ବହୁଚର୍ଚ୍ଚିତ ଏସ୍‌ଆଇ ପରୀକ୍ଷା ଜାଲିଆତି, ୩୦୦ ପଦବୀ ପାଇଁ ଡିଲ୍‌ ଚର୍ଚ୍ଚା

ଭୁବନେଶ୍ୱର,୧୬ା୧୦(ସତ୍ୟଜିତ ରାଉତ):ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ଜାଲିଆତିରେ ୩୦୦ ଏସ୍‌ଆଇ ପଦବୀ ଡିଲ୍‌ ହୋଇଥିଲା ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି। ଦୁଇ ଜଣ ମଧ୍ୟସ୍ଥ ଓ ୧୧୪ ପରୀକ୍ଷାର୍ଥୀ ବସ୍‌ରେ ଯାଉଥିବାବେଳେ ବ୍ରହ୍ମପୁର ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତେବେ ପ୍ରଶ୍ନପତ୍ର ପାଇବାକୁ ଟ୍ରେନ୍‌ରେ ମଧ୍ୟ ଅନ୍ୟ ୧୮୬ଜଣ ଆଶାୟୀ ସମାନ ସ୍ଥାନକୁ ମଧ୍ୟସ୍ଥଙ୍କ ଜରିଆରେ ଯାଉଥିଲେ ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏପରିକି ପରୀକ୍ଷାର୍ଥୀମାନଙ୍କ ଅସଲ ସାର୍ଟିଫିକେଟ ମଧ୍ୟସ୍ଥଙ୍କ ପାଖରେ ରହିଯାଇଥିବା ଜଣାପଡ଼ିଛି। ଏପଟେ ୧୧୪ ଜଣ ଗିରଫ ହେବା ଖବର ପଦାକୁ ଆସିବା ପରେ ଅନ୍ୟ ୧୮୬ ଜଣ ଆଶାୟୀ ଫେରାର ହୋଇଯାଇଥିଲେ। ସେମାନେ କିଏ କିଏ ଥିଲେ ସେନେଇ କ୍ରାଇମବ୍ରାଞ୍ଚ ତଥ୍ୟ ହାସଲ କରିବାରେ ଲାଗିପଡ଼ିଛି ବୋଲି ଜଣେ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଏହି ଘଟଣାରେ ମାଷ୍ଟରମାଇଣ୍ଡ (ମୁଖ୍ୟ ଅଭିଯୁକ୍ତ) କୁହାଯାଉଥିବା ପଞ୍ଚସଫ୍ଟ ସଂସ୍ଥା ମାଲିକ ଶଙ୍କର ପୃଷ୍ଟି ଫେରାର ହୋଇଯାଇଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ଟିମ୍‌ ତାଙ୍କୁ ଧରିବାକୁ ଖୋଜାଖୋଜି ଚଳାଇଛନ୍ତି। ତେବେ ଶଙ୍କର ତାଙ୍କ ପତ୍ନୀ ଦିପ୍ତୀମୟୀ ସାହୁଙ୍କୁ ଧରି ଦୁବାଇ ଫେରାର ହୋଇଯାଇଥିବା ଶୁଣିବାକୁ ମିଳୁଛି। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂସ୍ଥା ଆଇଟିଆଇକୁ ଦିଆଯାଇଥିଲା। ଆଇଟିଆଇ ଏହାକୁ ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ସବ୍‌ କଣ୍ଟ୍ରାକ୍ଟ ଦେଇଥିଲା। ସିଲିକନ୍‌ ଏହି କାମକୁ ପଞ୍ଚସଫ୍ଟକୁ ଦେଇଥିଲା। ଏନେଇ ଓପିଆର୍‌ବି ଅବଗତ ଥିଲା ବୋଲି ଜଣାପଡିଛି। ତେଣୁ ଏଥିରେ ଓପିଆର୍‌ବିର କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ତାକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ନାହିଁ ଚର୍ଚ୍ଚା ହେଉଛି।

Dharitri – Odisha’s No.1 Trusted Odia Daily

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri