ଆଜି ମା’ ଜଗତଜନନୀଙ୍କ ମହାଷ୍ଟମୀ ପୂଜା: ଗାଁଠୁ ସହର ଚଳଚଞ୍ଚଳ

ଭୁବନେଶ୍ୱର,୩୦।୯: ଦଶହରା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ରଙ୍ଗୀନ ଆଲୋକମାଲାରେ ଝଲସୁଛି ପୀଠ ଓ ମଣ୍ଡପ। ସୋମବାର ମା’ଙ୍କ ସପ୍ତମୀ ପୂଜା ହୋଇଥିବା ବେଳେ ମଙ୍ଗଳବାର ମହାଷ୍ଟମୀରେ ମା’ଙ୍କ ନୀତିପୂଜା ଆରମ୍ଭ ହୋଇଛି। ଚାଲିଛି ହୋମଯଜ୍ଞ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା। ଘଣ୍ଟ, ଶଙ୍ଖ, ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଏଭଳିସ୍ଥିତିରେ ଭକ୍ତ ଏବଂ ମା’ ଜଗତଜନନୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅପୂର୍ବ ଦୃଶ୍ୟ ।

ଟ୍ବିନସିଟି କଟକ-ଭୁବନେଶ୍ୱରରେ ଲୋକଙ୍କ ଜନସମାଗମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ବିନସିଟିରେ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍‌ ଏବଂ ନିଆଁରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି।

ଭିଡ଼ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଡ୍ରୋନ ସହାୟତାରେ ମଣ୍ଡପ ଉପରେ ନଜର ରଖାଯାଇଛି। ଏପରିକି ସ୍ମାର୍ଟ କଣ୍ଟୋଲ ରୁମ ଜରିଆରେ ପାର୍ବଣ ପରିଚାଳନା କରାଯାଉଛି।

ଏପରିକି ବିଜୟା ଦଶମୀ ଅବସରରେ ରାଜଧାନୀ ଭୁବନେଶ୍ୱରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଉତ୍ସବ ଦେଖିବା ଲାଗିମୟ ଲୋକଙ୍କ ଭିଡ଼ ଆଶଙ୍କା ରହିଛି।

କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ (ବଡ଼ଗଡ଼ ଥାନା), ଗୋପାଳପୁର (ଇନ୍ଫୋ-ଭ୍ୟାଲି ଥାନା), କିଟ୍ସ ରୋଡ଼ (ଇନ୍ଫୋସିଟି ଥାନା) ଓ ଫୁଟବଲ ଗ୍ରାଉଣ୍ଡ (କପିଳାପ୍ରସାଦ ଏୟାରଫିଲ୍ଡ ଥାନା)ରେ ରାକ୍ଷସ ରାଜା ରାବଣଙ୍କ ପୁତ୍ତଳା ପୋଡ଼ାଯିବ। ଏହି ଉତ୍ସବ ରାମାୟଣରେ ଭଗବାନ ରାମଙ୍କ ରାବଣ ଉପରେ ବିଜୟର ପ୍ରତୀକ ଭାବେ ଦର୍ଶାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?