ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଆଖିବୁଜିଲା ଅସୁସ୍ଥ ଦନ୍ତା

ବାରିପଦା ଅଫିସ,୩ା୧୦: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ଅସ୍ତ୍ରୋପଚାର କରିବାର ୨୪ ଘଣ୍ଟା ନ ପୂରୁଣୁ ମୃତ୍ୟୁ ଘଟିଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ।
ସୂଚନାନୁଯାୟୀ, ଗୋଠଛଡ଼ା ବିଶାଳ ଦନ୍ତାହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡ଼ିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବୁଲାବୁଲି କରୁଥିଲା। ତେବେ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗଣ୍ଡା ବୁଲିବା ସମୟରେ ଏକ ମୋଟା ପ୍ଲାଷ୍ଟିକ ଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା। କ୍ରମଶଃ ଏହା ଗୋଡ଼ରେ ଚାପିହୋଇ ଯାଇଥିବା ବେଳେ ଗଭୀର କ୍ଷତ ସୃଷ୍ଟି କରିଥିଲା। ଧୀରେ ଧୀରେ କ୍ଷତ ବଢ଼ିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ବାଭାବିକ ଭାବେ ଚଳପ୍ରଚଳ କରିପାରୁ ନ ଥିଲା l କ୍ଷତରୁ ରକ୍ତସ୍ରାବ ହେବା ସହିତ ପଚା ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା l ହାତୀର ଗତିବିଧି ଉପରେ ନଜର ରଖୁଥିବା ବେତନଟୀ ବନବିଭାଗର ଟିମ୍‌ ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଓ୍ବାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆରୁ ଡ଼. ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିରୁ ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ଟାଇଗର ରିଜର୍ଭର ଡ. ପୀୟୁଷ ସୋରେନ ପ୍ରମୁଖ ଡାକ୍ତରୀ ଟିମ୍‌ ରବିବାର ସକାଳେ ହାତୀର ଚିକିତ୍ସା କରାଇଥିଲେ ସୁଦ୍ଧା ଚିକିତ୍ସାକୁ ୨୪ଘଣ୍ଟା ନ ପୂରୁଣୁ ହାତୀର ମୃତ୍ୟୁ ଘଟିଛି l

ସୋମବାର ହାତୀର ମୃତଦେହ ଜବତ କରାଯାଇଥିବା ବେଳେ ବେତନଟୀ ବ୍ଲକ ପଶୁଚିକିତ୍ସକ ଡ.ଭବନାଥ ପ୍ରସାଦ ବସ୍ତିଆ,ପଶୁଧନ ନିରୀକ୍ଷକ ସାଇକୃଷ୍ଣ ମହାନ୍ତ, ଅଜୟ କୁମାର ସୋରେନଙ୍କ ସମେତ ଡ. ପୀୟୁଷ ସୋରେନ ପ୍ରମୁଖ ହାତୀଟିର ମୃତଦେହ ବ୍ୟବଚ୍ଛେଦ କରିବା ସହିତ ଲାବୋରୋଟୋରି ପରୀକ୍ଷା ପାଇଁ ବିଭିନ୍ନ ନମୂନା ସଂଗ୍ରହ କରାଯାଇଛି l ତେବେ ହାତୀଟିର ବୟସ ୩୫ରୁ ୪୦ବର୍ଷ ବୋଲି ଅନୁମାନ କରାଯାଉଥିବା ବେଳେ ଚିକିତ୍ସାରେ ବିଳମ୍ବ ପାଇଁ କ୍ଷତରୁ ପୂରା ଶରୀର ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri