Posted inଖେଳ

ଆର୍‌ଆର୍‌ଆର୍‌ କ୍ଲବରେ ସାମିଲ ହେଲେ ଶୁଭମନ ଗିଲ୍‌

ଅହମ୍ମଦାବାଦ,୧୧।୩: ଭାରତୀୟ କ୍ରିକେଟର ଭବିଷ୍ୟତ ତାରକା ଭାବରେ ବିବେଚିତ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦେଖିବାକୁ ମିଳିଛି। ଏଠାରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଗିଲ୍‌ ଶତକ ହାସଲ କରିଛନ୍ତି। ଏହା ହେଉଛି ଗିଲଙ୍କ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ଏବଂ ଭାରତୀୟ ମାଟିରେ ପ୍ରଥମ ଟେଷ୍ଟ ଶତକ। ଅହମ୍ମଦାବାଦ ଟେଷ୍ଟରେ ଶତକ ମାରି ଗିଲ୍‌ ସ୍ବତନ୍ତ୍ର ଆର୍‌ଆର୍‌ଆର୍‌ କ୍ଲବ (ରୋହିତ, ରାଇନା, ରାହୁଲ)ରେ ପ୍ରବେଶ କରିଛନ୍ତି। ରୋହିତ ଶର୍ମା, ସୁରେଶ ରାଇନା ଏବଂ କେ.ଏଲ ରାହୁଲଙ୍କ ପରେ ଗିଲ ଚତୁର୍ଥ ଭାରତୀୟ ଖେଳାଳି ହୋଇପାରିଛନ୍ତି।

୨୦୨୩ ବର୍ଷ ଆରମ୍ଭରୁ ଗିଲ୍‌ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି। ସେ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ୫ ଶତକ ହାସଲ କରିଛନ୍ତି। ଯେଉଁଥିରେ ଟି୨୦ରେ ଏକ ଶତକ, ଦିନିକିଆରେ ୨ ଶତକ ଏବଂ ଟେଷ୍ଟରେ ୧ ଶତକ ଅନ୍ତର୍ଭୁକ୍ତ ରହିଛି। ଯେବେ ବି ସେ ଟିମ୍‌ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି, ସେ ସେହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଆସୁଛନ୍ତି ।

୨୦୨୩ରେ ଗିଲ ଅନ୍ତର୍ଜାତୀୟ କ୍ରିକେଟରେ ଏକ ହଜାର ରନ ପୂରଣ କରିବାର ନିକଟତର ହୋଇଛନ୍ତି। ସେ ୧୪ ମ୍ୟାଚ୍‌ର ୧୫ ଇନିଂସରେ ମୋଟ ୯୨୩ ରନ ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ୨ ଟେଷ୍ଟରେ ୧୫୪ ରନ୍‌, ୬ ଦିନିକିଆରେ ୫୬୭ ରନ୍‌ ଏବଂ ଚଳିତ ବର୍ଷ ୬ ଟି୨୦ ରେ ୨୦୨ ରନ୍‌ ସଂଗ୍ରହ କରିଛନ୍ତି। ଅହମ୍ମଦାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଗିଲ୍‌ ହଜାରେ ରନ୍‌ କରିପାରନ୍ତି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?