ନବ୍ୟା-ସିଦ୍ଧାନ୍ତଙ୍କ ପ୍ରେମ କାହାଣୀକୁ ନେଇ ପୁଣି ହେଲା ଚର୍ଚ୍ଚା

ମୁମ୍ବାଇ: ବିଗ ବି ଅମିତାଭଙ୍କ ନାତୁଣି ନବ୍ୟା ନଭେଲି ନନ୍ଦା ଓ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ରିଲେସନଶିପକୁ ନେଇ ପୁଣି ଚର୍ଚ୍ଚା ହୋଇଛି । ଉଭୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ବେଳେ ଏବେ ଉଭୟଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଯୋର ଧରିଛି । ଗୋଟିଏ ପଟେ ସିନ୍ଧାନ୍ତ ବଲିଉଡରେ ପାଦ ରଖି ସାରିଥିବା ବେଳେ ଦର୍ଶକଙ୍କୁ କିଛି ଭଲ ମୁଭି ବି ଭେଟି ଦେଇ ସାରିଲେଣି । ଏପଟେ ନବ୍ୟା ସୋସିଆଲ ମିଡିଆ ସେନସେଶନ ପାଲଟି ଯାଇଛନ୍ତି । ହେଲେ ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଥିବା କନେକଶନକୁ ନେଇ ଚର୍ଚ୍ଚା ହେଉଛି । ଏହାସହ ଅନୁମାନ କରାଯାଉଛି କି ଉଭୟଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି ବୋଧହୁଏ ।
ନିକଟରେ ନବ୍ୟା ନଭେଲି ନନ୍ଦା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ । ଯେଉଁଥିରେ ସେ ନୁଡୁଲ୍‌ସ ବକ୍ସ ସହ ନଜର ଆସିଥିଲେ । ଯେଉଁଥିରେ ସେ କ୍ୟାପଶନରେ ଲେଖିଥିଲେ ‘ଆଜି ନୁଡୁଲ୍ସ ତିଆରି କରିବା’ । ଏହାର କିଛି ସମୟ ପରେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଜଣେ ଯୁବତି ଅଭିନେତାଙ୍କ ଗଳାରେ ଚେନ ପିନ୍ଧାଇ ଦେଉଥିଲେ । ଏହାସହ ସିଦ୍ଧାନ୍ତ କ୍ୟାପଶନରେ ଲେଖିଥିଲେ ‘ଉସକେ ନୁଡୁଲ୍ସ’ । ଏହାପରେ ନବ୍ୟା ଓ ସିଦ୍ଧାନ୍ତଙ୍କ ପୋଷ୍ଟକୁ ଯୋଡି ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଦେବା ଆରମ୍ଭ କରିଛନ୍ତି । କେହି ଲେଖିଛି ନ୍ୟୁ କପଲ ତ ପୁଣି କିଏ ହାର୍ଟ ଇମୋଜି ଶେୟାର କରିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ନବ୍ୟା ଓ ସିଦ୍ଧାନ୍ତଙ୍କୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏମାନେ ଏହାକୁ ଅଫିସିୟାଲି କିଛି ଘୋଷଣା କରି ନାହାନ୍ତି । ହେଲେ ପୁଣିଥରେ ଯେତେବେଳେ ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ବାର୍ଥ ଡେ ପାର୍ଟିରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା ସେତେବେଳେ ବି ଏମାନଙ୍କ ଯୋଡିକୁ ନେଇ ଭିନ୍ନ ଭିନ୍ନ ଅନୁମାନ କରାଯାଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri