ଶୁଗି ସ୍ରଷ୍ଟା

ସ୍ରଷ୍ଟା ଅହରହ ସୃଷ୍ଟିଟିଏ ଲାଗି ଲଢ଼ୁଥାଏ। ଲେଖକ ହୋଇଥିଲେ ଚରିତ୍ର, ସ୍ଥିତି ଓ ଶବ୍ଦଗୁଡ଼ିକ ତା’ ମୁଣ୍ଡରେ ଲହରି ପିଟୁଥାଆନ୍ତି। କିନ୍ତୁ ସେ ତା’ ଇପ୍ସିତ ଲକ୍ଷ୍ୟ ସକାଶେ ଯେଉଁଗୁଡ଼ିକ ଉପଯୁକ୍ତ ଭାବେ ତାହାକୁ ବାଛେ। ସେହି ବାଛିବା ଭିତରେ ସେ କେତେ ଯେ ଯନ୍ତ୍ରଣା ପାଇଥାଏ, ତାହା ତାକୁ ହିଁ ଜଣା। ପାଣ୍ଡୁଲିପି ପ୍ରସ୍ତୁତ ହେବା ପରେ ଖୋଜାପଡ଼େ ପ୍ରକାଶକ। ଯଦି ଦାୟିତ୍ୱବାନ୍‌ ପ୍ରକାଶକ ମିଳିଯାଆନ୍ତି, ତେବେ ସୁରୁଖୁରୁରେ ପୁସ୍ତକ ପ୍ରକାଶିତ ହୋଇଥାଏ। ନ ହେଲେ ଲେଖକ ହୁଏ ଦହଗଞ୍ଜ। ଏଭଳି ଏକ ସ୍ଥିତି ଦେଇ ଗତି କରିବା ପରେ ଏବେ ନ୍ୟୁୟର୍କରେ ରହୁଥିବା ସ୍କଟ୍‌ଲାଣ୍ଡ ଲେଖକ ଡୌଗଲାସ ଷ୍ଟୁଆର୍ଟଙ୍କ ଭାଗ୍ୟ ଉଦୟ ହୋଇଛି। ୩୨ ଜଣ ପ୍ରକାଶକ ତାଙ୍କ ପାଣ୍ଡୁଲିପିକୁ ପ୍ରତ୍ୟାଖ୍ୟାନ କରିବା ପରେ ‘ଶୁଗି ବେନ୍‌’ ଆତ୍ମପ୍ରକାଶ କରିଥିଲା। ଏହା ତାଙ୍କ ପ୍ରଥମ ଉପନ୍ୟାସ ହୋଇଥିବା ବେଳେ ତାହା ୨୦୨୦ ପାଇଁ ବୁକର ପୁରସ୍କାର ପାଇଛି। ଏହି ସମ୍ମାନ ଲାଗି ସଂକ୍ଷିପ୍ତ ତାଲିକାରେ ଥିବା ଭାରତୀୟ ବଂଶୋଦ୍ଭବ ଅବନୀ ଦୋଶୀଙ୍କ ସମେତ ୫ ଜଣଙ୍କ ନାମ ରହିଥିଲା। ବୁକର୍‌ ବିଜୟୀ ହେବା ପରେ ଷ୍ଟୁଆର୍ଟ କହିଛନ୍ତି ଯେ, ତାଙ୍କ ପୁସ୍ତକକୁ ପ୍ରକାଶକମାନେ ପ୍ରଶଂସା କରିଥିଲେ। ହେଲେ ପାଠକଙ୍କ ସହ ତାହା କିଭଳି ସମ୍ବନ୍ଧ ଯୋଡ଼ିବ, ବିଶେଷକରି ସ୍କଟୀୟ ଓ୍ବାର୍କିଂ କ୍ଲାସଙ୍କ ମନକୁ ପଢ଼ିବା କାଠିକର ପାଠ ବୋଲି ମତ ରଖିଥିଲେ। କିନ୍ତୁ ଏହି ଉପନ୍ୟାସ ବୁକର ପୁରସ୍କାର ପାଇବା ସୂଚାଇ ଦେଲା ଯେ ସମସ୍ତେ ବିବିଧ ସ୍ବରକୁ ସମ୍ମାନ ଦେବା ଦରକାର।
ଷ୍ଟୁଆର୍ଟ ୧୯୭୬ରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋରେ ଜନ୍ମଗ୍ରହଣ କରିଥିଲେ। ସ୍କଟିସ୍‌ କଲେଜ ଅଫ୍‌ ଟେକ୍ସଟାଇଲ୍ସରୁ ସେ ସ୍ନାତକ ଏବଂ ଲଣ୍ଡନର ରୟାଲ କଲେଜ ଅଫ୍‌ ଆର୍ଟରୁ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଷ୍ଟୁଆର୍ଟଙ୍କୁ ଯେତେବେଳେ ୨୪ ବର୍ଷ ହୋଇଥିଲା ସେତେବେଳେ ସେ ଫ୍ୟାଶନ ଡିଜାଇନ୍‌ରେ କ୍ୟାରିୟର କରିବା ସକାଶେ ନ୍ୟୁୟର୍କ ସିଟି ଚାଲିଯାଇଥିଲେ। ସେଠାରେ ସେ କାଲଭିନ୍‌ କ୍ଲେନ୍‌, ରାଲ୍‌ଫ ଲଉରେନ୍‌, ବାନାନା ରିପବ୍ଲିକ୍‌ ଓ ଜ୍ୟାକ୍‌ ସ୍ପେଡ୍‌ ଭଳି ବ୍ରାଣ୍ଡ୍‌ରେ କାମ କରିଥିଲେ। ସେ ଉଭୟ ବ୍ରିଟିଶ ଓ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି।
ଲେଖାଲେଖି ପ୍ରତି ପିଲାଟି ବେଳୁ ଷ୍ଟୁଆର୍ଟଙ୍କ ଆଗ୍ରହ ଥିଲା। ଚରିତ୍ର ଓ ସ୍ଥିତିକୁ ଗଭୀର ଅନୁଧ୍ୟାନ କରି ସେ ପୁସ୍ତକ ରଚନା କରିଥାଆନ୍ତି। ତାଙ୍କ ପ୍ରଥମ ଉପନ୍ୟାସ ‘ଶୁଗି ବେନ୍‌’ ୨୦୨୦ ପାଇଁ ବୁକର ପୁରସ୍କାର ପାଇବା ତାଙ୍କ ଲେଖକୀୟ ଜୀବନକୁ ନୂଆ ଦିଗ ଦେଖାଇଛି। ଷ୍ଟୁଆର୍ଟ ଦ୍ୱିତୀୟ ସ୍କଟୀୟ ଲେଖକ ଭାବେ ଏହି ସମ୍ମାନ ପାଇଛନ୍ତି। ୧୯୯୪ରେ ଜେମ୍ସ କେଲ୍‌ମ୍ୟାନ୍‌ ‘ହାଓ ଲେଟ୍‌ ଇଟ୍‌ ଓ୍ବାଜ୍‌, ହାଓ ଲେଟ୍‌’ ପାଇଁ ବୁକର ପାଇଥିଲେ। ତେବେ ଷ୍ଟୁଆର୍ଟଙ୍କ ‘ଶୁଗି ବେନ୍‌’ କଥା ସାହିତ୍ୟ ବର୍ଗରେ ୨୦୨୦ ନ୍ୟାଶନାଲ ବୁକ୍‌ ଆଓ୍ବାର୍ଡ ପାଇଁ ମଧ୍ୟ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲା। ‘ଦି ଅବଜର୍ଭର’, ‘ଦି ନ୍ୟୁୟର୍କ ଟାଇମ୍ସ’, ‘ଦି ସ୍କଟ୍ସମ୍ୟାନ୍‌’ ଆଦି ଖ୍ୟାତନାମା ଖବରକାଗଜ ଓ ପତ୍ରିକାରେ ତାଙ୍କ ସୃଜନକାର୍ଯ୍ୟ ଉଚ୍ଚପ୍ରଶଂସିତ ହୋଇଥିବା ଦେଖିବାକୁ ମିଳେ।
ବିଗତ ଶତାବ୍ଦୀର ଅଶୀ ଦଶକର ଗ୍ଲାସ୍‌ଗୋ ସହରର ପ୍ରେମ ଓ ମଦନିଶା ଉପରେ ‘ଶୁଗି ବେନ୍‌’ ଉପନ୍ୟାସ କେନ୍ଦ୍ରିତ। ଏଥିରେ କୁନି ପୁଅ ସହ ମା’ର ନିଃସର୍ତ୍ତ ସମ୍ପର୍କକୁ ଔପନ୍ୟାସିକ ଅତି ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ସେହି ସମୟର ସାମାଜିକ ଅବସ୍ଥା, ମୂଲ୍ୟବୋଧ ଓ ବ୍ୟକ୍ତିସତ୍ତା ଏଥିରେ ପ୍ରତିଫଳିତ ହୋଇଛି। ପୁଅ ଶୁଗିର ବୟସ ବଢ଼ୁଥିବା ବେଳେ ସେ ପାରିବାରିକ ଯନ୍ତ୍ରଣାକୁ ସାମ୍ନା କରି ମା’ଙ୍କୁ ବଞ୍ଚାଇବା ପାଇଁ କରୁଥିବା ସଂଘର୍ଷକୁ ଷ୍ଟୁଆର୍ଟ ଦେଖାଇଛନ୍ତି। ସେହି କାହାଣୀ ଭିତରେ ଷ୍ଟୁଆର୍ଟଙ୍କ ଚରିତ୍ର ପ୍ରତିଫଳିତ ହେଉଥିବା ସମୀକ୍ଷକମାନେ ଜାଣିବାକୁ ପାଇଛନ୍ତି। ଷ୍ଟୁଆର୍ଟଙ୍କୁ ୧୬ ବର୍ଷ ହୋଇଥିବାବେଳେ ମାଆ ମଦ ନିଶାରେ ପ୍ରାଣ ହରାଇଥିଲେ। ତା’ ପରେ ସେ ଛିଡ଼ା ହୋଇଛନ୍ତି। ସାମାଜିକ ସ୍ଖଳନ ଦେଇ ସମାଜ ଗତି କରୁଥିବା ଅତି ନିକଟରୁ ସେ ଦେଖିବାକୁ ପାଇଥିଲେ। ମା’ଙ୍କୁ ଅତି ଭଲ ପାଉଥିବାରୁ ଉକ୍ତ ପୁସ୍ତକକୁ ଷ୍ଟୁଆର୍ଟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ପୁସ୍ତକ ପୁରସ୍କାର ପାଇବା ପରେ ତାଙ୍କ ସ୍ବପ୍ନ ସାର୍ଥକ ହୋଇଛି ଓ ସମ୍ପୂର୍ଣ୍ଣ ଜୀବନ ବଦଳିଯାଇଛି ବୋଲି ଷ୍ଟୁଆର୍ଟ କହିବାରୁ ତାଙ୍କ ଜୀବନ କେତେ ଘାତପ୍ରତିଘାତ ଦେଇ ଗତି କରିଛି ବୁଝିହେଉଛି। ଅକ୍ଳାନ୍ତ ପରିଶ୍ରମ ପରେ ଯେତେବେଳେ ଶୀତଳ ସମୀରଣ ଦେହକୁ ବାଜେ, ସେତେବେଳେ ଶରୀରଟା ହାଲୁକା ଲାଗେ ଓ ମନ ଆନନ୍ଦିତ ହୁଏ। ସମ୍ଭବତଃ ଷ୍ଟୁଆର୍ଟ ଯନ୍ତ୍ରଣା ଭିତରେ ଜୀବନ ଜିଇହୁଏ ବୋଲି ବାସ୍ତବ ଉପଲବ୍‌ଧି ପାଇଛନ୍ତି। ପ୍ରଥମ ଉପନ୍ୟାସର ସଫଳତା ପରେ ଦ୍ୱିତୀୟ ଉପନ୍ୟାସ ‘ଲୋକ୍‌ ଓ’ ଲେଖିସାରିଲେଣି ବୋଲି କହିଛନ୍ତି। ଏହା ମଧ୍ୟ ସୂଚାଇ ଦେଇଛି ଯେ, ତାଙ୍କ ଦ୍ୱିତୀୟ ଈଶ୍ୱରରୂପୀ ପୁସ୍ତକରେ ମଧ୍ୟ ଗ୍ଲାସ୍‌ଗୋ ପ୍ରାଧାନ୍ୟ ଲାଭ କରିଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?