ବ୍ରହ୍ମପୁର,୩୦।୯: ଓଡ଼ିଶା ପୋଲିସ SI ପଦବୀର ବଡ଼ ଜାଲିଆତି ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ SI ପରୀକ୍ଷାର୍ଥୀ ଅଟକ ରଖାଯାଇଥିବା ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ଜଣାପଡ଼ିଛି। SI ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବାବେଳେ ପରୀକ୍ଷାର୍ଥୀଙ୍କୁ ଧରିଛି ପୋଲିସ। ଅଟକ ପରୀକ୍ଷାର୍ଥୀମାନେ ଓଡ଼ିଶା ପୋଲିସର ସବ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ। ପରୀକ୍ଷା ଦାୟିତ୍ୱ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ମିଳିଛି। ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରାଉଚରା କରାଯାଉଛି।


