ସାଢ଼େ ୩ ବର୍ଷ ଶଯ୍ୟାଶାୟୀ ମୋନାଲିସା

କଟକ ଅଫିସ,୧୯ା୧୦: ମାଟ୍ରିକ ପରୀକ୍ଷା ଚାଲିଥିଲା। ଦୁଇଟି ବିଷୟର ପରୀକ୍ଷା ବାକି ଥିବାବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ ମୋନାଲିସା। ଦେହ, ହାତ ଥରିବାକୁ ଲାଗିଲା। ପରୀକ୍ଷା ବାହାନାରେ ଝିଅ ଏଭଳି ଆଚରଣ କରୁଛି ବୋଲି ପରିବାର ଲୋକେ ଚିନ୍ତା କରିଥିଲେ। ମାତ୍ର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାରୁ ଏହା ରୁବେଲା ଏବଂ ସୁବାକ୍ବୁଟ ସ୍କିଲରୋଜିଙ୍ଗ ପାନେନସେଫାଲାଇଟିସ(ଏସ୍‌ଏସ୍‌ପିଇ) ରୋଗ ବୋଲି ଡାକ୍ତର କହିଥିଲେ। ଏହା ଏକ ମସ୍ତିଷ୍କ ରୋଗ। ଯାହା କେବଳ ମେଡିସିନ ଦ୍ୱାରା ହିଁ ଭଲ ହେବ। ୨୦୧୭ ମାର୍ଚ୍ଚରୁ ଏହି ରୋଗରେ ଆକ୍ରାନ୍ତ ହୋଇ ଝିଅ ଶଯ୍ୟାଶାୟୀ ଥିବାବେଳେ ଆର୍ଥିକ ଦୁରବସ୍ଥା ଯୋଗୁ ପରିବାର ଲୋକେ ଚିକିତ୍ସା ଯୋଗାଇ ପାରୁନାହାନ୍ତି।
ମଙ୍ଗଳାବାଗ ଥୋରିଆସାହିର ତ୍ରିଲୋଚନ ସେଠୀ ଓ ସଞ୍ଜୁକ୍ତା ସେଠୀଙ୍କ ଏକମାତ୍ର ଝିଅ ମୋନାଲିସା ପିଲାଟି ବେଳୁ ଅଲିଅଳିରେ ବଢ଼ିଥିଲେ। ତ୍ରିଲୋଚନ ବକ୍ସିବଜାରର ଗୋଟିଏ ଦୋକାନରେ କାର୍ଯ୍ୟ କରନ୍ତି। ମାସକୁ ଆୟ ପାଖାପାଖି ୧୫ ହଜାର ଟଙ୍କା। ଏହି ଟଙ୍କାରେ ୩ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚଳିବାକୁ ପଡେ। ହେଲେ ୨୦୧୭ରୁ ଦୁଃଖର କଳାବାଦଲ ଯେପରି ତାଙ୍କ ସଂସାର ଉପରେ ମାଡ଼ି ବସିଛି। ମୋନାଲିସା ପିଲାଟି ବେଳୁ ଭଲ ପାଠ ପଢୁଥିଲେ ବୋଲି ତ୍ରିଲୋଚନ କହିଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚଳାଇଥିଲେ। ହେଲେ ପରୀକ୍ଷା ମଝିରୁ ତାଙ୍କର ଦେହ ଖରାପ ହୋଇଗଲା। ସାଢେ ୩ ବର୍ଷ ଭିତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସରିଲାଣି, ହେଲେ ଝିଅର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉନାହିଁ। ଓଡ଼ିଶାର ବହୁ ପ୍ରତିଷ୍ଠିତ ମେଡିକାଲକୁ ଯାଇ ଏ ନେଇ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ତ୍ରିଲୋଚନ ନିଜର ଜଣେ ସମ୍ପର୍କୀୟଙ୍କୁ ଠାରୁ ଜାଣିବାକୁ ପାଇଲେ କି ରାଞ୍ଚିର ନିଦାନ ସେବା ସଦନ ମେଡିକାଲରେ ଏଭଳି ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା କରାଯାଉଛି। ସେ ଝିଅକୁ ନେଇ ଉକ୍ତ ମେଡିକାଲକୁ ଯାଇଥିଲେ ଓ ଡାକ୍ତରଙ୍କ ସହ ଚିକିତ୍ସା ସମ୍ପର୍କରେ ପରାମର୍ଶ କରିଥିଲେ। କିଛିଦିନ ମେଡିସିନ ଖାଇବା ପରେ ସ୍ବାସ୍ଥ୍ୟବସ୍ଥାରେ ଅଳ୍ପମାତ୍ରାରେ ସୁଧାର ଆସିଲା। ହେଲେ ପ୍ରତିମାସରେ ମେଡିସିନ ବାବଦକୁ ଟଙ୍କା ଖର୍ଚ୍ଚ କରିବା ତ୍ରିଲୋଚନଙ୍କ ପକ୍ଷରେ କଷ୍ଟକର ହୋଇପଡିଲା। ମୋନାଲିସା ଏବେ ଦିନରାତି ଗୋଟିଏ ଶଯ୍ୟାରେ ପଡ଼ି ରହୁଛନ୍ତି। ନା କିଛି କହୁଛନ୍ତି ନା କରୁଛନ୍ତି। କେବଳ ଶାରୀରିକ ପୀଡ଼ା ପାଇ ଚିତ୍କାର କରୁଛନ୍ତି। ଯାହା ଏହି ଅଭାବୀ ଦମ୍ପତିଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଲକ୍‌ଡାଉନ ପରଠାରୁ ରୋଜଗାର କମିଯାଇଛି ବୋଲି ତ୍ରିଲୋଚନ କହିଛନ୍ତି। ଝିଅକୁ ଦୁଇମାସକୁ ଥରେ ରାଞ୍ଚି ମେଡ଼ିକାଲକୁ ନେଇ ଯାଉଛନ୍ତି। ଗୋଟିଏ ଥର ଗଲେ ସମସ୍ତ ବାବଦକୁ ପ୍ରାୟ ୩୨ହଜାର ଖର୍ଚ୍ଚ ହେଉଛି। ଧାରକରଜରେ ଝିଅର ଚିକିତ୍ସା କରାଇବା ସମ୍ଭବ ହେଉନାହିଁ। ଏଭଳି ପରିସ୍ଥିତିରେ ଯଦି କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାନ୍ତି ତା’ ହେଲେ ମୋନାଲିସାଙ୍କ ଉତ୍ତମ ଚିକିତ୍ସା ହୋଇପାରିବ ବୋଲି ତ୍ରିଲୋଚନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?