ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ୍ ଶାହ ଏହି ଘୋଷଣା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ କେନ୍ଦୁଝର ଜିଲାର ଯୁବ ଭାଜପା ନେତା ଯଜ୍ଞ ପ୍ରସାଦ ସାହୁଙ୍କୁ ନିମନ୍ତ୍ରଣ କରାଯାଇଛି।
ପଶ୍ଚିମବଙ୍ଗ ରାଜ୍ୟ ଭାଜପା ଶାଖା ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କୋଲକାତା ସହରସ୍ଥିତ ବ୍ରିଗେଡ୍ ପଡ଼ିଆରେ ହେବାକୁ ଥିବା ଏହି ଉତ୍ସବ ପାଇଁ ସାହୁ ଟ୍ରେନ ଯୋଗେ କଲିକତା କୋଲକାତା ଗସ୍ତ କରିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମ ମେଦିନୀପୁର ଜିଲାର ଗଡବେତା ବିଧାନସଭା ଆସନରେ ଯଜ୍ଞ ପ୍ରସାଦ ସାହୁ ପ୍ରବାସୀ ପ୍ରମୁଖ ଭାବେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ଆସନରେ ଭାଜପା ଟିଏମସି ପ୍ରାର୍ଥୀଙ୍କୁ ୨୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛି।