ଆଗଉନି ସିଦ୍ଧମହାବୀର ଓଭରବ୍ରିଜ୍‌ କାମ

ପୁରୀ ଅଫିସ,୭।୨: ପୁରୀ- କୋଣାର୍କ ରାସ୍ତାର ସିଦ୍ଧମହାବୀର ଛକଠାରେ ପ୍ରସ୍ତାବିତ ରେଲଓ୍ବେ ଓଭରବ୍ରିଜ ନିର୍ମାଣ ନେଇ ଅନିଶ୍ଚିତତା ଲାଗିରହିଛି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିନାହିଁ। ଅନ୍ୟପଟେ ଉପଯୁକ୍ତ କ୍ଷତିପୂରଣ ବିନା ଜମି ଛାଡ଼ିବାକୁ ସ୍ଥାନୀୟ ବାସିନ୍ଦା ରାଜି ହେଉନାହାନ୍ତି। ଫଳରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ।
ପୁରୀ-କୋଣାର୍କକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଦେଇ ସିଦ୍ଧମହାବୀର ଛକଠାରେ ରେଳଲାଇନ ଅତିକ୍ରମ କରିଛି। ଲୋକେ ଏହି ରାସ୍ତା ଦେଇ ଯାତାୟାତ କରିବା ବେଳେ ବାରମ୍ବାର ଗହଳିରେ ଫସି ରହୁଛନ୍ତି। ଥରେ ରେଲଓ୍ବେ ଗେଟ୍‌ ଖୋଲିବା ପରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ରାସ୍ତା ଜାମ୍‌ ରହୁଛି। ରେଲଓ୍ବେ ପକ୍ଷରୁ ଏଠାରେ ଓଭରବ୍ରିଜ ନିର୍ମାଣ ନେଇ ସମସ୍ତ ପ୍ରସ୍ତୁତି ସରିଛି, ହେଲେ ଜମି ଅଧିଗ୍ରହଣ ସମସ୍ୟା ତୁଟୁନାହିଁ। ସେହିପରି ଏଠାରେ ଅଧିକାଂଶ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବାବେଳେ ବିସ୍ଥାପିତ ହେବାକୁ ଥିବା ବାସିନ୍ଦାଙ୍କୁ ପ୍ରଶାସନ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ମିଳୁ ନ ଥିବା ଅଭିଯୋଗ ହେଉଛି। ବିସ୍ଥାପିତ ହେବାକୁ ଥିବା ଗୌରୀମଣି ଜେନା କହିଛନ୍ତି, ୪ ବଖରା ଘର ସମ୍ପୂର୍ଣ୍ଣ ଓ ଆଉ ଏକ ବଖରା ଅର୍ଦ୍ଧେକ ଭାବେ ଭଙ୍ଗାଯିବ ବୋଲି ନୋଟିସ୍‌ ହୋଇଛି। ଦୋକାନ ଘରଟି ମଧ୍ୟ ଚାଲିଯିବ। ଏସବୁର ପ୍ରତିବଦଳରେ ୧୦ ଲକ୍ଷ ୮୧ ହଜାର ଟଙ୍କା ମିଳିବ। ଏହା ଉପଯୁକ୍ତ କ୍ଷତିପୂରଣ ରାଶି ନୁହେଁ। ଉପଯୁକ୍ତ କ୍ଷତିପୂରଣ ରାଶି ନ ମିଳିଲେ ବିସ୍ଥାପନକୁ ବିରୋଧ କରିବୁ। ଏ ନେଇ ସେ ଭୂଅର୍ଜନ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଅଧିକାରୀମାନେ ସମସ୍ୟା ନ ବୁଝି ଓଲଟା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘର ଖାଲି କରିବା ପାଇଁ ନାଲି ଆଖି ଦେଖାଉଛନ୍ତି ବୋଲି ଗୌରୀମଣି କହିଛନ୍ତି। ବାଲିଘାଟର ବାସିନ୍ଦା ସିଦ୍ଧାର୍ଥ ଜେନା କହିଛନ୍ତି, ଦିନକୁ ଅତିକମ୍‌ରେ ୫ଥର ଏହି ବାଟ ଦେଇ ଯିବା ଆସିବା କରିବାକୁ ପଡ଼େ। କୌଣସି ବିକଳ୍ପ ନ ଥିବାରୁ ରେଳଫାଟକ ଦେଇ ଯିବାକୁ ପଡ଼ୁଛି। ଏଭଳି ସ୍ଥଳେ କେବଳ ରେଳଫାଟକ ନିକଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛି। ଆନୁମାନିକ ଭାବେ ପ୍ରତି ୨୦ ମିନିଟ୍‌କୁ ଥରେ ରେଳଫାଟକ ବନ୍ଦ ହେଉଛି। ଏଥିଯୋଗୁ ଅଯଥା ସମୟ ନଷ୍ଟ ହେଉଛି। ଏ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି।
ସୂଚନାଯୋଗ୍ୟ, ଉକ୍ତ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଏବଂ ଓଭରବ୍ରିଜ୍‌ କାମ ବାବଦକୁ ଓଡ଼ିଶା ଜାତୀୟ ରାଜପଥ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୩୦ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏଥିରୁ ଜମି ଅଧିଗ୍ରହଣ ପାଇଁ ୬୬ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା। ପରେ ଓଡ଼ିଶା ଜାତୀୟ ରାଜପଥ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ପ୍ରକଳ୍ପରେ ସାମାନ୍ୟ ସଂଶୋଧନ କରାଯାଇ କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା, ଯେଉଁଥିରେ ବ୍ରିଜ୍‌ ନିର୍ମାଣ ଓ ଜମି ଅଧିଗ୍ରହଣ ବାବଦକୁ ୧୪୧ କୋଟି ୦୪ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା। ଏଥିରେ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚକୁ ୭୭ କୋଟି ୪୦ ଲକ୍ଷଟଙ୍କାକୁ ବୃଦ୍ଧି କରାଯାଇଛି। ଉକ୍ତ ପ୍ରକଳ୍ପକୁ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇସାରିଛି। ଏଥିପାଇଁ ୧୩୭ କୋଟି ୬୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ପ୍ରଥମେ ୫୩ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ପରେ ୨୦୨୧ରେ ପୁଣି ଅର୍ଥ ଅନୁମୋଦିତ ହୋଇଛି। ଏହା ସତ୍ତ୍ୱେ ପ୍ରଶାସନିକ ଅବହେଳା ଯୋଗୁ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ଆର୍‌ଓବି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ବିଶ୍ୱନାଥ ଦାଶ କହିଛନ୍ତି। ଅନ୍ୟପକ୍ଷରେ ଭୂଅର୍ଜନ ବିଭାଗର ଅଧିକାରୀ ପି.କେ.ଜେନା କହିଛନ୍ତି, ମୋଟ ୨୪୦ ବ୍ୟକ୍ତି ଏହି ଜମି ଅଧିଗ୍ରହଣର ଅଂଶବିଶେଷ ହୋଇଥିବା ବେଳେ ୧୬୦ ଜଣଙ୍କୁ ନୋଟିସ୍‌ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅନେକେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ସମାଧାନ ଲାଗି ଗୁରୁତ୍ୱ ଦିଆଯାଉଛି। ୬୦ ଜଣଙ୍କ ସମସ୍ୟାର ସମାଧାନ ସରିଛି। କେତେଜଣଙ୍କୁ ଅର୍ଥ ପଇଠ ସରିଥିବାବେଳେ ଆଉ କେତେଜଣଙ୍କୁ ପଇଠ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟମାନଙ୍କ ସମସ୍ୟା ଉପରେ ପ୍ରଶାସନ ଆଲୋଚନା କରି ନିଷ୍ପତ୍ତି ନେବ। ସେହିଭଳି ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ତୁରନ୍ତ ବ୍ରିଜ କାର୍ଯ୍ୟ ଆରମ୍ଭ ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri