ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବକ

ପୁରୀ ଅଫିସ,୪ା୧୨: ଶ୍ରୀମନ୍ଦିର ଏବଂ ଏହାର ଏହାର ଆଖପାଖ ଅଞ୍ଚଳର ଭିଡିଓ ରେକର୍ଡିଂ କରିଥିବା ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିରର ଭିଡିଓ ଶୁଟ୍‌ କରିବା ସମୟରେ ତାହା ନୋ ଫ୍ଲାଇଂ ଜୋନ୍‌ ବୋଲି ଜାଣି ନ ଥିଲି। ଡ୍ରୋନ୍‌ରେ ସେମିତି କିଛି ସତର୍କ ସୂଚନା ଦେଖାଇ ନ ଥିଲା। ମୁଁ ଅଜାଣତରେ ଏମିତି ଭୁଲ୍‌ କରିଦେଇଛି।

ପୋଲିସଠାରୁ ଅନୁମତି ନେଇ ଡ୍ରୋନ୍‌ ଯୋଗେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରିଥିବା ପୂର୍ବରୁ ଅନିମେଶ କହିଥିଲେ। ଏହା ମିଛ ବୋଲି ସେ ଭିଡିଓରେ କହିଛନ୍ତି। ତେଣୁ ଜଗନ୍ନାଥ ମହାପ୍ରଭୁ ଏବଂ ସମସ୍ତଙ୍କଠାରେ ମୁଁ କ୍ଷମା ଚାହୁଁଛି ବୋଲି କହିଛନ୍ତି।