ବାଟ କଢ଼ାଇଥିଲେ ଶ୍ରୀଜଗନ୍ନାଥ

ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥଠାରୁ ୫କିମି ଦୂର ଜାଗୁଳିପାଟଣାଠାରେ ରହିଛି ପ୍ରସିଦ୍ଧ ଶ୍ରୀ ଅନନ୍ତ ପୁରୁଷୋତ୍ତମଙ୍କ ମନ୍ଦିର। ଏଠାରେ ତିନି ଠାକୁରଙ୍କ ପୂର୍ଣ୍ଣବିଗ୍ରହ ପୂଜା ପାଉଛନ୍ତି। ଚକା ଉପରେ ବିଜେ କରିଛନ୍ତି ଠାକୁର। ଶ୍ରୀଜଗନ୍ନାଥ ଏଠାରେ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଭାବେ ଖ୍ୟାତ। ବଳଭଦ୍ର ହାତରେ ଖଡ଼୍‌ଗ, ହଳ ଧାରଣ କରିଥିବା ବେଳେ ଶ୍ରୀଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ଦେବୀ ସୁଭଦ୍ରା ପଦ୍ମ ଧାରଣ କରିଛନ୍ତି। ଏହି ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ଶ୍ରୀଚୈତନ୍ୟ, ଶ୍ରୀରଘୁନାଥ, ଶ୍ରୀଗଣେଶ, ଶ୍ରୀହନୁମାନ, ଶ୍ରୀଭୈରବେଶ୍ୱର, ରଘୁବୀର ଦାସ ମହାରାଜଙ୍କ ସମାଧି ପୀଠ ପ୍ରଭୃତି ରହିଛି।
ଇତିହାସ କହେ: ଏହି ମନ୍ଦିର ସ୍ଥାପନ ପଛରେ ରହିଛି ଏକ ସୁନ୍ଦର କାହାଣୀ। ତତ୍କାଳନୀ ବିଟ୍ରିଶ୍‌ ସରକାର ଗଜପତି ୨ୟ ଦିବ୍ୟସିଂହ ଦେବଙ୍କୁ ଚକ୍ରାନ୍ତ କରି କଳାପାଣି ଦଣ୍ଡାଦେଶ ଦେଇଥିଲେ। ଦିବ୍ୟସିଂହଦେବ ଥିଲେ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ। ଠାକୁରଙ୍କ ଦର୍ଶନ ଲାଗି ସେ ବ୍ୟାକୁଳ ହୋଇ ଉଠିଲେ। ଦିନେ ସମୁଦ୍ରକୂଳରେ ମହାପ୍ରଭୁଙ୍କୁ ସ୍ମରଣ କରି ଭ୍ରମଣ କରୁଛନ୍ତି। ଏହି ସମୟରେ ଦେଖିଲେ ତାଙ୍କ ଆଡ଼କୁ ଏକ ବଡ଼ କାଠପଟା ଭାସି ଆସୁଛି। ସେହି ପଟାକୁ ଆଶ୍ରୟ କରି ପ୍ରଭୁଙ୍କ ନାମ ନେଇ ସମୁଦ୍ରରେ ଭାସି ଆସି ପୁରୀ ମହୋଦଧି କୂଳରେ ଲାଗିଥିଲେ। ଏ ଖବରପାଇ ତତ୍କାଳନୀ ବ୍ରିଟିଶ୍‌ ସରକାର ତାଙ୍କୁ ପୁଣି ବନ୍ଦୀ କରି କଟକ କାରାଗାରକୁ ପଠାଇ ଦେଇଥିଲେ। ସେଠି ବି ସେ ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାକୁଳ ହୋଇ ଉଠିଥିଲେ। ଦିନେ କାରାଗାରର ସମସ୍ତ ଶୃଙ୍ଖଳ ଖୋଲି ଯାଇଥିଲା। ଗଜପତି ସେଠାରୁ ବାହାରି ଆଗକୁ ଆଗେଇ ଚାଲିଥିଲେ। ହଠାତ୍‌ ସେ ଦେଖିଲେ, ଘନ ଅନ୍ଧକାର ମଧ୍ୟରେ କେହି ଜଣେ ତାଙ୍କୁ ଆଗରେ ବାଟ କଢ଼ାଇ ନେଉଛନ୍ତି। ମନେମନେ ଭାବୁଥାନ୍ତି, ମହାପ୍ରଭୁ ମୋତେ ବାଟ କଢ଼ାଇ ନେଉଛନ୍ତି କ! ତାଙ୍କ ନାମ ଉଚ୍ଚାରଣ କରି ସେ ଆଗେଇ ଚାଲିଥା’ନ୍ତି। ଭୋର ସମୟରେ ଏକ ନିର୍ଜନ ଜଙ୍ଗଲରେ ପହଞ୍ଚତ୍ଗଲେ। କିଛି ଦୂରରେ ଚାଳଘରଟିଏ ଦେଖି ସେଠି ଥକା ହୋଇ ବସି ପଡିଲେ। ତାହା ଥିଲା ବାବାଜି ରଘୁବୀର ଦାସଙ୍କର କୁଡ଼ିଆ । ସେଠି ଗଜପତି ନିଜ ନାମ ଗୋପନ ରଖି ବାବାଜି ଦୟାନିଧି ଦାସ ବୋଲି ପରିଚୟ ଦେଇଥିଲେ। ରଘୁବୀରଙ୍କ ଶିଷ୍ୟତ୍ୱ ଗ୍ରହଣ କରି ସେଠି ଦୀର୍ଘ ଦିନ ରହିଗଲେ। କୁଡ଼ିଆ ଭିତରେ ବିଜେ ଠାକୁରଙ୍କୁ ଦର୍ଶନ କରି ମନେ ମନେ କାନ୍ଦୁ ଥା’ନ୍ତି। ଦିନେ ମହାପ୍ରଭୁଙ୍କୁ ସ୍ମରଣ କରି ଶୋଇପଡିଛନ୍ତି। ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଚାଲିବା ଦୃଶ୍ୟ ତାଙ୍କ ଆଗରେ ନାଚି ଉଠିଥିଲା। ସେହି ଦୃଶ୍ୟ ତାଙ୍କୁ ବାରମ୍ବାର ସ୍ମରଣ ହେବାକୁ ଲାଗିଲା। ଦୃଶ୍ୟ ଏପରି ତାଙ୍କ ମନରେ ଲାଖିଥିଲା ଯେ, ସବୁ ସମୟରେ ମହାପ୍ରଭୁଙ୍କ ଚାଲିବା ଦୃଶ୍ୟକୁ ଦର୍ଶନ କରୁଥିଲେ। ଗୁପ୍ତରେ ପୁରୀରୁ କାରିଗର ଡକାଇ ବେରୁହଁା ଗ୍ରାମରୁ ଦାରୁ ଆଣି ହାତଗୋଡ଼ ଥିବା ପ୍ରଭୁଙ୍କର ପୂର୍ଣ୍ଣବିଗ୍ରହ ନିର୍ମାଣ କରାଇଥିଲେ। ତାଙ୍କ ମନରେ ଥିବା ଛବି ଅନୁଯାୟୀ ମହାପ୍ରଭୁଙ୍କ ଅବିକଳ ମୂର୍ତ୍ତି ନିର୍ମାଣ କରିଥିଲେ କାରିଗର।
ପରେ ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ତାଙ୍କ ମନ ବ୍ୟାକୁଳ ହେବାରୁ ତାଙ୍କୁ ପୁଣି ମହାପ୍ରଭୁଙ୍କ ସ୍ବପ୍ନାଦେଶ ହୋଇଥିଲା। ବିଗ୍ରହ ପ୍ରାଣ ପ୍ରତିଷ୍ଠା ଲାଗି ବ୍ୟକ୍ତିବିଶେଷ ଆପେ ଆପେ ଆସି ପହଞ୍ଚତ୍ବେ। ତା’ ପରଦିନ କେରଳରୁ ଜଣେ ନୈଷ୍ଠିକ ବ୍ରାହ୍ମଣ ଆସି ବିଗ୍ରହମାନଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ। ଏକ ସ୍ବତନ୍ତ୍ର କୁଡ଼ିଆ ଘରେ ଠାକୁର ପୂଜା ପାଇବାକୁ ଲାଗିଲେ। ଏହି ସ୍ଥାନଟି ଜାଗୁଳିପାଟଣା ଭାବେ ପ୍ରସିଦ୍ଧି ଲାଭ କରିଛି। କିଛି ବର୍ଷ ପରେ ନା ଗଜପତି ନା ରଘୁବୀର ଦାସ ଥିଲେ। ତତ୍କାଳୀନ ଖଣ୍ଡପଡା ରାଜା ଏକ ପୋଖରୀ ଖୋଳାଇ ଦେଇଥିଲେ। ବାବାଜିଙ୍କ ଶିଷ୍ୟ ଅମୃତଲାଲ ବାନାର୍ଜୀ ମହାପ୍ରଭୁଙ୍କ ନାମରେ ଷୋଳ ଏକର ଜମି କିଣି ଦେଇଥିଲେ। ଚାଳଛପର ଘରେ ପୂଜା ପାଉଥିବା ଠାକୁରଙ୍କ ଲାଗି ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri