ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘର ନିକଟ କେନ୍ଦ୍ରରେ ନିଯୁକ୍ତି ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘର ନିକଟ କେନ୍ଦ୍ରରେ ତୁରନ୍ତ ନିଯୁକ୍ତି ଦେବାକୁ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ବଲାଙ୍ଗୀର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦିବ୍ୟାଙ୍ଗଙ୍କୁ କାହିଁକି ତାଙ୍କ ଘର ଅଙ୍ଗନଓ୍ବାଡିରେ ନିଯୁକ୍ତି ଦିଆଯାଇ ନ ଥିଲା ସେନେଇ ଅଗଷ୍ଟ ୭ ସୁଦ୍ଧା ରିପୋର୍ଟ ଦେବାକୁ କମିଶନ ଡିଏସ୍‌ଡବ୍ଲ୍ୟୁଓ ଏବଂ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀରର ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀ ମମତାରାଣୀ ପଣ୍ଡାଙ୍କ ଏକ ପିଟିଶନର ଶୁଣାଣି କରି କମିଶନ ଏହି ରାୟ ଦେଇଛନ୍ତି।

ସୂଚନା ଅନୁଯାୟୀ, ମମତାରାଣୀଙ୍କୁ ତାଙ୍କ ଘରଠାରୁ ପ୍ରାୟ ୩ କିମି ଦୂର ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ଚୁଡାପାଲି ଅଙ୍ଗନଓ୍ବାଡ଼ି କେନ୍ଦ୍ର-ସିରେ ନିଯୁକ୍ତି ଦିଆଯାଇଛି। ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଭାଇଙ୍କ ସାହାଯ୍ୟରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ନିୟମିତ ଯାଉଥିଲେ। ହେଲେ ୨୦୧୫ ନଭେମ୍ବର ୨୦ରେ ଭାଇଙ୍କ ମୃତ୍ୟୁ ପରେ ଯିବା ଆସିବାରେ ତାଙ୍କର ସମସ୍ୟା ହୋଇଥିଲା। ଅନ୍ୟପକ୍ଷରେ ଚୁଡ଼ାପାଲି ଅଙ୍ଗନଓ୍ବାଡି କେନ୍ଦ୍ର-ବି ଦାୟିତ୍ୱରେ ଥିବା ଅଙ୍ଗନଓ୍ବାଡ଼ି କର୍ମଚାରୀଙ୍କର ୨୦୧୭ ଜାନୁୟାରୀ ୨୪ରେ ମୃତ୍ୟୁ ଘଟିଥିଲା। ଏହାପରେ ଘରଠାରୁ କିଛିଦୂରରେ ରହିଥିବା ଉକ୍ତ କେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ମମତାରାଣୀଙ୍କୁ ମଧ୍ୟ ଦିଆଗଲା। ମମତାରାଣୀ କିଛିଦିନ ଉଭୟ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଦାୟିତ୍ୱ ବୁଝୁଥିବାବେଳେ ଚୁଡ଼ାପାଲି ଅଙ୍ଗନଓ୍ବାଡ଼ି କେନ୍ଦ୍ର-ବି’ରେ ଖାଲି ପଡିଥିବା ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା। ତେଣୁ ଘରପାଖରେ ଥିବା ଉକ୍ତ କେନ୍ଦ୍ରରେ ତାଙ୍କୁ ନିୟମିତ ଭାବେ ଅବସ୍ଥାପିତ କରିବାକୁ ଦିବ୍ୟାଙ୍ଗ ମମତାରାଣୀ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ। ହେଲେ ତାଙ୍କୁ ବାଦ୍‌ ଦେଇ ୨୦୧୯ ନଭେମ୍ବର ୧୪ରେ ଉକ୍ତ କେନ୍ଦ୍ରରେ ଆଉଜଣଙ୍କୁ ନିଯୁକ୍ତ କରାଗଲା। ଏନେଇ ମମତାରାଣୀ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଦୌଡି ନିରାଶ ହେବାପରେ ଓଏଚ୍‌ଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରିକି ଚୁଡ଼ିପାଲି ଅଙ୍ଗନଓ୍ବାଡି କେନ୍ଦ୍ରରେ ନବନିଯୁକ୍ତ କର୍ମୀଙ୍କ ସହ ମମତାରାଣୀ ପାରସ୍ପାରିକ ବୁଝାମଣା କରି ସ୍ଥାନାନ୍ତର ପାଇଁ ରାଜିହୋଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଏହାକୁ ଜିଲା ସାମାଜିକ କଲ୍ୟାଣ ଅଧିକାରୀ ମଧ୍ୟ ଅନୁମୋଦନ କରିଥିଲେ ମଧ୍ୟ ଉପଜିଲାପାଳଙ୍କ ନିର୍ଦ୍ଦେଶ ଯୋଗୁ ବନ୍ଦ ରହିଥିଲା ବୋଲି ମମତାରାଣୀ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri