ନୂଆଁଖାଇ ପାଇଁ ସମ୍ବଲପୁରରେ ହଟିଲା ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା: ୩ ଦିନ ପାଇଁ ନିୟମ ବାତିଲ

ସମ୍ବଲପୁର,୧୧।୮(ବ୍ୟୁରୋ): ବଦଳିଲା ଶଟ୍‌ଡାଉନ୍‌ ନିୟମ। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଏବଂ ଅଗଷ୍ଟ ୨୩ ନୂଆଁଖାଇରେ ଶଟ୍‌ଡାଉନ୍‌ ହେବନାହିଁ ସମ୍ବଲପୁର। ଏହାକୁ ନେଇ ୩ ଦିନ ଅଗଷ୍ଟ ୧୫,୨୨ ଓ ୨୩ ତାରିଖରେ ଶଟ୍‌ଡାଉନ୍‌ କଟକଣାକୁ ବାତିଲ କରାଯାଇଛି। ଏହା ବଦଳରେ ଅଗଷ୍ଟ ୧୬ ଏବଂ ୧୭ ତାରିଖରେ ଶଟ୍‌ଡାଉନ୍‌ ହେବ। ଏନେଇ ମଙ୍ଗଳବାର ସମ୍ବଲପୁର ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପ୍ରକାଶ ଯେ, ଚଳିତ ବର୍ଷ କରୋନା କଟକଣାକୁ ନେଇ ସପ୍ତାହାନ୍ତ ଲକ୍‌ଡାଉନ୍‌ ଜାରି କରାଯାଇଛି। ହେଲେ ସମ୍ବଲପୁରର ବଡ଼ ପର୍ବ ନୂଆଁଖାଇ ଏହି ଭିତରେ ପଡ଼ୁଥିଲା। ଏଣୁ ଏହାକୁ ଘୁଞ୍ଚାଇବାକୁ ଦାବି ହୋଇଥିଲେ। ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ଦାବି କରିଥିଲେ। ଶେଷରେ ଏହି କଟକଣା ହଟାଯାଇଛି।