Posted inଜାତୀୟ

୩୮ ବର୍ଷ ପରେ ମିଳିଲା ଶହୀଦଙ୍କ କଙ୍କାଳ

ଶ୍ରୀନଗର,୧୪।୮: ୧୯୮୪ରେ ସିଆଚେନରେ ହିମସ୍ଖଳନରେ ପୋତି ହୋଇ ଶହୀଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହାର୍ବୋଲାଙ୍କ କଙ୍କାଳ ମିଳିଛି। ୧୬ ହଜାର ଫୁଟ ଗଭୀର ତଳୁ ଚନ୍ଦ୍ର ଶେଖରଙ୍କ କଙ୍କାଳ ଠାବ ହୋଇଥିବା କୁହାଯାଉଛି। କଙ୍କାଳ ସାଙ୍ଗଙ୍କୁ ଯବାନଙ୍କୁ ଦିିଆଯାଉଥିବା ଆର୍ମି ନମ୍ବର ମିଳିବା କାରଣରୁ ଚନ୍ଦ୍ରଶେଖରଙ୍କୁ ଚିହ୍ନିବା ସହଜ ହୋଇଥିଲା। ପାଖାପାଖି ୩୮ ବର୍ଷ ପରେ ଚନ୍ଦ୍ର ଶେଖରଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି। କଙ୍କାଳ ମିଳିବା ପରେ ଚନ୍ଦ୍ର ଶେଖରଙ୍କ ପରିବାର ଭାବବିହ୍ବଳ ହୋଇପଡ଼ିଛନ୍ତି। ଘଟଣା ସମୟରେ ତାଙ୍କ ଦୁଇ ଝିଅ ଖୁବ୍‌ ଛୋଟ ଥିବାବେଳେ ସେ ସମୟରେ ଘଟଣା ସେମାନଙ୍କର ଭଲଭାବେ ମନେ ନ ଥିବା କହିଛନ୍ତି।
ସୂଚନାଯୋଗ୍ୟ, ୧୯୮୪ ମେ ମାସରେ, ବାଟାଲିଅନ ମୁଖ୍ୟ ଲେଫ୍ଟନାଣ୍ଟ୍‌ ପିଏସ୍‌ ପୁନ୍ଦିରଙ୍କ ନେତୃତ୍ୱରେ ୧୯ ଜଣ ଯବାନଙ୍କୁ ଏକ ଟିମ ଅପରେସନ ମେଘଦୁତ ଅଭିମୁଖେ ବାହାରିଥିଲା। ମେ ୨୯ରେ, ହିମସ୍ଖଳନ ଯୋଗୁ ସମସ୍ତେ ପୋତି ହୋଇପଡିଥିଲେ। ପରେ ସେମାନଙ୍କୁ ଶହୀଦ ଘୋଷଣା କରାଯାଇଥିଲା। ସେତେବେଳେ ଲାନ୍ସନାୟକ ଚନ୍ଦ୍ରଶେଖରଙ୍କ ବୟସ ୨୮ ବର୍ଷ ଥିଲା। ଚନ୍ଦ୍ର ଶେଖର ଶହୀଦ ହୋଇଥିଲେ ହେଁ ଘରଲୋକଙ୍କୁ ତାଙ୍କ ମୃତଦେହ ମିଳିପାରି ନ ଥିଲା। ମେଘଦୂତ ଅପରେଶନ୍‌ରେ ଶହୀଦ ହୋଇଥିବା ଅଧିକାଂଶ ଯବାନଙ୍କ ମୃତଦେହ ଏବେ ସୁଦ୍ଧା ସେମାନଙ୍କ ପରିବାରକୁ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?