରହିଥିଲେ। ମଡେଲ ତଥା ଅଭିନେତ୍ରୀ ଥିବା ଶେହନାଜ ବିଗ୍‌ବସ୍‌ ଘରେ ଅଭିନେତାଙ୍କ ନିକଟତର ହୋଇଥିଲେ। ଉଭୟଙ୍କ ଯୋଡ଼ିକୁ ପ୍ରଶଂସକ ବହୁତ ପସନ୍ଦ କରୁଥିଲେ। ସେମାନେ ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ ଏବେ ତାହା ଅଧାରେ ରହିଗଲା ବୋଲି କହିଲେ ଭୁଲ ହେବ ନାହିଁ।

ରଶ୍ମୀ ଦେଶାଇ: ‘ଦିଲ୍‌ ସେ ଦିଲ୍‌ ତକ’ ଶୋ’ରେ କାମ କରୁଥିବା ସମୟରେ ସିଦ୍ଧାର୍ଥଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା। ସେତେବେଳେ ଶୋ’ରେ ନାୟିକା ଥିବା ରଶ୍ମୀଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଥିଲା। ହେଲେ ପରେ କୌଣସି କଥାକୁ ନେଇ ଉଭୟଙ୍କ ସମ୍ପର୍କ ଖରାପ ହୋଇତିଲା।

ଆରତି ସିଂହ: ସିଦ୍ଧାର୍ଥଙ୍କ ନାମ କମେଡିଆନ କୃଷ୍ଣା ଅଭିଷେକଙ୍କ ଭଉଣୀ ତଥା ଅଭିନେତ୍ରୀ ଆରତିଙ୍କ ସହ ଯୋଡ଼ା ଯାଇଛି। ଆରତିଙ୍କୁ ସିଦ୍ଧାର୍ଥଙ୍କୁ ଡେଟ୍‌ କରୁଥିବା ଗୁଜବ ହୋଇଥିଲା।

ପବିତ୍ରା ପୁନିଆ: ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ପବିତ୍ରାଙ୍କ ସହ ସିଦ୍ଧାର୍ଥଙ୍କ ନାମ ଯୋଡ଼ା ଯାଇଛି। ଏବେ ପବିତ୍ରା ଏଜାଜ ଖାନଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ଉଭୟ ପରସ୍ପରକୁ ନିଜର ଭଲ ବନ୍ଧୁ ବୋଲି କହିଛନ୍ତି।

ଆକାଂକ୍ଷା ପୁରୀ: ଅଭିନେତ୍ରୀ ଆକାଂକ୍ଷାଙ୍କ ସହ ସିଦ୍ଧାର୍ଥଙ୍କ ସମ୍ପର୍କ ବେଶ ଚର୍ଚ୍ଚାରେ ଥିଲା। ପରେ ଅଭିନେତ୍ରୀ ପାରସ ଛାବଡାଙ୍କ ନିକଟତର ହୋଇଥିଲେ। ଏହାକୁ ନେଇ ସିଦ୍ଧାର୍ଥ ଦୂରେଇ ଯାଇଥିଲେ।

ଦୃଷ୍ଟି ଧାମୀ: ଟେଲିଭିଜନଜଗତର ସୁନ୍ଦରୀ ଅଭିନେତ୍ରୀ ଦୃଷ୍ଟି ଧାମୀ ସିଦ୍ଧାର୍ଥଙ୍କୁ ଡେଟ୍‌ କରିଛନ୍ତି। ଝଲକ ଦିଖଲା ଜା ସେଟ୍‌ରୁ ଉଭୟ ନିକଟତର ହୋଇଥିଲେ।

ସ୍ମିତା ବଂସଲ:
ଟେଲିଭିଜନର ଲୋକପ୍ରିୟ ଶୋ’ ବାଳିକା ବଧୁରେ ଶାଶୁ ଭୂମିକାରେ ନଜର ଆସିଥିଲା ସ୍ମିତାଙ୍କ ସହ ସିଦ୍ଧାର୍ଥଙ୍କ ନାମ ଯୋଡ଼ା ଯାଇଥିଲା। ହେଲେ ପରେ ଉଭୟ ଏହାକୁ ଖଣ୍ଡନ କରିଥିଲେ।

ଶେଫାଳି ଜରିବାଲା:
କାଣ୍ଟା ଲଗା ଗର୍ଲ ଶେଫାଳିଙ୍କ ସହ ସିଦ୍ଧାର୍ଥଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଛି। ଉଭୟ ପରସ୍ପରକୁ ଡେଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri