ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘର ନିକଟ କେନ୍ଦ୍ରରେ ନିଯୁକ୍ତି ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘର ନିକଟ କେନ୍ଦ୍ରରେ ତୁରନ୍ତ ନିଯୁକ୍ତି ଦେବାକୁ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ବଲାଙ୍ଗୀର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦିବ୍ୟାଙ୍ଗଙ୍କୁ କାହିଁକି ତାଙ୍କ ଘର ଅଙ୍ଗନଓ୍ବାଡିରେ ନିଯୁକ୍ତି ଦିଆଯାଇ ନ ଥିଲା ସେନେଇ ଅଗଷ୍ଟ ୭ ସୁଦ୍ଧା ରିପୋର୍ଟ ଦେବାକୁ କମିଶନ ଡିଏସ୍‌ଡବ୍ଲ୍ୟୁଓ ଏବଂ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀରର ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀ ମମତାରାଣୀ ପଣ୍ଡାଙ୍କ ଏକ ପିଟିଶନର ଶୁଣାଣି କରି କମିଶନ ଏହି ରାୟ ଦେଇଛନ୍ତି।

ସୂଚନା ଅନୁଯାୟୀ, ମମତାରାଣୀଙ୍କୁ ତାଙ୍କ ଘରଠାରୁ ପ୍ରାୟ ୩ କିମି ଦୂର ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ଚୁଡାପାଲି ଅଙ୍ଗନଓ୍ବାଡ଼ି କେନ୍ଦ୍ର-ସିରେ ନିଯୁକ୍ତି ଦିଆଯାଇଛି। ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଭାଇଙ୍କ ସାହାଯ୍ୟରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ନିୟମିତ ଯାଉଥିଲେ। ହେଲେ ୨୦୧୫ ନଭେମ୍ବର ୨୦ରେ ଭାଇଙ୍କ ମୃତ୍ୟୁ ପରେ ଯିବା ଆସିବାରେ ତାଙ୍କର ସମସ୍ୟା ହୋଇଥିଲା। ଅନ୍ୟପକ୍ଷରେ ଚୁଡ଼ାପାଲି ଅଙ୍ଗନଓ୍ବାଡି କେନ୍ଦ୍ର-ବି ଦାୟିତ୍ୱରେ ଥିବା ଅଙ୍ଗନଓ୍ବାଡ଼ି କର୍ମଚାରୀଙ୍କର ୨୦୧୭ ଜାନୁୟାରୀ ୨୪ରେ ମୃତ୍ୟୁ ଘଟିଥିଲା। ଏହାପରେ ଘରଠାରୁ କିଛିଦୂରରେ ରହିଥିବା ଉକ୍ତ କେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ମମତାରାଣୀଙ୍କୁ ମଧ୍ୟ ଦିଆଗଲା। ମମତାରାଣୀ କିଛିଦିନ ଉଭୟ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଦାୟିତ୍ୱ ବୁଝୁଥିବାବେଳେ ଚୁଡ଼ାପାଲି ଅଙ୍ଗନଓ୍ବାଡ଼ି କେନ୍ଦ୍ର-ବି’ରେ ଖାଲି ପଡିଥିବା ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା। ତେଣୁ ଘରପାଖରେ ଥିବା ଉକ୍ତ କେନ୍ଦ୍ରରେ ତାଙ୍କୁ ନିୟମିତ ଭାବେ ଅବସ୍ଥାପିତ କରିବାକୁ ଦିବ୍ୟାଙ୍ଗ ମମତାରାଣୀ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ। ହେଲେ ତାଙ୍କୁ ବାଦ୍‌ ଦେଇ ୨୦୧୯ ନଭେମ୍ବର ୧୪ରେ ଉକ୍ତ କେନ୍ଦ୍ରରେ ଆଉଜଣଙ୍କୁ ନିଯୁକ୍ତ କରାଗଲା। ଏନେଇ ମମତାରାଣୀ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଦୌଡି ନିରାଶ ହେବାପରେ ଓଏଚ୍‌ଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରିକି ଚୁଡ଼ିପାଲି ଅଙ୍ଗନଓ୍ବାଡି କେନ୍ଦ୍ରରେ ନବନିଯୁକ୍ତ କର୍ମୀଙ୍କ ସହ ମମତାରାଣୀ ପାରସ୍ପାରିକ ବୁଝାମଣା କରି ସ୍ଥାନାନ୍ତର ପାଇଁ ରାଜିହୋଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଏହାକୁ ଜିଲା ସାମାଜିକ କଲ୍ୟାଣ ଅଧିକାରୀ ମଧ୍ୟ ଅନୁମୋଦନ କରିଥିଲେ ମଧ୍ୟ ଉପଜିଲାପାଳଙ୍କ ନିର୍ଦ୍ଦେଶ ଯୋଗୁ ବନ୍ଦ ରହିଥିଲା ବୋଲି ମମତାରାଣୀ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?