ନିଃଶୁଳ୍କ ପରୀକ୍ଷାଗାରରେ ହେଉନାହିଁ ଶିକଲ୍‌ ସେଲ୍‌ର ପରୀକ୍ଷା; ଅସୁବିଧା ଭୋଗୁଛନ୍ତି ଛାତ୍ରୀଛାତ୍ର-ରୋଗୀ

ଦାରିଙ୍ଗବାଡି, ୧।୫ (ଅରୁଣ ସାହୁ )-ଏବେ ବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ଛାତ୍ରବାସରେ ରହଣି ପାଇଁ ଶିକଲ୍‌ସେଲ୍‌ର ପରୀକ୍ଷା ରିପୋର୍ଟ ଆବଶ୍ୟକ ପଡୁଛି। କିନ୍ତୁ ଗତ ଏକ ମାସ ହେଲା ଏହି ରୋଗର ନିଦାନ ହେଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ ଦାରିଙ୍ଗବାଡି ଅଞ୍ଚଳର ସମସ୍ତ ରୋଗୀଙ୍କ ପାଇଁ ନିଃଶୁଳ୍କ ରୋଗ ନିରୂପଣ ସେବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷାଗାର ରହିଛି। ସେଠାରେ ପ୍ରାୟ ସମସ୍ତ ପ୍ରକାର ରୋଗର ନିଦାନ ପାଇଁ ମାଗଣା ପରୀକ୍ଷା କରାଯାଉଛି । ବିଶେଷ କରି ରକ୍ତ ନମୁନା ସହ ମଳ, ମୂତ୍ର ଆଦି ପରୀକ୍ଷା କରାଯାଉଛି। ହେଲେ ଉକ୍ତ ବ୍ଲକ ଅଞ୍ଚଳରେ ଶିକଲସେଲ ରୋଗୀ ସଂଖ୍ୟା ଅଧିକା ରହୁଥିବା ବେଳେ ପ୍ରାୟ ଗୋଟିଏ ମାସ ହେଲା ପରୀକ୍ଷାକୁ ବନ୍ଦ କରିିଦିଆଯାଇଛି। କାରଣ ପଚାରିବାରୁ ଗୋଟିଏ ମାସ ହେଲା ଏହି ରୋଗର ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ସରିଯାଇଛି। ଜିଲା ହେଡକ୍ୱାଟରକୁ ବାରମ୍ବାର ଚିଠି ଦ୍ୱାରା ଜଣାଇଦିଆଯାଇଥିଲେ ସୁଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କିଟ ପଠାଯାଉନାହିଁ। ଫଳରେ ଏହି ଚିକିତ୍ସାରୁ ଶହ ଶହ ରୋଗୀ ବଞ୍ଚିତ ହେଉଛନ୍ତି ବୋଲି ପରୀକ୍ଷାଗରର ଟେକନିସିଆନ ଅଧିକାରୀ ଦୁର୍ଗାପ୍ରସାଦ ଦାସ କହିଛନ୍ତି। ଗୁରୁବାର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଶାଳିନୀ ପ୍ରଧାନ ହଷ୍ଟେଲରେ ନାମ ଲେଖାଇବା ପାଇଁ ଆବଶ୍ୟକ ଶିକଲସେଲର ଟେଷ୍ଟିଂ ପାଇଁ ଆସି ନିରାଶ ହୋଇଛନ୍ତି। ତାଙ୍କୁ ବାଲିଗୁଡା କିମ୍ବା ଫୁଲବାଣୀ ଯାଇ ଟେଷ୍ଟିଂ କରାଇବାକୁ ପରୀକ୍ଷାଗରର କର୍ମଚାରୀମାନେ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ, ଜିଲାର ଦାରିଙ୍ଗବାଡି ହେଉଛି ଦୁର୍ଗମ ବ୍ଲକ ଏବଂ ବିରାଟ ବ୍ଲକ ଭାବେ ପରିଚିତ। ସେମିତିରେ ଏହି ବ୍ଲକ ହେଡକ୍ୱାଟରକୁ ରୋଗୀଙ୍କୁ ଖର୍ଚ୍ଚ କରି ଆସିଥାନ୍ତି। ହେଲେ ଏବେ ଦାରିଙ୍ଗବାଡିଠାରୁ ବାଲିଗୁଡା ୫୦ କିମି ଓ ଫୁଲବାଣୀ ୧୧୦କିମି ଦୂରତା ଯାଇ ରକ୍ତ ପରୀକ୍ଷା କରାଇବାକୁ ପଡୁଥିବାରୁ ରୋଗୀମାନେ ଖର୍ଚ୍ଚାନ୍ତ ହେବା ସହ ହଇରାଣ ଭୋଗୁଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ତୁରନ୍ତ ଘଟଣାକୁ ସଜ୍ଞାନକୁ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଅନେକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ କଲାଣି ଚୋରା ମଦ କାରବାର: ଦଣ୍ଡିମା, ସିମନବାଡିରେ ଅବାଧରେ ଚାଲିଛି ବ୍ୟବସାୟ 

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦକାରବାର ବଢିବାରେ ଲାଗିଛି ।ବିଶେଷ କରି ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଅଞ୍ଚଳରେ…

ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri