Posted inଜାତୀୟ

ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଶୁଭେନ୍ଦୁ, କହିଲେ ଟିଏମ୍‌ସି ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି…

ନୂଆଦିଲ୍ଲୀ,୨୦।୧୨ : ପଶ୍ଚିମବଙ୍ଗରେ ବିରୋଧୀ ଦଳର ନେତା ତଥା ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି ବୋଲି କହିଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଶୁଭେନ୍ଦୁ ୩୦-୩୦ ମିନିଟ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଶାହାଙ୍କ ସହ ପୃଥକ ଭାବରେ କଥା ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଏବଂ ଶାହାଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ସେ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାଁନ୍ତି।

ନ୍ୟୁଜ୍‌ ଚ୍ୟାନେଲ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ଶୁଭେନ୍ଦୁ କହିଛନ୍ତି ଯେ ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ। ଆମ ନେତାଙ୍କ ଦର୍ଶନ ହେଲା। ଭେଟ ହେଲା। ତେବେ ଗଣମାଧ୍ୟମ ସାମ୍ନାରେ ସବୁକିଛି କୁହାଯାଇପାରିବ ନାହିଁ। ବିରୋଧୀ ଦଳର ନେତା ହେବାର ମୋର ସାମ୍ବିଧାନିକ ଦାୟିତ୍ୱ ପୂରଣ କରିବାରେ ମମତା ବାନାର୍ଜୀଙ୍କ ପୋଲିସ ମୋତେ ଅଟକାଉଛି। ବାଗୋଡାରେ କୃଷକ ଆତ୍ମହତ୍ୟା କଲେ, ମୁଁ କୃଷକଙ୍କ ଘରକୁ ଯାଉଥିଲି, କିନ୍ତୁ ପୋଲିସ ତାଙ୍କ ଘରକୁ ଯିବା ସମୟରେ ମୋତେ ଅଟକାଇଥିଲା। ମୁଁ ଯେଉଁଆଡେ ଯାଏ ମୋତେ ଅଟକାଇ ଦିଆଯାଉଛି।

ଗତ ଦେଢ ବର୍ଷ ଧରି ମୋ ବିରୋଧରେ କ୍ରମାଗତ ଭାବେ ମାମଲା ରୁଜୁ ହୋଇଛି। ରାଜ୍ୟରେ ଭାଜପା କର୍ମୀଙ୍କୁ ଟାର୍ଗେଟ କରାଯାଉଛି। ମୋତେ ଟାର୍ଗେଟ କରି ମୋ ବିରୋଧରେ ଏଫଆଇଆର୍‌ ରୁଜୁ କରାଯାଉଛି। ପାର୍ଟି ହାଇ କମାଣ୍ଡକୁ ମୁଁ ସମ୍ପୂର୍ଣ୍ଣ ବିବରଣୀ ଦେଇଛି। ଶୁଭେନ୍ଦୁ  କହିଛନ୍ତି, ’ମୁଁ ଜଣେ ସ୍ବଚ୍ଛ ବ୍ୟକ୍ତି। ମୋ ବିରୋଧରେ ପୂର୍ବରୁ କୌ ଣସି ମାମଲା ନ ଥିଲା। ବର୍ତ୍ତମାନ ଦେଖନ୍ତୁ ମୋ ବିରୋଧରେ କେତେ ମାମଲା  ହୋଇଛି। ଏପରିକି ଟ୍ରାଫିକ ନିୟମ ଭାଙ୍ଗିବା ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ସେଥି ପାଇଁ ମୁଁ ୧୩ ହଜାର ଟଙ୍କା ଜରିମାନା ଜମା କରିଛି ।

ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ରାଜ୍ୟରେ କେବଳ ଖରାପ ରାଜନୀତି ଚାଲିଛି। ଏଭଳି ଅନ୍ୟ କୌଣସି ରାଜ୍ୟରେ ହେଉ ନାହିଁ। ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକାଠି ଦୂଷିତ ରାଜନୀତି କରୁଛନ୍ତି।

ରାଜ୍ୟରେ ହୋଇଥିବା ହିଂସା ସମ୍ପର୍କରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ , ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ବୁକଲେଟ ପ୍ରଦାନ କରାଯାଇଛି ବୋଲି ଶୁଭେନ୍ଦୁ କହିଛନ୍ତି। ଏହି ବୁକଲେଟର ନାମ ହେଉଛି ୧୯୫୬। ସେ ନନ୍ଦିଗ୍ରାମରେ ଏହି ସଂଖ୍ୟକ ଭୋଟରେ ମମତା ବାନାର୍ଜୀଙ୍କୁ ପରାଜିତ କରିଥିଲେ। ସେ କହିଛନ୍ତି ଯେ ତାଙ୍କର ଦିଲ୍ଲୀ ଗସ୍ତ ସଫଳ ହୋଇଛି। ସେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ମଧ୍ୟ ପାଇଛନ୍ତି। ଏହା ତାଙ୍କ ପାଇଁ ବହୁତ ଖୁସିର ବିଷୟ ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri