ମେ’ ୧୫ ଯାଏ ବନ୍ଦ ହେଲା ଜଗା ଦର୍ଶନ

ପୁରୀ ଅଫିସ,୨୪।୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମେ’ ୧୫ ଯାଏ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲାଗିଥିବା ନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଆଗାମୀ ଦିନରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏଣୁ ନିର୍ବିଘ୍ନରେ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସୁସ୍ଥତା ଲାଗି ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିଲେ ହେଁ ଦୈନିକ ନୀତିକାନ୍ତି ଚାଲୁ ରହିବ ବୋଲି ଜଣାପଡ଼ିଛି। ତେବେ ସେବାୟତମାନେ ଛତିଶା ନିଯୋଗ ବୈଠକରେ ଦର୍ଶନ ବନ୍ଦ ଲାଗି ଦାବି କରିଥିଲେ।

Share