ଦୁବାଇ,୧ା୩: ଚଳିତ ଚାମ୍ପିୟନ୍ସ ଟ୍ରଫି ଲାଗି ଆଇସିସି ନେଟ ବୋଲରଙ୍କ ମଧ୍ୟରେ ସ୍ଥାନ ପାଇଥିବା ଯଶକିରନ ସିଂଙ୍କ ଲାଗି ଶନିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଯଶକିରନଙ୍କୁ ଭାରତୀୟ ଦଳର ଟପ ଅର୍ଡର ବ୍ୟାଟର ଶ୍ରେୟସ ଆୟାର ଏକ ହଳ ଜୋତା ଉପହାରରେ ଦେଇଛନ୍ତି।
ଏ ସମ୍ପର୍କରେ ପେସାରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଥିବା ଯଶକିରନ କହିଛନ୍ତି ଯେ, ମୁଁ ଫିଲ୍ଡି କରୁଥିବା ବେଳେ ଶ୍ରେୟସ ଭାଇ ମୋ ନିକଟକୁ ଆସିଥିଲେ। ମୋତେ ପଚାରିଥିଲେ, ତୁମ ପାଦ ସାଇଜ କେତେ। ମୁଁ ଉତ୍ତରରେ ୧୦ ବୋଲି କହିଥିଲେ। ତା’ ପରେ ସେ କହିଥିଲେ ଯେ, ମୋ ପାଖରେ ତୁମ ପାଇଁ କିଛି ଅଛି। ସେ ମୋତେ ଏକ ଜୋତା ଦେଇଥିଲେ। ଏହା ମୋ ପାଇଁ ବହୁତ କିଛି। ମୁଁ ଆଇସିସି ନେଟ ବୋଲିଂ ଦଳର ଅଂଶ। ଆଜି ମୋ ଜୀବନର ସ୍ବତନ୍ତ୍ର ଦିନ। ଶ୍ରେୟସଙ୍କଠାରୁ ଜୋତା ପାଇବା ମୋ ପାଇଁ ବହୁତ ବଡ଼ କଥା। ଏହି ଟୁର୍ନାମେଣ୍ଟରେ ମୁଁ ଭାରତୀୟ ଦଳ ପାଇଁ ଫିଲ୍ଡିଂ କରିଛି। କିନ୍ତୁ ସେମାନଙ୍କୁ ବୋଲିଂ କରିବାକୁ ଏବେ ବି ଅପେକ୍ଷା କରିଛି।


