ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ସମଗ୍ର ବିଦ୍ୟାଳୟ ପରିସରରେ ଆଧ୍ୟାତ୍ମିକ ତଥା ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ମାଧ୍ୟମରେ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛୋଟ ଛୋଟ ଭଉଣୀ-ଭାଇମାନେ ଶ୍ରୀକୃଷ୍ଣ, ରାଧା ଏବଂ ଗୋପାଳ ବେଶରେ ସଜ୍ଜିତ ହୋଇ ଉପସ୍ଥିତ ସମସ୍ତଙ୍କ ମନ ମୋହି ନେଇଥିଲେ। ବିଦ୍ୟାଳୟ ପକ୍ଷରୁ ଭଜନ ସମାରୋହ, ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଏବଂ ପାରମ୍ପରିକ ହାଣ୍ଡିଭଙ୍ଗା (ଦହିହାଣ୍ଡି) ଉତ୍ସବ ଆୟୋଜିତ ହୋଇଥିଲା।

ସଭାରେ ପ୍ରଧାନ ଆଚାର୍ଯ୍ୟ ବସୁଦେବ ସେଲମାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବିଶିଷ୍ଟ ଉଦ୍ୟୋଗପତି ଆଶିଷ କେଡ଼ିଆ ମୁଖ୍ୟବକ୍ତା ସୁବାସ ଚନ୍ଦ୍ର ପାଢ଼ୀ ଯୋଗଦେଇଥିବାବେଳେ ପ୍ରଧାନ ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ପୁରସ୍କାର ବିତରଣ ପରିଚାଳନାରେ ଦେବେନ୍ଦ୍ର ମହାନନ୍ଦ ଏବଂ ସଭା ପରିଚାଳନାରେ ବିଳାସିନୀ ରଣା ପରିଶେଷରେ ଧନ୍ୟବାଦ ଦେଇଥିଲେ। ପ୍ରସନ୍ନ ସାହୁ ଝିଲିରାଣୀ ବାଗ ଭଜନ ସଙ୍ଗୀତ ଗାୟନ କରିଥିଲେ। ଉପସ୍ଥିତ ଅତିଥି ତଥା ଗୁରୁଜୀ-ଗୁରୁମାମାନେ ଶ୍ରୀକୃଷ୍ଣଙ୍କ ଜୀବନ ଆଦର୍ଶ, ଧର୍ମ ପ୍ରତିଷ୍ଠା ଏବଂ ନୀତିଶିକ୍ଷା ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ପରିଶେଷରେ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା। ଉକ୍ତ ଉତ୍ସବରେ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟବୃନ୍ଦ, ଆଚାର୍ଯ୍ୟା-ଆଚାର୍ଯ୍ୟ ଏବଂ ଅଭିଭାବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri