ସାଇକେଲ୍‌ ଚଢି ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୮।୬: ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର ଚଳିତବର୍ଷ ନିର୍ବାଚନରେ ପ୍ରଥମଥର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମଥର ବିଧାନସଭାକୁ ଯିବା ପାଇଁ ସେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ସେ ସାଇକେଲରେ ବିଧାନସଭା ଆସିଛନ୍ତି। ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। କେବଳ ଏତିକି ନୁହେଁ, ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି। ଏନେଇ ସେ କହିଛନ୍ତି, ମୋ ଘର ଏଇଠୁ ମାତ୍ର ୧.୫ କିଲୋମିଟର। ମୁଁ କ’ଣ ପାଇଁ ଗାଡିରେ ଆସିବି। ଟ୍ରାଫିକ୍‌ ସମସ୍ୟା ମଧ୍ୟ ଅଛି। ଏହାଦ୍ୱାରା କେବଳ ସମୟ ବଞ୍ଚିବ ନାହିଁ, ପରିବେଶ ମଧ୍ୟ ସୁସ୍ଥ ରହିବ। ଆମେ ଯାହା କହୁଛେ, ତାହା କରି ଦେଖାଇବା ମଧ୍ୟ ଆବଶ୍ୟକ।
ସୂଚନାଯୋଗ୍ୟ,୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଉଛନ୍ତି। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ ଜଣେ ପରେ ଜଣେ ବିଧାୟକ ଶପଥ ପାଠ କରୁଛନ୍ତି।
ଓଡିଶାରେ ଭାଜପା ସରକାର ଗଠନ ହେବା ପରେ ପ୍ରଥମଥର ପାଇଁ ବିଧାନସଭାରେ ୩ ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଅନେକ ବିଧାୟକ ମଙ୍ଗଳବାର ବିଧାନସଭାରେ ପହଞ୍ଚିଛନ୍ତି। ନୂଆ ବିଧାୟକମାନେ ବିଧାନସଭା ଦ୍ୱାରରେ ମୁଣ୍ଡିଆ ମାରି ପ୍ରବେଶ କରୁଥିତ୍ବା ଦେଖାଯାଇଛି।
ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ୨୦ରେ ବାଚସ୍ପତି ପଦ ଲାଗି ଭୋଟିଂ ହେବାକୁ ଥିବାବେଳେ କେତେଜଣ ଏଥିଲାଗି ନାମାଙ୍କନ ଦାଖଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିରୋଧୀ ପ୍ରାୟତଃ ବାଚସ୍ପତି ନିର୍ବାଚନ ଲାଗି ନିଜର ପ୍ରାର୍ଥୀ ଦେଇ ନ ପାରନ୍ତି। ଅନ୍ୟପଟେ ଭାଜପାରୁ କାହାକୁ ବାଚସ୍ପତି ପଦ ଲାଗି ପ୍ରାର୍ଥୀ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri