SI ନିଯୁକ୍ତି ପରୀକ୍ଷା: ସନ୍ଦେହରେ ପୋଲିସର ଭୂମିକା, ବରିଷ୍ଠ ପୋଲିସ ଅଧିକାରୀ କରୁଥିଲେ ଜାଲିଆତି

ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ପରୀକ୍ଷା ଘୋଟାଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରାଙ୍କୁ ଗିରଫ କରାଯାଇଛି। ଏହାସହ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ ଘରୋଇ ସଂସ୍ଥା ସିଲିକନ୍‌ ଟେକ୍‌ ଲ୍ୟାବ୍‌ ଓ ପଞ୍ଚସଫ୍ଟ୍‌ର କାର୍ଯ୍ୟାଳୟକୁ ବରିଷ୍ଠ ପୋଲିସ ଅଧିକାରୀମାନେ ବାରମ୍ବାର ଯାଉଥିବା ତଥ୍ୟ ସାମ୍ନାକୁ ଆସିଛି।

ଗୋଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ, ବିଭିନ୍ନ ସମୟରେ ବରିଷ୍ଠ ଅଧିକାରୀମାନେ ଇନ୍‌ଫୋସିଟି ଥାନା ଅଧୀନ ଡିଏଲ୍‌ଏଫ୍‌ ସାଇବର ସିଟିରେ ଥିବା ଏହି ସଂସ୍ଥାଗୁଡ଼ିକର କାର୍ଯ୍ୟାଳୟକୁ ଯାଇ ମାଲିକଙ୍କ ସହ ଘଣ୍ଟା ଘଣ୍ଟା ଆଲୋଚନା କରୁଥିଲେ। ଏହି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ଅନ୍ୟ ବଡ଼ ରାଜନେତାଙ୍କ ସହ ମଧ୍ୟ ତାଙ୍କର ଫଟୋ ସାମ୍ନାକୁ ଆସିଛି।

ପୂର୍ବତନ ଡିଆଇଜି କୁଳମଣି ବେହେରା ୧୯୯୩ରେ ଆସିଷ୍ଟାଣ୍ଟ ଜେଲର ଭାବେ ଚାକିରି ଆରମ୍ଭ କରି ୨୦୨୧ରେ ଡିଆଇଜି ଭାବେ ପଦୋନ୍ନତି ପାଇଥିଲେ। ୨୦୨୫ ମାର୍ଚ୍ଚରେ ଅବସର ନେଇଥିବା କୁଳମଣିଙ୍କ ୩୧ ବର୍ଷର ଚାକିରି କାଳରେ ଅମାପ କଳାଧନ ଆୟ କରିଥିବା ଅଭିଯୋଗ ହୋଇଛି। ତାଙ୍କ ପୁଅ ଅମୀୟଙ୍କୁ ଏସ୍‌ଆଇ ପଦ ପାଇଁ ୨୫ ରୁ ୩୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ଏବେ ଭିଜିଲାନ୍ସ ଦ୍ୱାରା କୁଳମଣିଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ଦାବି ଉଠିଛି।

ଏହି ଘୋଟାଲାରେ ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅନେକ ସରକାରୀ ଚାକିରିଆଙ୍କ ପୁଅଝିଅ କିମ୍ବା ସମ୍ପର୍କୀୟ ଥିବା ସୂଚନା ମିଳିଛି। ଗୁଇନ୍ଦା ବିଭାଗ ଏକ ରିପୋର୍ଟରେ ଏକାଧିକ ଅଧିକାରୀଙ୍କ ନାମ ସହ ତାଲିକା ପ୍ରସ୍ତୁତ କରି ପୋଲିସ ଡିଜିଙ୍କୁ ପ୍ରଦାନ କରିଛି।

ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ଥିବା ବେଳେ ତାଙ୍କୁ ଗିରଫ ପାଇଁ କ୍ରାଇମ୍‌ ବ୍ରାଞ୍ଚ୍‌ର ତିନିଟି ଟିମ୍‌ ରାଜ୍ୟ ବାହାରେ ଚଢ଼ାଉ ଜାରି ରଖିଛନ୍ତି। ଶଙ୍କର ତାଙ୍କ ପତ୍ନୀଙ୍କ ନାମରେ କେଦାରନାଥ ଟେକ୍ନୋଲୋଜି ନାମକ ଏକ କୋଚିଂ ସେଣ୍ଟର ଖୋଲିଥିବା ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଏହା ଚଳାଇଥିବା ଜଣାପଡ଼ିଛି। କ୍ରାଇମ୍‌ ବ୍ରାଞ୍ଚ୍‌ ଏହି ମହାଦୁର୍ନୀତିର ପୂର୍ଣ୍ଣ ତଦନ୍ତ ପାଇଁ ଖୋଳତାଡ଼ ଜାରି ରଖିଛି।

 

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri