Posted inଖେଳ

ଗୁଆହାଟୀରେ ଶୁବମନ ଗିଲ୍‌: ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ଅନିଶ୍ଚିତତା

ଗୁଆହାଟୀ,୨୦ା୧୧: ଆସନ୍ତା ୨୨ ତାରିଖରୁ ବର୍ଷାପାରା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଲାଗି ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍‌ ଅନ୍ୟ ଖେଳାଳିଙ୍କ ସହ ଗୁଆହାଟୀରେ ପହଞ୍ଚିଛନ୍ତି। ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି। ଏଣୁ ମ୍ୟାଚ୍‌ ଶନିବାର ଆରମ୍ଭ ହେବାକୁ ଥିବାରୁ ତାଙ୍କୁ ଶୁକ୍ରବାର ସୁଦ୍ଧା ଟ୍ରେନିଂ ସେସନରେ ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେବାକୁ ପଡ଼ିବ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗିଲ୍‌ ୧୦୦% ଫିଟ୍‌ନେସ୍‌ଠାରୁ ଖୁବ୍‌ ଦୂରରେ ଅଛନ୍ତି। ତାଙ୍କ ବେକରେ ଏବେ ବି ଯନ୍ତ୍ରଣା ରହିଛି। ହେଲେ ତାହାର ତୀବ୍ରତା ପୂର୍ବ ଅପେକ୍ଷା କମ୍‌ ରହିଛି।

ଏବେ ରିକଭର କରୁଛନ୍ତି। ତାଙ୍କ ଉପରେ ବିସିସିଆଇ ମେଡିକାଲ ଦଳ ନଜର ରଖିଛି। ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନା, ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି। ତେବେ ସେ ମେଡିକାଲ ରିପୋର୍ଟରେ ଫିଟ୍‌ ହୋଇପାରନ୍ତି। କିନ୍ତୁ ୫ ଦିନିଆ କଷ୍ଟକର ଟେଷ୍ଟ ମ୍ୟାଚ୍‌ ତାଙ୍କ ସମସ୍ୟାକୁ ବଢ଼ାଇ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରେ ଜିଅନ୍ତା ଜଳିଗଲେ ବାପ-ପୁଅ, ଶୋଇଥିବାବେଳେ ଘଟିଲା…

ଖୋର୍ଦ୍ଧା,୧୫ା୩(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ସାନପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳୁ ଦୋକାନରେ ଶୋଇଥିବା ବେଳେ ଜିଅନ୍ତା ଜଳି ଯାଇଛନ୍ତି ବାପ-ପୁଅ। ସୂଚନା…

ମହାକାଳପଡ଼ାରେ ପହଞ୍ଚିଲା ଗ୍ୟାସ୍‌ ସିଲିଣ୍ଡର ଗାଡ଼ି: ସବୁ ଉପଭୋକ୍ତାଙ୍କୁ ମିଳିଲାନି

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉପସାଗରୀୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ଜଳପଥ ଦେଇ ଭାରତକୁ ପ୍ରାକୃତିକ ତୈଳ ଓ ଜାଳେଣି ଗ୍ୟାସ୍‌ ଆମଦାନୀରେ…

ଭୟଙ୍କର ଯୁଦ୍ଧ: ସ୍କୁଲ ଛୁଟି ଘୋଷଣା , ଓ଼୍ବାର୍କ ଫର୍ମ ହୋମ୍‌ ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ!

ନୂଆଦିଲ୍ଲୀ,୧୫।୩: ଇରାନ ସହିତ ଜଡିତ ସଂଘର୍ଷ ଏସୀୟ ରାଷ୍ଟ୍ରଗୁଡ଼ିକର କାର୍ଯ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇଛି। ଅଧିକାଂଶ ଦେଶରେ, ତୈଳ ଯୋଗାଣ ବନ୍ଦ ହୋଇଯାଇଛି କିମ୍ୱା ବହୁଳ…

ପୁଣି ଯଜ୍ଞନାରାୟଣଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାବେ ନିଯୁକ୍ତି

ପୁରୁଷୋତ୍ତମପୁର,୧୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଭାଜପାର ବରିଷ୍ଠ ନେତା ଯଜ୍ଞନାରାୟଣ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ପୁଣି ଗୁରୁଦାଇୟିତ୍ୱ ଦେଇ ସାନଖେମୁଣ୍ଡି…

ଇଚ୍ଛାମୃତ୍ୟୁ ପାଇଁ ଅନୁମତି: ଔଷଧି ଧରି ଆସିଲେ ବାବା, ଦାବି କଲେ ହରିଶଙ୍କୁ ସୁସ୍ଥ କରିବେ, ଛଅ ଘଣ୍ଟା ଧରି ଫାଟକରେ ଅପେକ୍ଷା କଲେ

ଗାଜିଆବାଦ,୧୪।୩: ରାଜସ୍ଥାନର ଭିଲୱାଡ଼ାର ବାସିନ୍ଦା ସ୍ବାମୀ ଅଖଣ୍ଡାନନ୍ଦ ଶୁକ୍ରବାର ହରିଶ ରାଣାଙ୍କୁ ଭେଟିବା ପାଇଁ ରାଜ ଏମ୍ପାୟାର ସୋସାଇଟିରେ ପହଞ୍ଚିଥିଲେ। ସେ ଦାବି କରିଥିଲେ ଯେ ସେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ: ସେନା ପଠାଇବ ଚାଇନା, ଥରିଲାଣି ଆମେରିକା!

ନୂଆଦିଲ୍ଲୀ,୧୫।୩: ଆମେରିକା ବର୍ତ୍ତମାନ ଇରାନ ସହିତ ଯୁଦ୍ଧକୁ ଜୋରଦାର କରିଛି। ଏହି ସଂଘର୍ଷ 15 ଦିନ ଧରି ଚାଲିଛି। ଆମେରିକା ଦ୍ରୁତ ଗତିରେ ପଶ୍ଚିମ ଏସିଆ ଆଡକୁ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୪।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

ଏହି ପନିପରିବା, ଫଳକୁ ଏକାଠି ରଖୁଛନ୍ତି କି? ଜାଣି ରଖନ୍ତୁ ଏହା ଦ୍ୱାରା କ’ଣ ଘଟେ…

ଲୋକମାନେ ପ୍ରାୟତଃ ବଜାରରୁ ବହୁ ପରିମାଣର ଫଳ ଏବଂ ପନିପରିବା କିଣି କିଛି ଦିନ ପାଇଁ ଫ୍ରିଜରେ ରଖନ୍ତି। କିଛି ଦିନ ମଧ୍ୟରେ ସେଗୁଡ଼ିକ ନଷ୍ଟ ହୋଇଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri