ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଛୁଆ ହାତୀଟିକୁ ଭାଲେରୀ ପାହାଡ଼ ନିକଟରେ ଜଗି ରହିଥିଲା ବନ ବିଭାଗ। ହେଲେ ଚିକିତ୍ସାରେ ଅବହେଳା ଯୋଗୁ ଛୁଆହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି।
ସେପଟେ ଖଲ୍ଲିକୋଟ ଅଞ୍ଚଳକୁ ଆସିଥିବା ୧୬ ଟିକିଆ ହାତୀପଲ ବର୍ତ୍ତମାନ ଶାହାଖୋଲ ଜଙ୍ଗଲରେ ରହିଛନ୍ତି। ହାତୀପଲ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଗୋଟିଏ ପଟେ ହାତୀ ଉପଦ୍ରବରେ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଛୁଆହାତୀର ମୃତ୍ୟୁ ଘଟଣାକୁ ନେଇ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଉଠିଛି ପ୍ରଶ୍ନ। ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଛୁଆହାତୀର ମୃତଦେହ ବ୍ୟବଚ୍ଛେଦ ସରିଥିବାବେଳେ ହାତୀର ନମୁନା ସଂଗ୍ରହ କରାଯାଇଛି। ଯାହାକୁ ତଦନ୍ତ ପାଇଁ ପଠାଯିବ।