ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: ଏସ୍‌ଆଇ ନିଲମ୍ବିତ

ପୁରୀ ଅଫିସ,୨୯ା୯: ପୁରୀ ଜିଲା ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍‌ଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗ ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂହ ତାଙ୍କୁ ନିଲମ୍ବନ କରିଛନ୍ତି। ଏହି ଥାନାର ମାଲଖାନା ଦାୟିତ୍ୱରେ ଥିଲେ ଏସ୍‌ଆଇ ତଅପୋଇ।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଥାନାର ଛାତ ଉଡ଼ି ଯାଇଥିଲା। ସୌଭାଗ୍ୟବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏଥିରେ ମାଲଖାନା ଛାତ ଉଡ଼ି ଯାଇଥିବା ବେଳେ ଥାନାର କାନ୍ଥ ଫାଟି ଯାଇଥିଲା। ଏଥିସହ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣ ସମୟରେ ଥାନାରେ ଅନ୍ୟ କୌଣସି କର୍ମଚାରୀ ନ ଥିଲେ।