ଶଟ୍‌ଡାଉନ୍‌ ନ ମାନି ଗହଳି

ଅନୁଗୋଳ ଅଫିସ୍‌, ୬ା୭:  କରୋନା ସଂକ୍ରମଣ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଚଳିତମାସରୁ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। କଟକଣା ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ହେଲେ ରବିବାର ଅନୁଗୋଳ ସହର ଉପକଣ୍ଠର ଅନେକ ସ୍ଥାନରେ ଲୋକେ ଏହି କଟକଣାକୁ ମାନି ନ ଥିବା ଦେଖାଯାଇଛି। ଛେଳିଆପଡ଼ାରେ ରାସ୍ତା ଉପରେ ପରିବା ବିକ୍ରି ବେଳେ ପ୍ରବଳ ଗହଳି ହୋଇଥିଲା। ସେହିପରି ଖୋଲାଥିବା ଏକ ଚା’ ଦୋକାନକୁ ପୋଲିସ ସିଲ୍‌ କରିଥିଲା।
ଅନୁଗୋଳ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୧୦୦ ପାର ହୋଇସାରିଲାଣି। ପ୍ରତିଦିନ ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ମିଳୁଥିବାରୁ ଆଗାମୀ ଦିନରେ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ବିଶେଷକରି ଶିଳ୍ପସଂସ୍ଥାଗୁଡ଼ିକରୁ ଅଧିକ ସଂକ୍ରମିତ ବାହାରୁଥିବାରୁ ଏହା ଏବେ ପ୍ରଶାସନର ଚିନ୍ତାର କାରଣ ହୋଇଛି। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରତି ସପ୍ତାହର ଶନିବାର ଓ ରବିବାର ୨ ଦିନ ଜିଲାକୁ ଶଟ୍‌ଡାଉନ୍‌ ରଖାଯିବାକୁ ପ୍ରଶାସନ ଘୋଷଣା କରିଥିଲେ ବି ଏହାକୁ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। କଟକଣା ଲଗାଇବା ସହ ପ୍ରଶାସନ ଯେତିକି କଠୋର ହେଉଛି, ଲୋକମାନେ ସେତେ ଗଳା ବାଟ ଖୋଜୁଥିବା ଦେଖାଯାଉଛି। ରବିବାର ଶଟ୍‌ଡାଉନ ପାଇଁ ସହର ରାସ୍ତା ଖଁା ଖଁା ଥିଲା। ହେଲେ ଉପକଣ୍ଠ ଅଞ୍ଚଳର ସାହି, ଗଁା ରାସ୍ତାରେ ଲୋକମାନେ ଖଟି କରୁଥିବା ଦେଖାଯାଇଥିଲା। ଛେଳିଆପଡ଼ା ଛକରେ ପନିପରିବା ବିକ୍ରି ହେଉଥିବା ବେଳେ ଚା’ ଓ ଜଳଖିଆ ଦୋକାନ ଖୋଲା ରହିଥିଲା। ଏ ନେଇ ଖବର ମିଳିବା ପରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇଥିଲା। ପରେ ଏସ୍‌ପି ଜଗମୋହନ ମୀନା ଚା’ ଦୋକାନକୁ ସିଲ୍‌ କରିଥିଲେ। ସେହିପରି ଜରାସିଂହା ଅଞ୍ଚଳର କେତେଜଣ ଯୁବକ ଭୋଜି କରିବାକୁ ବାହାରିଥିଲେ। ଏହି ସମୟରେ ପୋଲିସ ପହଞ୍ଚତ୍ବାରୁ ସେମାନେ ଦୌଡ଼ି ପଳାଇଥିଲେ। ପୋଲିସ ସେଠାରୁ ଗ୍ୟାସ୍‌ ସିଲିଣ୍ଡର, ହାଣ୍ଡି ଡେକିଚି ଆଦି ଜବତ କରି ଥାନାକୁ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri